ଜ୍ୟୋତିଷ

ସୋମବାର ଦିନ ଶିବଲିଙ୍ଗରେ ଚଢାନ୍ତୁ ଏକ ମୁଠା ଚାଉଳ, ମିଳିବ ମାନ ସମ୍ମାନ ସହ ସମୃଦ୍ଧି

ଆପଣମାନେ ପୂଜା କରିବା ସମୟରେ ଚାଉଳ କିମ୍ବା ଧାନର ବ୍ୟବହାର କରିଥାନ୍ତି। ପୂଜା ସମୟରେ ଚାଉଳ ଦାନ କରିବା ଅବା ଅକ୍ଷତ ଚଢାଇବାକୁ ଶୁଭ ବୋଲି ଧରାଯାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି,ଏହି ଚାଉଳ ଆପଣଙ୍କ ଭାଗ୍ୟକୁ ମଧ୍ୟ ପରିବର୍ତ୍ତନ କରିପାରେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚାଉଳ ଦାନ କରିବାର ଉପାୟ ଆପଣଙ୍କ ଭାଗ୍ୟ ଚମକାଇପାରେ। ଏପରି କରିବା ଦ୍ୱାରା ବନ୍ଦ ହୋଇ ପଡିଥିବା କାମ ମଧ୍ୟ ସୁରୁଖୁରରେ ହୋଇଯାଏ।

– ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପୂଜା କରିବା ସମୟରେ ନିଜର ଇଷ୍ଟ ଦେବୀଙ୍କୁ ଅକ୍ଷତ ହୋଇଥିବା ପାଞ୍ଚଟି ଚାଉଳ ଅର୍ପଣ କରନ୍ତୁ। ଏହି ସମୟରେ ନିଜର କାମନା ମନରେ ରଖନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ଉଜ୍ୱଳ ହେବା ସହ ସବୁ କାମ ହୋଇଯିବ।

rice

– ଚାଉଳ ଧଳା ହୋଇଥିବା ଯୋଗୁଁ ଏହାକୁ ପୂଜା ସମୟରେ ଚଢାଇବା ଦ୍ୱାରା ବ୍ୟକ୍ତିଙ୍କୁ ଶାନ୍ତି ମିଳେ ଏବଂ ଚିନ୍ତାରୁ ମୁକ୍ତ ହୋଇପାରନ୍ତି।

– ଚାଉଳକୁ ମା’ ଅନ୍ନପୂର୍ଣ୍ଣାଙ୍କ ଅଂଶ ବୋଲି କୁହାଯାଏ। ସେଥିପାଇଁ ଈଶ୍ୱରଙ୍କୁ ଅର୍ପଣ କରିବା ଦ୍ୱାରା କେବେ ବି ଅନ୍ନର ଅଭାବ ରହେ ନାହିଁ। ଏପରି ଲୋକଙ୍କ ଘରେ ସବୁବେଳେ ସମୃଦ୍ଧି ଲାଗିରହିଥାଏ।

– ଭଗବାନଙ୍କୁ ଚାଉଳ ଅର୍ପଣ କରିବା ସମୟରେ ଅକ୍ଷତାଶ୍ଚ ସୁରଶ୍ରେଷ୍ଠ କୁଙ୍କମାତ୍କାଃ ସୁଶୋଭିତାଃ ମୟା ନିବୋଦିତା ଭତ୍କ୍ୟାଃ ଗୃହାଣ ପରମେଶ୍ୱର ମନ୍ତ୍ର ଜପ କରନ୍ତୁ। ଏପରି କଲେ ଶୁଭ ଫଳ ମିଳିଥାଏ।

rice 12

 

– ପୂଜା ସ୍ଥାନରେ ଚାଉଳ ଉପରେ ମା ଅନ୍ନପୂର୍ଣ୍ଣାଙ୍କ ସ୍ଥାପନା କରିବା ଯୋଗୁଁ ଘରେ ସମୃଦ୍ଧି ହୋଇଥାଏ।

– ମାନ ସମ୍ମାନ ପାଇବା ପାଇଁ ସୋମବାର ଦିନ ଶିବଲିଙ୍ଗରେ ଏକ ମୁଠା ଚାଉଳ ଚଢାନ୍ତୁ, ଆପଣଙ୍କ ସମୃଦ୍ଧି ହେବ।

– ଗଣେଶଙ୍କୁ ଚାଉଳ ଅର୍ପଣ କରିବା ଦ୍ୱାରା ବୁଦ୍ଧି ତୀକ୍ଷ୍ମ ହୋଇଥାଏ। ଏହାଦ୍ୱାରା ଏକାଗ୍ରତା ଶକ୍ତି ବୃଦ୍ଧି ପାଇଥାଏ।

rice 1

– ଚାଉଳ ପ୍ରଭୁଙ୍କୁ ଅର୍ପଣ କରିବା ବେଳେ ସର୍ବଦା ଗଙ୍ଗାଜଳରେ ଶୁଦ୍ଧ କରି ଚଢାନ୍ତୁ। ଫଳ ନିଶ୍ଚିତ ମିଳିବ।

– ଈଶ୍ୱରଙ୍କୁ କେବେ ବି ଭାଙ୍ଗିଥିବା ଚାଉଳ ଅର୍ପଣ କରିବେ ନାହିଁ, ଏପରି କରିବା ଦ୍ୱାରା ଅଶୁଭ ସଙ୍କେତ ମିଳିଥାଏ। ଆପଣଙ୍କ ଘରେ ନିର୍ଧନତା ଆସିବାର ସମ୍ଭାବନା ଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button