ଦେଶ- ବିଦେଶ

ରାତାରାତି ଆପଣଙ୍କ ଚେହେରା ଦିଶିବ ଉଜ୍ୱଳ, ଆପଣାନ୍ତୁ ଏହି ଛୋଟ ଉପାୟ

ମହିଳାମାନେ ମୁହଁର ସୁନ୍ଦରତା ବଜାୟ ରଖିବା ପାଇଁ ବଜାରରେ ମିଳୁଥିବା ବିଭିନ୍ନ ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାନ୍ତି। ନିଜକୁ ସୁନ୍ଦର ଦେଖାଯିବା ପାଇଁ ସମସ୍ତେ ଇଚ୍ଛା ରଖିଥାନ୍ତି। କିନ୍ତୁ ମହିଳାମାନେ ଏତେ ସବୁ ପ୍ରକାର ପ୍ରସାଧନ ସାମଗ୍ରୀ ବ୍ୟବହାର କରିବା ପରେ ମଧ୍ୟ ରେଜଲ୍ଟ ମିଳିନଥାଏ। ଯଦି ଆପଣ ସମୟ ଅଭାବ ଯୋଗୁଁ ତ୍ୱଚା ପ୍ରତି ଧ୍ୟାନ ଦେଇପାରୁନାହାନ୍ତି, ତେବେ ଆମେ ଏପରି ଉପାୟ ଜଣାଇବୁ, ଯାହାଦ୍ୱାରା ଆପଣଙ୍କ ସମୟ ବି ବଞ୍ଚିଯିବ ଆଉ ଚେହେରାରେ ବି ଉଜ୍ୱଳତା ଫେରିଆସିବ। ଏପରି କରିବା ଦ୍ୱାରା ରାତାରାତି ଚେହେରା ମଧ୍ୟ ଉଜ୍ୱଳ ଦେଖାଯିବ। ତେବେ ଆସନ୍ତୁ ଜାଣିନେବା କ’ଣ ସବୁ ଏହି ଉପାୟ ..

cocnut

ନଡିଆ ତେଲ :

ଯଦି ଆପଣଙ୍କ ତ୍ୱଚା ତୈଳାକ୍ତ ନୁହେଁ, ତେବେ ଚେହେରାର ରୁକ୍ଷତା ଦୂର କରିବା ପାଇଁ ନଡିଆ ତେଲ ବ୍ୟବହାର କରିପାରିବେ। ରାତିରେ ଶୋଇବା ପୂର୍ବରୁ ଆପଣ ନଡିଆ ତେଲକୁ ତୁଳା ସାହାଯ୍ୟରେ ନେଇ ମୁହଁରେ ଲଗାନ୍ତୁ। ଏହା ଆପଣଙ୍କ ତ୍ୱଚାକୁ ଉଜ୍ୱଳ କରିବା ସହ କୋମଳ ମଧ୍ୟ କରିବ।

facepack

ଗ୍ରୀ ଟି ପ୍ୟାକ୍‌ :

ଗ୍ରୀ ଟି ପିଇବା କେବଳ ଶରୀର ପାଇଁ ଲାଭକାରୀ ନୁହେଁ ବରଂ ଏହାର ପେଷ୍ଟ ମଧ୍ୟ ତ୍ୱଚା ପାଇଁ ଲାଭକାରୀ। ତ୍ୱଚା ଉଜ୍ୱଳ କରିବା ପାଇଁ ଗ୍ରୀନ ଟିରେ ଅଳ୍ପ ପାଣି ମିଶାଇ ତାକୁ ଚେହେରାରେ ଲଗାନ୍ତୁ। ଏହାକୁ ରାତି ସାରା ଲଗାଇ ରଖନ୍ତୁ। ଏହାଦ୍ୱାରା ଆପଣଙ୍କ ଚେହେରା ଦାଗମୁକ୍ତ ହେବା ସହ ଉଜ୍ୱଳତା ବୃଦ୍ଧି ପାଇବ।

aloe-vera-gel

ଏଲୋଭେରା ଜେଲ :

ଏଲୋଭେରା ଜେଲ ମୁହଁରେ ଲଗାଇବା ଦ୍ୱାରା ସବୁ ଦାଗ ଦୂର ହୋଇଥାଏ। ରାତିରେ ଶୋଇବା ପୂର୍ବରୁ ମୁହଁ ଭଲଭାବେ ଧୋଇବା ପରେ ଆଲୋଭେରା ଜେଲ ମୁହଁରେ ଲଗାଇ ଛାଡି ଦିଅନ୍ତୁ। ସକାଳୁ ଉଠି ମୁହଁ ଧୋଇଦିଅନ୍ତୁ। କିଛି ଦିନ ଏହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କୁ ଲାଭ ମିଳିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button