ଦେଶ- ବିଦେଶ

ସଡ଼କ ଦୁର୍ଘଟଣାରେ ମମତା ବାନାର୍ଜୀ ଆହତ – Kalinga News

[ad_1]

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ପୂର୍ବ ବର୍ଦ୍ଧମାନରେ ଏକ ସରକାରୀ ସମୀକ୍ଷା କାର୍ଯ୍ୟକ୍ରମରୁ କୋଲକାତା ଫେରିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର ଧକ୍କା ହୋଇଛି। ଫଳରେ ମମତା ସାମାନ୍ୟ ଆହତ ହୋଇଛନ୍ତି। ରାଜଭବନ ଠାରେ ମମତା ଗଣମାଧ୍ୟମକୁ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଖରାପ ପାଗ ଯୋଗୁଁ ହେଲିକପ୍ଟରରେ ବର୍ଦ୍ଧମାନରୁ କୋଲକତା ଫେରିପାରିନଥିଲେ। ଫଳରେ ସଡ଼କ ପଥରେ କାରରେ ଯିବା ବ୍ୟବସ୍ଥା କରାଯାଇଥିଲା। ତେବେ ରାସ୍ତାରେ ଗାଡ଼ିର ଗତି କମାଇବାକୁ ଡ୍ରାଇଭର ଅଚାନକ ବ୍ରେକ୍ ଲଗାଇବାରୁ ମମତା ଡ୍ୟାସବୋର୍ଡକୁ ପିଟି ହୋଇଯାଇଥିଲେ। ମମତା ସୁସ୍ଥ ଅଛନ୍ତି ଏବଂ ଏକ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button