ସ୍ୱାସ୍ଥ୍ୟ

ସାବଧାନ ! ଆପଣଙ୍କ ଇମ୍ୟୁନିଟି ସିଷ୍ଟମକୁ ଦୁର୍ବଳ କରୁଛି ପ୍ରଦୂଷଣ, ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢି ବଢି ଚାଲିଛି। ଏହି ପ୍ରଦୂଷଣ ଭିତରେ ଦିଲ୍ଲୀବାସୀ ଅଣନିଶ୍ୱାସୀ ହୋଇଗଲେଣି। ସେଠାରେ ବର୍ଷା ବି କାମ ଦେଉନାହିଁ। ବଢୁଥିବା ପ୍ରଦୂଷଣ ଯୋଗୁଁ ନିଶ୍ୱାସ ପ୍ରଶ୍ୱାସ ନେବା କଷ୍ଟକର ହୋଇଗଲାଣି। ଏହି ଖରାପ ପବନ ଯୋଗୁଁ ଅନେକ ଗୁରୁତର ରୋଗରେ ପୀଡିତ ହେଲେଣି। ଥଣ୍ଡା, କାଶ, ତଣ୍ଟି ଦରଜ ହେବା, ଆଖି ସଂକ୍ରମଣ ହେବା ଭଳି ଗଭୀର ରୋଗ ଯୋଗୁଁ ସମସ୍ତେ ଚିନ୍ତିତ ହୋଇଗଲେଣି। ଆଜି ଆମେ ଆପଣଙ୍କୁ ଏପରି କେତେକ ଘରୋଇ ଉପାୟ ବତାଇବୁ, ଯାହା ଦ୍ୱାରା ଆପଣ ପ୍ରଦୂଷଣ ଯୋଗୁଁ ହେଉଥିବା ସମସ୍ୟାରୁ ମୁକ୍ତି ଦେବ।

 

ଫୁସ୍‌ଫୁସ୍‌ ପାଇଁ :

ଏହି ପ୍ରଦୂଷିତ ବାତାବରଣ ମଧ୍ୟରେ ଆମ ନିଶ୍ୱାସ ପ୍ରଶ୍ୱାସରେ ଅନେକ ବ୍ୟାକ୍ଟେରିଆ ଆମ ଶରୀରକୁ ପ୍ରବେଶ କରୁଛି। ଏମିତିରେ ଆମେ ନିଜର ଫୁସଫୁସ୍‌ର ସ୍ୱତନ୍ତ୍ର ଧ୍ୟାନ ରଖିବା ଉଚିତ। ଏଥିରୁ ରକ୍ଷା ପାଇବା ପାଇଁ ଆପଣ ଗୋଲମରିଚ ଗୁଣ୍ଡରେ ମହୁ ମିଶାଇ ଖାଇବା ଦ୍ୱାରା ଫୁସଫୁସରେ ଜମା ଥିବା କଫ ଏବଂ ମଇଳା ବାହାରିଯାଏ। ଏହାଛଡା ଉଷୁମ କ୍ଷୀର ପିଇ ମଧ୍ୟ ଧୂଳିକଣାରୁ ବଞ୍ଚିପାରିବେ।

eye

ଆଖି ପାଇଁ ଗୋଲାପ ଜଳ :

ଆଖିକୁ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ଘରୁ ବାହାରିବା ବେଳେ ଚଷମା ବ୍ୟବହାର କରନ୍ତୁ। ପ୍ରଦୂଷଣ ଯୋଗୁଁ ଆଖି ପୋଡାଜଳା ହୋଇଥାଏ। ଆଖିକୁ ଏଥରୁ ରକ୍ଷା କରିବା ପାଇଁ ପ୍ରତିଦିନ ଶୋଇବା ପୂର୍ବରୁ ଆଖିରେ ଗୋଲାପ ଜଳ ଦୁଇ ବୁନ୍ଦା ପକାଇ ଶୁଅନ୍ତୁ।

haldi

ଇମ୍ୟୁନିଟି ସିଷ୍ଟମ ବଢାଇବା ପାଇଁ ପିଅନ୍ତୁ କ୍ଷୀର ଏବଂ ହଳଦୀ :

ପ୍ରଦୂଷଣ ସିଧାସଳଖ ଆମ ଇମ୍ୟୁନିଟି ସିଷ୍ଟମ ଉପରେ ପ୍ରଭାବ ପକାଏ। ଏଥିରୁ ବଞ୍ଚିବା ପାଇଁ ଅଳାଁ ବହୁତ ଉପକାରୀ। ଆପଣ ଅଳାଁରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ କରି ଖାଇପାରିବେ। ଏହାଛଡା ପ୍ରଦୂଷଣ କଣିକାକୁ ବାହାର କରିବା ପାଇଁ କ୍ଷୀରରେ ଅଧା ଚାମଚ ହଳଦୀ ମିଶାଇ ପିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button