ଦେଶ- ବିଦେଶ

ଭୁଲ୍‌ରେ ବି ଫ୍ରିଜ୍‌ରେ ରଖନ୍ତୁ ନାହିଁ ଏସବୁ ପରିବା, ନଚେତ୍‌ ପାଲଟିଯିବ ବିଷ

ଆମେ ଘରେ ସାଧାରଣତଃ ସବୁ ପରିବାକୁ ସତେଜ ରଖିବା ପାଇଁ ଫ୍ରିଜ୍‌ରେ ସାଇତିଥାଉ। ଥଣ୍ଡାରେ ତାହା ନଷ୍ଟ ହୋଇନଥାଏ, ଫଳରେ ଅଧିକ ଦିନ ପର୍ଯ୍ୟନ୍ତ ତାଜା ରହିଥାଏ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅଧିକ ଦିନ ପର୍ଯ୍ୟନ୍ତ ଖାଦ୍ୟକୁ ସତେଜ ରଖିବାରେ ସାହାଯ୍ୟ କରୁଥିବା ଫ୍ରିଜ୍‌, ବେଳେବେଳେ ଆମ ଖାଦ୍ୟକୁ ବିଷରେ ମଧ୍ୟ ପରିଣତ କରିଥାଏ। ଠିକ୍‌ ପଢ଼ିଲେ ଆପଣ। ଫ୍ରିଜ୍‌ରେ କେତେକ ପନିପରିବା ରଖିବାକୁ ବାରଣ କରାଯାଇଛି। କିଛି ପରିବା ଫ୍ରିଜ୍‌ରେ ରହିଲେ ବିଷ ପାଲଟିଯାଇଥାଏ। ଯାହାକୁ ଖାଇବା ଦ୍ୱାରା ଫୁଡ୍‌ ପଏଜନିଂ ହେବା ଆଶଙ୍କା ରହିଥାଏ। ଆସନ୍ତୁ ଜାଣିବା କେଉଁ ପରିବାକୁ ଫ୍ରିଜ୍‌ରେ ରଖିବା ମନା:

କଖାରୁ:

କଖାରୁ ଏକ ଏଭଳି ପରିବା ଯାହାକୁ ସମସ୍ତେ ଫ୍ରିଜ୍‌ରେ ରଖିଥାନ୍ତି। ମାତ୍ର ଫ୍ରିଜ୍‌ରେ ରଖିବା ଦ୍ୱାରା କଖାରୁ ଝାଳେଇ ଯାଇଥାଏ। ଏହି ପାଣି ସହ ଫ୍ରିଜ୍‌ର ଥଣ୍ଡା ଅଂଶ ମିଶି କଖାରୁକୁ ସଢ଼ାଇଦିଏ। ଏଣୁ କଖାରୁକୁ ଫ୍ରିଜ୍‌ରେ ନ ରଖି ବରଂ ଏକ କାଗଜ କିମ୍ବା କପଡ଼ାରେ ଗୁଡ଼ାଇ ରୋଷେଇ ଘରେ ଶୁଷ୍କ ସ୍ଥାନରେ ରଖିବା ଉଚିତ୍‌।

ପିଆଜ:

ପିଆଜକୁ ଫ୍ରିଜ୍‌ରେ ସାଇତି ରଖିବା ଅନୁଚିତ୍‌। ଅତ୍ୟଧିକ ଥଣ୍ଡା ଯୋଗୁ ପିଆଜ ପାଖୁଡ଼ା ନରମି ଯାଇଥାଏ। ଫଳରେ ଶୀଘ୍ର ପଚିଯାଏ। ଏଥିସହ ପିଆଜରୁ ବାହାରୁଥିବା ଗ୍ୟାସ୍‌ ଅନ୍ୟ ପରିବାକୁ ମଧ୍ୟ ପ୍ରଭାବିତ କରିଥାଏ। ଫଳରେ ପରିବାଗୁଡ଼ିକ ନିଜ ସ୍ୱାଦ ହରାଇଥାନ୍ତି।

ରସୁଣ:

ଫ୍ରିଜ୍‌ରେ ରଖିବା ଦ୍ୱାରା ରସୁଣ ଶୀଘ୍ର ପଚିଯାଏ ଓ ଏହାର ଗନ୍ଧ ଯୋଗୁ ଅନ୍ୟ ପରିବାର ଫ୍ଲେଭର ମଧ୍ୟ ନଷ୍ଟ ହୋଇଥାଏ। ରସୁଣ ସାଧାରଣ ତାପମାତ୍ରାରେ ଖୋଲାରେ ରହିବା ଦ୍ୱାରା ଅଧିକ ଦିନ ସତେଜ ରହିଥାଏ।

ଟମାଟୋ:

ଆମେ ଘରେ ଟମାଟୋକୁ ସତେଜ ରଖିବାକୁ ଫ୍ରିଜ୍‌ରେ ରଖିଥାଉ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଟମାଟୋକୁ ଫ୍ରିଜ୍‌ରେ ରଖିବା ମନା। ଫ୍ରିଜ୍‌ରେ ରହିବା ଦ୍ୱାରା ଟମାଟୋର ସ୍ୱାଦ ଓ ରଙ୍ଗରେ ପରିବର୍ତ୍ତନ ଘଟିଥାଏ। ଏଥିସହ ପ୍ରୋଟିନ୍‌ ଅଂଶ ମଧ୍ୟ ହ୍ରାସ ପାଏ। ତେଣୁ ଟମାଟୋକୁ ଫ୍ରିଜ୍‌ରେ ନରଖି ବାହାରେ ସାଧାରଣ ତାପମାତ୍ରାରେ ରଖି ସତେଜ ଥିବା ଅବସ୍ଥାରେ ଖାଇବା ଉଚିତ୍‌।

ଆଳୁ:

ଟମାଟୋ ଭଳି ଆଳୁକୁ ମଧ୍ୟ ଫ୍ରିଜ୍‌ରେ ରଖିବା ଅନୁଚିତ୍‌। ଆଳୁକୁ ସବୁବେଳେ ଶୁଷ୍କ ସ୍ଥାନରେ ରଖିବା ଉଚିତ। ଏହା ଦ୍ୱାରା ଆଳୁ ଅଧିକ ଦିନ ପର୍ଯ୍ୟନ୍ତ ସତେଜ ରହିଥାଏ। ଫ୍ରିଜ୍‌ରେ ରଖିବା ଦ୍ୱାରା ଆଳୁ ଝାଳେଇ ଯାଇ ଶୀଘ୍ର ପଚିଯାଏ। ଏଥିସହ ଆଳୁରେ ଥିବା ଶ୍ୱେତସାର ମଧ୍ୟ ନଷ୍ଟ ହୋଇଯାଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button