ଜ୍ୟୋତିଷ

ଆଜି ଏହି ରାଶିର ଲୋକଙ୍କୁ ମିଳିବ ଖୁସି ଖବର

ମେଷ:- ଆତ୍ମବିଶ୍ବାସ ବଢ଼ିବ । ବନ୍ଧୁ ସାହାଯ୍ୟ କରିବେ । ଅନେକ ସାଧନରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବ । କୋର୍ଟ କଚେରି ମାମଲାରେ ସଫଳତା ପାଇବେ । ସନ୍ତାନ ପକ୍ଷରୁ ଶୁଭ ଖବର ପାଇବେ ।

ବୃଷ:- ଚାକିରି ବଦଳାଇବା ପାଇଁ ପ୍ରୟାସ କରିବେ । ଏଥିରେ ସଫଳତା ମଳିବାର ସମ୍ଭାବନା । ବେପାରରେ ଉନ୍ନତି ହେବା ଯୋଗୁଁ ମନ ପ୍ରସନ୍ନ ରହିବ । ଜୀବନସାଥୀ ସହଯୋଗରେ ଘରର ଦାୟିତ୍ବ ପୂରା କରିବେ ।

ମିଥୁନ:- ନିଜ ପ୍ରୟାସରେ ଭଲ ଧନ ଅର୍ଜନ କରିବାରେ ସଫଳ ହେବେ । ସନ୍ତାନ କୌଣସି ବଡ଼ ଶିକ୍ଷା ସଂସ୍ଥାରେ ନାମ ଲେଖାର ଖବର ପାଇବେ । ବନ୍ଧୁ ସହିତ ସମୟ ଅତିବାହିତ କରିବେ ।

କର୍କଟ:- କିଛି ନୂଆ ଲୋକଙ୍କ ସହିତ ସାକ୍ଷାତ ହେବ । ନିଜ ପ୍ରୟାସରେ କାର୍ଯ୍ୟରେ ସଫଳତା ପାଇବେ । ଅଚାନକ ଧନଲାଭର ଉତ୍ସ ପାଇବେ । ଅଫିସର କାମରେ ବ୍ୟସ୍ତ ରହିବେ ।

ସିଂହ:- ଦିନଟି ମଙ୍ଗଳମୟ ରହିବ। କାର୍ଯ୍ୟକ୍ଷେତ୍ରରେ ବିରୋଧୀ କିଛି ସମସ୍ୟା ଛିଡ଼ା କରାଇବେ । ଆପଣଙ୍କ ଏକାଗ୍ରତା ଆପଣଙ୍କୁ ସଫଳତା ଆଣିଦେବ। ସ୍ବଭାବରେ ଟିକେ ବିନମ୍ରତା ଆଣନ୍ତୁ ।

କନ୍ୟା:- ଦୀର୍ଘ ଦିନରୁ ଅଟକିଥିବା କାମ ପୂରା ହେବ । ଦାମ୍ପତ୍ୟ ଜୀବନ ଭଲ ରହିବ । ବନ୍ଧୁମାନଙ୍କ ସହିତ ଆନନ୍ଦପୂର୍ବକ ସମୟ ବିତାଇବେ । କିଛି ଲୋକ ଭାଗୀଦାରିରେ ବେପାର କରିବେ ।

ତୁଳା:- ବେପାରରେ ଅଚାନକ ଧନଲାଭ ହେବା ଯୋଗୁଁ ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ଶତ୍ରୁପକ୍ଷ ଆପଣଙ୍କୁ ଅଶାନ୍ତି କରିବା ପାଇଁ ବିଫଳ ପ୍ରୟାସ କରିବେ । ଶିକ୍ଷକଙ୍କର ମନ ପସନ୍ଦ ଜାଗାକୁ ବଦଳି ହେବ ।

ବିଛା:- ନିଜ ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ କରିବାରେ ସଫଳ ହେବେ । ସାମାଜିକ ଉତ୍ସବରେ ଅଂଶ ଗ୍ରହଣ କରିପାରନ୍ତି । ସମାଜରେ ମାନ ସମ୍ମାନ ପ୍ରାପ୍ତି ହେବ । ପାରିବାରିକ ଜୀବନରେ ଖୁସି ଆସିବ।

ଧନୁ:- କାର୍ଯ୍ୟକ୍ଷେତ୍ରରେ ନିଜର ଯୋଗ୍ୟତା ଦେଖାଇବାରେ ମଉକା ପାଇବେ । ଅଫିସରେ କାମ ବଢ଼ିପାରେ । ବିବାଦ ଠାରୁ ଦୂରରେ ରହନ୍ତୁ । ସନ୍ତାନକୁ ନେଇ ଚିନ୍ତା ଦୂର ହେବ । ଜମି କିଣିବାରେ ସଫଳ ହେବେ ।

ମକର:- ଦିନଟି ମଙ୍ଗଳମୟ ହେବ । ନିର୍ଣ୍ଣୟ ନେବାର କ୍ଷମତା ମଜଭୁତ ହେବ । ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସମୟ ବାହାର କରିବେ । ବ୍ୟବସାୟୀ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନେବେ ।

କୁମ୍ଭ:- ଚାକିରିରେ ପଦୋନ୍ନତିର ପ୍ରତୀକ୍ଷା ସମାପ୍ତ ହେବ। ଘରେ ସୁଖ ସୁବିଧା ବୃଦ୍ଧି ହେବ । ଖୁସି ଖବର ପାଇବେ । ଆର୍ଥିକ ଲାଭର ସ୍ଥିତି ସୃଷ୍ଟି ହେବ । ଘନିଷ୍ଠ ବନ୍ଧୁଙ୍କ ସହ ମିଶିବା ପାଇଁ ତାଙ୍କ ଘରକୁ ଯିବେ ।

ମୀନ:- କାର୍ଯ୍ୟକ୍ଷେତ୍ରରେ ସକାରାତ୍ମକ ପରିବେଶରେ କାମ କରିବେ । ଆର୍ଥିକ ସ୍ଥିତି ଭଲ ରହିବ । ଜୀବନସାଥୀ ସହିତ କୌଣସି ଧର୍ମାନୁଷ୍ଠାନକୁ ଯିବେ । ଅନଲାଇନିରେ କାମ ଆରମ୍ଭ କରିପାରନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button