ସ୍ୱାସ୍ଥ୍ୟ

ପ୍ରତିଦିନ ଖାଆନ୍ତୁ କଳା ଚଣା ମିଳିବ ଏହି ଫାଇଦା

ସ୍ବାସ୍ଥ୍ୟକୁ ସମ୍ପଦ ବୋଲି କୁହାଯାଏ । ସୁସ୍ଥ ଜୀବନ ପାଇଁ କିଏ ବା ନ ଚାହେଁ । ସେଥିପାଇଁ ଅଧିକାଂଶ ଲୋକ ଅନେକ ପଦକ୍ଷେପ ନେଇଥାନ୍ତି । ଦିନ ଆରମ୍ଭ ହେବା ସହିତ ସେମାନେ ସେମାନଙ୍କ ଶରୀର ପ୍ରତି ସଚେତନ ରହିଥାନ୍ତି । ବର୍ତ୍ତମାନ ଯୁଗର ପିଢିମାନେ ସେମାନଙ୍କ ଶରୀରକୁ ନେଇ ବହୁତ କିଛି କରୁଛନ୍ତି । ଜିମରେ ଜଏନ୍ କରିବା ସହିତ ଡାଏଟ୍ ମଧ୍ୟ କରୁଛନ୍ତି । ଡାଏଟରେ କାକୁଡି, ଡ୍ରାଏଫ୍ରୁଟ୍ ସହିତ କଳାଚଣାକୁ ଖାଉଛନ୍ତି । କଳାଚଣା ସୁସ୍ଥ ଶରୀର ପାଇଁ ଲାଭପ୍ରଦ ବୋଲି ବିବେଚନା କରାଯାଉଛି । ତେବେ କଳାଚଣାର ଫାଇଦା ସମ୍ପର୍କରେ ଜାଣିବା ।

ଶରୀରକୁ ଶକ୍ତି ଯୋଗାଇବ
କଳା ଚଣା ଖାଇବା ଦ୍ୱାରା ଆପଣଙ୍କ ଶରୀରକୁ ପ୍ରଚୁର ପରିମାଣର ପ୍ରୋଟିନ୍ ମିଳିବ। ଦିନସାରା ସତେଜ ରଖିବା ସହ ଥକ୍କାପଣ ଏବଂ ଦୁର୍ବଳତା ସମସ୍ୟାରୁ ମୁକ୍ତି ଦେଇଥାଏ, ତେବେ କଳା ଚଣାକୁ ଆପଣଙ୍କ ଡାଏଟ୍ ପ୍ଲାନର ଏକ ଅଂଶ କରନ୍ତୁ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଫାଇବରରେ ଭରପୂର କଳା ଚଣା ଓଜନ ମଧ୍ୟ ହ୍ରାସ କରିବାରେ ସହାୟକ ହୋଇଥାଏ ।

ହାଡ଼କୁ ମଜବୁତ କରେ
ହାଡ଼କୁ ମଜବୁତ ରଖିବା ଏବଂ ହାଡ଼ ସମ୍ବନ୍ଧୀୟ ରୋଗର ଆଶଙ୍କା କମାଇବା ପାଇଁ ପ୍ରତିଦିନ କଳାଚଣା ଖାଆନ୍ତୁ। ଏହା ବ୍ୟତୀତ ମଧୁମେହ ରୋଗୀଙ୍କୁ କଳାଚଣା ଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଏ।

ହୃଦୟ ପାଇଁ ଲାଭଦାୟକ
ରକ୍ତଚାପ ନିୟନ୍ତ୍ରଣ କରିବା ପାଇଁ କଳା ଚଣା ଖାଆନ୍ତୁ। କଳା ଚଣା ଖାଇବା ଦ୍ୱାରା ଗମ୍ଭୀର ଏବଂ ଜୀବନଘାତକ ହୃଦରୋଗର ଆଶଙ୍କା ହ୍ରାସ ପାଇଥାଏ। ଏହା ବ୍ୟତୀତ କଳା ଚଣା ଅନ୍ତନଳୀକୁ ସଫା କରି ପେଟ ସମସ୍ୟା ଦୂର କରିବାରେ ମଧ୍ୟ ସହାୟକ ହୋଇପାରେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button