ଏହି ୬ଟି ହରକତ କହିବ ଆପଣଙ୍କ ସ୍ୱାମୀ ହୋଇଯାଇଛନ୍ତି କଣ୍ଟ୍ରୋଲରୁ ବାହାର

ଏକ ଗବେଷଣାରୁ ଜଣାପଡ଼ିଛି, ସ୍ୱାମୀଙ୍କ ତୁଳନାରେ ସ୍ତ୍ରୀଙ୍କୁ ଅଧିକ ଧୋକା ମିଳିଥାଏ। ଏଥିରେ ସ୍ତ୍ରୀମାନଙ୍କ ପ୍ରେମ ଓ ଭରସା ଦୁଇଟିଯାକ ଭାଙ୍ଗିଯାଇଥାଏ। ତେବେ ଏଥିପୂର୍ବରୁ କିଛି ସଙ୍କେତ ମିଳିବା ଆରମ୍ଭ ହୋଇଯାଏ। କିନ୍ତୁ ମହିଳାମାନେ ଏହାକୁ ଅଣଦେଖା କରିଥାଆନ୍ତି, ଯାହାକି ଠିକ୍ ନୁହେଁ। ଯଦି ଆପଣଙ୍କୁ ବି ଲାଗୁଥାଏ ଆପଣଙ୍କ ସ୍ୱାମୀ ଆପଣଙ୍କୁ ଧୋକା ଦେଉଛନ୍ତି, ତା’ହେଲେ ସହଜରେ ଜାଣିରଖନ୍ତୁ ସେମାନଙ୍କର ଏହି ୬ଟି ହରକତ।
୧. ଘରଠାରୁ ଦୂରରେ ରହିବାର ଅଭ୍ୟାସ
ଯଦି ଆପଣଙ୍କ ସ୍ୱାମୀ କାମ ବାହାନା ଦେଖାଇ ଘରଠାରୁ ଦୂରରେ ରହୁଥାଆନ୍ତି। ପିଲାର ଜନ୍ମଦିନ କିମ୍ବା ପରିବାରର ଅନ୍ୟ କୌଣସି ସଦସ୍ୟଙ୍କ ଜନ୍ମଦିନରେ ଅଳ୍ପ ସମୟ ପାଇଁ ଆସିଥାଆନ୍ତି। କିମ୍ବା ଆପଣଙ୍କୁ ସବୁବେଳେ ମନେ ପକାଇବାକୁ ପଡ଼ୁଥାଏ କି ମଝିରେ ମଝିରେ ତାଙ୍କୁ ଘରକୁ ମଧ୍ୟ ଆସିବାକୁ ହେବ। ତେବେ ଏଭଳି ସ୍ଥିତିରେ ଆପଣଙ୍କୁ ସ୍ୱାମୀଙ୍କ ଉପରେ ସାମାନ୍ୟ ନଜର ଦେବାକୁ ପଡ଼ିବ।
୨. କେବଳ ଆପଣ ହିଁ କରିଥାଆନ୍ତି ଫୋନ୍
ଯଦି ଆପଣଙ୍କ ସ୍ୱାମୀଙ୍କୁ ବାହାରକୁ ଯିବାକୁ ପଡ଼ିଥାଏ। ଆଉ ସେପଯ୍ୟର୍ନ୍ତ ସେ ଫୋନ୍ କରି ନ ଥାଆନ୍ତି, ଯେ ପଯ୍ୟର୍ନ୍ତ ଆପଣ କରି ନ ଥାଆନ୍ତି। ତା’ହେଲେ ଧରିନିଅନ୍ତୁ ସ୍ୱାମୀ ଆଉ କାହା ସହ ବିଜି ଅଛନ୍ତି।

୩. ଫୋନ୍ ରହିଥାଏ ବିଜି
ଯଦି ଆପଣଙ୍କ ସ୍ୱାମୀ ଘରେ ଅଛନ୍ତି ଏବଂ ଦିନସାରା ଫୋନରେ ବ୍ୟସ୍ତ ରହୁଛନ୍ତି। ଆପଣ ଫୋନ୍ କଲେ ବି ଆଦୌ ଫୋନ୍ ଉଠାନାହାନ୍ତି। ତେବେ ସେ ଆଉ କାହା ସହ ବିଜି ଥିବା ଭାବି ନିଅନ୍ତୁ।
୪. ନଜର ହଟାଇବା
ଯେବେ ଆପଣଙ୍କ ସ୍ୱାମୀ ପାଖରେ ଅଛନ୍ତି, ଆଉ ଆପଣଙ୍କ ସହ ନଜର ମିଳାଇ କଥା ହେଉନାହାନ୍ତି। ତା’ହେଲେ ଏହି ସମୟରେ ଆପଣ ତାଙ୍କ ସହ ସ୍ପଷ୍ଟ ଭାବେ କଥା ହୋଇଯାଆନ୍ତୁ।

୫. ସବୁ କଥାରେ ପ୍ରାଇଭେସି
ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥା ଗୁପ୍ତ ରହି ନ ଥାଏ। ତଥାପି ଆପଣଙ୍କ ସ୍ୱାମୀ କିଛି ପ୍ରାଇଭେଟ୍ ସ୍ପେସ୍ ଚାହୁଁଥାଆନ୍ତି, ତେବେ ଆପଣଙ୍କୁ ଏ ସବୁ ଜିନିଷ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ।
୬. ପ୍ରାଇଭେଟ୍ ନମ୍ବରରୁ ଆସିଥାଏ କଲ୍
ଯଦି ଆପଣଙ୍କ ସ୍ୱାମୀଙ୍କ ଫୋନ୍କୁ କୌଣସି ପ୍ରାଇଭେଟ୍ ନମ୍ବରରୁ ବାରମ୍ବାର କଲ୍ ଆସିଥାଏ। ଆଉ ସେ ଆପଣଙ୍କ ସାମ୍ନାରେ ଖୋଲି କି କଥା ହେଉନାହାନ୍ତି। ତା’ହେଲେ ଭାବି ନିଅନ୍ତୁ, ତାଙ୍କର ଆଉ କାହା ସହ ଚକ୍କର ଚାଲିଛି।




