ସ୍ୱାସ୍ଥ୍ୟ

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଚାହୁଁଥିଲେ ନିୟମିତ ସେବନ କରନ୍ତୁ ଏହି ଖାଦ୍ୟଦ୍ରବ୍ୟ

ଶରୀରରେ ଦେଖାଯାଉଥିବା ବିଭିନ୍ନ ରୋଗର କାରଣ ହେଉଛି ରୋଗ ପ୍ରତିରୋଧକ ଶକ୍ତିର ଅଭାବ। ବିଭିନ୍ନ ରୋଗ ସହ ଲଢ଼ିବାକୁ ଆବଶ୍ୟକୀୟ ଶକ୍ତିର ଅଭାବରୁ ଆମକୁ ଅସମୟରେ ରୋଗ ମାଡ଼ିବସେ। ଖାସ୍‌ କରି ଋତୁ ପରିବର୍ତ୍ତନ ବେଳେ ଏସବୁ ସମସ୍ୟା ଅଧିକ ଦେଖାଦେଇଥାଏ। ରୋଗ ପ୍ରତିରୋଧକ ଶକ୍ତିର ଅଭାବରୁ ଥଣ୍ଡା, କାଶ, ସର୍ଦ୍ଦି ଆଦି ରୋଗ ହୋଇଥାଏ। ତେବେ ଆସନ୍ତୁ ଜାଣିବା କେତେକ ଘରୋଇ ଉପାୟ, ଯାହା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ବଢ଼ାଇବାରେ ସାହାଯ୍ୟ କରିବ…

୧.ଭିଟାମିନ୍‌ ସି ଯୁକ୍ତ ଫଳ:

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଆଣ୍ଟିଅକ୍ସିଡେଣ୍ଟ ଯୁକ୍ତ ଫଳ ଓ ପରିବା ସେବନ କରିବା ଆବଶ୍ୟକ। କମଳା, ଚେରି, ଲିଚୁ, ଲେମ୍ବୁ ଆଦିରେ ପ୍ରଚୁର ପରିମାଣରେ ଭିଟାମିନ୍‌ ସି ରହିଥାଏ। ପ୍ରତିଦିନ ଭୋଜନରେ ଏହି ଫଳ ସେବନ କରିବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

୨.ହଳଦୀ:

ଭାରତରେ ସବୁ ବ୍ୟଞ୍ଜନରେ ହଳଦୀ ବ୍ୟବହାର କରାଯାଏ। ଏଥିରେ ଥିବା ଆଣ୍ଟିସେପ୍ଟିକ୍‌ ଗୁଣ ଶରୀରର ଆଭ୍ୟନ୍ତରୀଣ କ୍ଷତକୁ ମଧ୍ୟ ଭଲ କରିଥାଏ। ହଳଦୀ ଆଣ୍ଟିବାୟୋଟିକ୍‌ ଭାବେ ମଧ୍ୟ କାମ କରିଥାଏ। ଶରୀରର ରୋଗ ପ୍ରତିରୋଧକ ଭାବେ ପ୍ରତିଦିନ ହଳଦୀ ଚା’ କିମ୍ବା କ୍ଷୀରରେ ହଳଦୀ ଗୋଳାଇ ପିଇପାରିବେ।

୩.ଦହି:

 

ରୋଗ ପ୍ରତିରୋଧକ ବୃଦ୍ଧି କରିବାରେ ଦହି ମଧ୍ୟ ବେଶ୍‌ ସହାୟକ ହୋଇଥାଏ। ଭୋଜନରେ ପ୍ରତିଦିନ ଦହି ଖାଇବା ଦ୍ୱାରା ଅନ୍ୟ କେତେକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ। ଦହିରେ ଆପଣ ଚାହିଁଲେ ଫଳ ମଧ୍ୟ ମିଶାଇ ଖାଇପାରିବେ।

୪.ଚା’:

ଶୀତଦିନେ ଚା’ପିଇବା ସ୍ୱାସ୍ଥ୍ୟପ୍ରଦ ହୋଇଥାଏ। ଚା’ପିଇବା ଦ୍ୱାରା ଶରୀରର ଥକାପଣ ଦୂର ହୁଏ। ଥଣ୍ଡା, କାଶ, ସର୍ଦ୍ଦି ଆଦିରୁ ମଧ୍ୟ ଚା’ ମୁକ୍ତି ଦେଇଥାଏ।

୫.ଡାଲଚିନି:

ଡାଲଚିନି କେବଳ ଏକ ମସାଲା ଭାବେ ନୁହେଁ, ରୋଗ ପ୍ରତିରୋଧକ ଭାବେ ମଧ୍ୟ ବ୍ୟବହୃତ ହୋଇଥାଏ। ଖାଇବାରେ ଡାଲଚିନି ବ୍ୟବହାର କରିବା ଦ୍ୱାରା ସ୍ୱାଦ ବଢ଼ିବା ସହ ସ୍ୱାସ୍ଥ୍ୟ ମଧ୍ୟ ନିରୋଗ ରହେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button