ସ୍ୱାସ୍ଥ୍ୟ

ସ୍ମରଣ ଶକ୍ତି ବୃଦ୍ଧି କରିବା ସହ ଏହି ୧୦ଟି ସମସ୍ୟାରୁ ମୁକ୍ତି ଦେଇଥାଏ ଶଙ୍ଖପୁଷ୍ପୀ

ଶରୀରର ସମସ୍ତ ସମସ୍ୟା ଦୂର କରିବାରେ ଶଙ୍ଖପୁଷ୍ପୀ ସାହାଯ୍ୟ କରେ। ଖାସ୍‌ କରି ବ୍ରେନ୍‌ର ଅଭିବୃଦ୍ଧି ପାଇଁ ଡାକ୍ତରମାନେ ପିଲାମାନଙ୍କୁ ଶଙ୍ଖପୁଷ୍ପୀ ଖାଇବାକୁ ପରାମର୍ଶ ଦେଇଥାନ୍ତି। ମୁଣ୍ଡବିନ୍ଧା, ବାନ୍ତି, ପେଟ ରୋଗ, ମଧୁମେହ, ପରିସ୍ରା ରୋଗ ଆଦି ମଧ୍ୟ ଦୂର କରିବାରେ ଏହା ସାହାଯ୍ୟ କରେ। ଶଙ୍ଖପୁଷ୍ପୀ ଗଛର ଫୁଲ, ପତ୍ର, ଚେର, ମଞ୍ଜି ସମେତ ସମ୍ପୂର୍ଣ୍ଣ ଗଛରେ ଔଷଧୀୟ ଗୁଣ ଭରି ରହିଛି। ଆସନ୍ତୁ ଜାଣିବା ଶରୀରର ଆଉ କେଉଁ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ ଏହି ଔଷଧୀୟ ବୃକ୍ଷ…

୧.ମସ୍ତିଷ୍କର ବିକାଶ ତଥା ସ୍ମରଣଶକ୍ତି ବୃଦ୍ଧି ସମେତ ମସ୍ତିଷ୍କ ସମ୍ବନ୍ଧୀୟ ସବୁ ରୋଗ ଭଲ କରିବାରେ ଶଙ୍ଖପୁଷ୍ପୀ ସାହାଯ୍ୟ କରିଥାଏ।

୨.ଏହା କେଶକୁ ମୋଟା ଓ ଘନ କରିବାରେ ମଧ୍ୟ ସାହାଯ୍ୟ କରେ। ଶଙ୍ଖପୁଷ୍ପୀ, ଭୃଙ୍ଗରାଜ ଏବଂ ଅଁଳାକୁ ମିଶାଇ ତେଲ ପ୍ରସ୍ତୁତ କରି ବାଳରେ ଲଗାଇବା ଦ୍ୱାରା ମାତ୍ର କିଛିଦିନ ଭିତରେ କେଶ ସମସ୍ୟା ଦୂର ହୋଇଥାଏ।
୩.ବାନ୍ତି ରୋକିବାରେ ମଧ୍ୟ ଶଙ୍ଖପୁଷ୍ପୀ ସହାୟକ ହୋଇଥାଏ।


୪.ମଧୁମେହ ରୋଗୀଙ୍କ ପାଇଁ ଏହା ରାମବାଣ ସଦୃଶ କାମ କରେ। ଶରୀରର ସମସ୍ତ ଟିସୁରେ ନୂତନତ୍ୱ ଆଣିଥାଏ ଶଙ୍ଖପୁଷ୍ପୀ।
୫.ମୂତ୍ରରୋଗ ପାଇଁ ମଧ୍ୟ ଏହା ଲାଭକାରୀ ହୋଇଥାଏ। ପରିସ୍ରା ପୋଡ଼ା, ରହି ରହି ପରିସ୍ରା ଲାଗିବା, ମୂତ୍ରରେ ପୂଜ ପଡ଼ିବା ଆଦି ସମସ୍ୟା ଥିଲେ ଶଙ୍ଖପୁଷ୍ପୀ ସେବନ କରନ୍ତୁ।

୬.ଶଙ୍ଖପୁଷ୍ପୀ ହିଷ୍ଟ୍ରିଆ ଓ ଉନ୍ମାଦ ଭଳି ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ।
୭.ଗ୍ୟାସ୍‌ ସମସ୍ୟା ଦେଖାଦେଉଥିଲେ ଶଙ୍ଖପୁଷ୍ପୀ ସେବନ ଲାଭଦାୟକ ହୋଇଥାଏ। ଅନ୍ତରେ ଅଟକି ରହିଥିବା ମଳ ନିଷ୍କାସିତ କରି କବ୍ଜ ସମସ୍ୟା ଦୂର କରିବାରେ ଏହା ସହାୟକ ହୋଇଥାଏ।

୮.ଋତୁ ପରିବର୍ତ୍ତନ ଯୋଗୁ ଦେଖାଦେଉଥିବା ସମସ୍ୟା ଯଥା: ଆଜ୍‌ମା, ଥଣ୍ଡା, ସର୍ଦ୍ଦି, କାଶ ଓ ଜ୍ୱର ଭଳି ସମସ୍ୟା ପାଇଁ ଏହା ଅମୋଘ ଔଷଧ ଭଳି କାମ କରେ।
୯.ଗର୍ଭାଶୟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର କରିବାରେ ଶଙ୍ଖପୁଷ୍ପୀ ସାହାଯ୍ୟ କରେ।
୧୦.ଶରୀରର ପିତ୍ତକୋଷକୁ ନିୟନ୍ତ୍ରିତ ରଖିବାରେ ଏହା ସାହାଯ୍ୟ କରିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button