ମନୋରଞ୍ଜନ

ଛୁଟିରେ ଘରେ ଅଛନ୍ତି କି? ତେବେ ନିଶ୍ଚିତ ବନାଇ ଖାଆନ୍ତୁ ସ୍ୱାଦିଷ୍ଟ ‘ତାଓ୍ଵା ମସଲା ଚିଙ୍ଗୁଡି

ପ୍ରାୟ ସବୁବେଳେ ଆପଣ ଲକ୍ଷ୍ୟ କରିଥିବେ ଯେ ଯଦି ଆପଣ କିଛି ସ୍ୱାଦିଷ୍ଟ ବ୍ୟଞ୍ଜନ ଖାଇଥିବେ ତେବେ ତାର ସ୍ୱାଦ ଆପଣଙ୍କ ମନରୁ କେବେବି ଯାଇନଥାଏ। ସେମିତି ସ୍ୱାଦିଷ୍ଟ ବ୍ୟଞ୍ଜନ ଆଉ ଥରେ ଆଉ କେବେ ମିଳିବ ଭାବନ୍ତି। ଆପଣଙ୍କୁ ଚିଙ୍ଗୁଡି ନିହାତି ପସନ୍ଦ ଏବଂ ତାହାର ସବୁ ଡିସକୁ ଆପଣ ଖାଇବାକୁ ଚାହାଁନ୍ତି। ଆଉ ଯଦି ଆମିଶ ବାର ହୋଇଥାଏ ତେବେ ଆପଣ ଏହାକୁ ନିଶ୍ଚୟ ମନେ ପକାଉଥିବେ। ତେବେ ଯଦି ଆପଣ ରବିବାର ଛୁଟିରେ ଅଛନ୍ତି ଆଉ ଘରେ କିଛି ସ୍ୱାଦିଷ୍ଟ ବ୍ୟଞ୍ଜନ ଖାଇବାକୁ ଚାହୁଁଛନ୍ତି ତେବେ ‘ତାଓ୍ଵା ଚିଙ୍ଗୁଡି ମସଲା’ ବନାଇ ଖାଇପାରିବେ। ତେବେ ଆସନ୍ତୁ ଜାଣିବା ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ କଣ ସବୁ ସାମଗ୍ରର ଦରକାର ପଡିଥାଏ ଏବଂ କେମିତି କରିବେ ପ୍ରସ୍ତୁତ।

prawns masala fryଆବଶ୍ୟକୀୟ ସାମଗ୍ରୀ

-ଅଧା କିଲୋଗ୍ରାମ ଚିଙ୍ଗୁଡି

-୨ଟି ପିଆଜ

-ଅଦା, ରସୁଣ ପେଷ୍ଟ

-୧ ଛୋଟ ଚାମଚ ଗୋଲ ମରୀଚ

-୨ ଚାମଚ ତେଲ

-ଲୁଣ ସ୍ୱାଦାନୁସାରେ

-ଲାଲ ଲଙ୍କା ପାଉଡର

-ଧନିଆ ପାଉଡର

-ହଳଦି ପାଉଡର

chingudiବନାଇବାର ପ୍ରସ୍ତୁତି

ସର୍ବପ୍ରଥମେ ଆପଣ ଚିଙ୍ଗୁଡିକୁ ସଫା କରି ଭଲ ଭାବେ ଧୋଇ ଦିଅନ୍ତୁ। ଏବେ ଏକ ପ୍ୟାନ ନେଇ ତେଲ ଗରମ କରନ୍ତୁ ଏବଂ ସେଥିରେ କଟା ପିଆଜ ପକାନ୍ତୁ। ପିଆଜକୁ ସେତେ ପଯ୍ୟର୍ନ୍ତ ଭାଜନ୍ତୁ ଯେତେ ପର୍ଯ୍ୟନ୍ତ ଏହା ସୁନେଲୀ ରଙ୍ଗ ନ ହୋଇଛି। ଏବେ ଏଥିରେ ଅଦା, ରସୁଣ ପେଷ୍ଟ ପାଇ ୨-୩ ମିନିଟ୍ ଭାଜନ୍ତୁ। ଏହାପରେ ଏଥିରେ କଟା ହୋଇଥିବା ଧନିଆ ପତ୍ର ପକାନ୍ତୁୂ। ଏବେ ସେଥିରେ ଟମାଟୋ ମିଶାଇ ଭଲ ଭାବେ ଭାଜନ୍ତୁ। ଭାଜି ହୋଇଗଲା ପରେ ସ୍ୱାଦାନୁସାରେ ଲୁଣ, ଲାଲ ଲଙ୍କା ପାଉଠର, ଧନିଆ ପତ୍ର ଏବଂ ହଳଦୀ ପାଉଡର ମିଶାଇ ଭାଜନ୍ତୁ। ଏବେ ଏହି ପେଷ୍ଟରେ ଚିଙ୍ଗୁଡି ପକାଇ ଫ୍ରାଏ କରନ୍ତୁ। ଏହା ଭଲଭାବେ ହୋଇଗଲା ପରେ ବାହାରକୁ କାଢ଼ି ଦିଅନ୍ତୁ। ଏବେ ଆପଣଙ୍କର ମଦଲା ଚିଙ୍ଗୁଡି ପ୍ରସ୍ତୁତ ହୋଇଯାଇଛି। ଆପଣ ଏହାକୁ ଭାତ କିମ୍ବା ରୁଟି ସହିତ ଖାଇପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button