ଆଜି ତୁଳା ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ, ଜାଣନ୍ତୁ କେଉଁ ରାଶି ଉପରେ କି ପ୍ରଭାବ ପଡିବ

ଆଜି ମଧ୍ୟରାତ୍ରିରେ ସୂର୍ଯ୍ୟଦେବଙ୍କ ଶତ୍ରୁ ଶୁକ୍ର ରାଶି ତୁଳାରେ ପ୍ରବେଶ ହୋଇବ। ବୈଦିକ ଜ୍ୟୋତିଷରେ ଫଳିତ ଲୋକହିତକାରୀ ଏହାକୁ ଆତ୍ମାର କାରକ ମାନିଥାନ୍ତି ଏବଂ ଏହାଙ୍କୁ ପ୍ରତ୍ୟକ୍ଷ ଦେବତା ମଧ୍ୟ କୁହାଯାଇଥାଏ। କାରଣ ଏହି ଦୁଇଜଣ ଦୂରରେ ରହିଲେ ମଧ୍ୟ ସମସ୍ତ ଜନମାନସକୁ ଦେଖାଯାଇଥାଏ। ଏହାର ରାଶି ପରିବର୍ତ୍ତନ ଜାତକ ଉପରେ ପ୍ରଭାବ ପଡ଼ିଥାଏ। ତେବେ ଜାଣନ୍ତୁ କେଉଁ ରାଶି ଉପରେ କି ପ୍ରଭାବ ପଡ଼ିବ।
ମେଷ: ଆପଣଙ୍କ ପାଇଁ ସପ୍ତମଭାବରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ବ୍ୟାପାର ଏବଂ ଦାମ୍ପତ୍ୟ ଜୀବନ ପାଇଁ କଠିନ ପରୀକ୍ଷା ଦେବାକୁ ପଡ଼ିପାରେ। ନିଜର ଜିଦ୍ କୁ ନିୟନ୍ତ୍ରଣରେ ରଖି ପରିବାରର ପରିବେଶକୁ ଶାନ୍ତ ରଖନ୍ତୁ।
ବୃଷ: କୋର୍ଟ, କଚେରୀ ମାମାଲାରେ ଆପଣ ସଫଳତା ପାଇପାରିବେ। କିନ୍ତୁ ସ୍ୱାସ୍ଥ୍ୟରେ ଅବନତି ଦେଖାଦେଇପାରେ। ଶତ୍ରୁମାନଙ୍କ ଠାରୁ ଦୂରେଇ ରୁହନ୍ତୁ।
ମିଥୁନ: ପଞ୍ଚମଭାବ ଅନୁଯାୟୀ ସୂର୍ଯ୍ୟଙ୍କ ପ୍ରଭାବ ଶିକ୍ଷା ପ୍ରତିଯୋଗୀତାରେ ବସିଥିବା ବିଦ୍ୟାର୍ଥୀମାନଙ୍କୁ ଆହୁରି ପରିଶ୍ରମ କରିବାକୁ ପଡ଼ିବ। ସନ୍ତାନ ସମ୍ବନ୍ଧିତ ସମସ୍ୟା ଦେଖାଦେଇପାରେ କିନ୍ତୁ ଏହା ଅଧିକ ସମୟ ରହିବ ନାହିଁ।
କର୍କଟ: ମାନସିକ ଅଶାନ୍ତି ବ୍ୟତୀତ ବ୍ୟାପାର କାର୍ଯ୍ୟରେ ଉନ୍ନତି ଏବଂ ଗରିମାର ବୃଦ୍ଧି ହେବ। ଚାକିରୀ କ୍ଷେତ୍ରରେ ସଫଳତା ପାଇବାର ସମ୍ଭାବନା ରହିଛି। ଯାତ୍ରା କରିବା ସମୟରେ ସାବଧାନ୍ ରୁହନ୍ତୁ।
ସିଂହ: ଆପଣଙ୍କ ସାହସ ଏବଂ ପରାକ୍ରମର ବୃଦ୍ଧି ହେବ। ଯେପରି ସଫଳତା ଚାହୁଁଛନ୍ତି ତାହା ହାସଲ କରିପାରିବେ। ପରିବାର ସଦସ୍ୟଙ୍କ ମଧ୍ୟରେ ବୁଝାବଣା ରଖନ୍ତୁ।
କନ୍ୟା: ସ୍ୱାସ୍ଥ୍ୟରେ ବିଶେଷ ଧ୍ୟାନ ଦେବା ସହ ନିଜ ବାଣୀ ଉପରେ ନିୟନ୍ତ୍ରର ରଖନ୍ତୁ। ଶାରୀରିକ ସସମ୍ୟା ଦେଖାଦେଇପାରେ।
ତୁଳା: ବ୍ୟାପାର କ୍ଷେତ୍ରରେ ଲାଭ ହେବ। ବିବାହ ସମ୍ବନ୍ଧିତ ବାର୍ତ୍ତା ସାର୍ଥକ ହେବ।
ବିଛା: ଆର୍ଥିକ ସମସ୍ୟା ଦେଖାଦେଇପାରେ। କୋର୍ଟ,କଚେରୀ ମାମଲାରୁ ଦୂରରେ ରୁହନ୍ତୁ। ଭାବିଚିନ୍ତି ନିଷ୍ପତି ନିଅନ୍ତୁ।
ଧନୁ: ରାଶି ପରିବର୍ତ୍ତନରେ ଆପଣଙ୍କ କାଯ୍ୟର୍ କ୍ଷେତ୍ରରେ ଲାଭ ହେବ। ଅନେକ ଦିନ ଧରି ରହିଥିବା ଧନ ପ୍ରାପ୍ତି ହେବ।
ମକର: ଆପଣଙ୍କୁ ସନ୍ତାନ ସୁଖ ମିଳିବ। କିନ୍ତୁ କୌଣସି କାରଣରୁ ଉଚ୍ଚ ଅଧିକାରୀମାନଙ୍କ ସହ ଯୁକ୍ତି ହୋଇପାରେ। ଏହିକାରଣରୁ ଧର୍ଯ୍ୟ ରଖନ୍ତୁ।
କୁମ୍ଭ: ସୂର୍ଯ୍ୟଦେବ ଆପଣଙ୍କ ରାଶିର ଭାଗ୍ୟଭାବକୁ ଯିବା ପରେ ଧର୍ମ-କର୍ମରେ ଅଧିକ ଭବ୍ୟ ହେବେ। ବିଦେଶ ଯାତ୍ରା କରିବାର ସମ୍ଭାବନା ରହିଛି। ଆପଣଙ୍କ ଶକ୍ତିକୁ ଉପଯୋଗ କରନ୍ତୁ।
ମୀନ: ଆପଣଙ୍କ ଯଶ ବୃଦ୍ଧି ହେବ କିନ୍ତୁ ଷଡଯନ୍ତ୍ରକାରୀମାନଙ୍କ ଠାରୁ ସାବଧାନ୍ ରୁହନ୍ତୁ। ସାବଧାନ ହୋଇ ଗାଡି ଚଲାନ୍ତୁ। ଅଗ୍ନି, ବିଷ ଏବଂ ଔଷଧ ସଂକ୍ରମଣ ଠାରୁ ସତର୍କ ରୁହନ୍ତୁ।




