ଜ୍ୟୋତିଷ

ରସୁଣର ଏକ ଛୋଟ ଉପାୟ ଯାହା ଆପଣଙ୍କୁ କରିଦେବ ଧନୀ, କେବେବି ହେବ ନାହିଁ ଧାନର ଅଭାବ- Chamtkari Totke

ଆମେ ସମସ୍ତେ ଜାଣିଛୁ ରସୁଣ ଏକ ପରିବା । ରସୁଣ ଖାଦ୍ୟ ରେ ସ୍ୱାଦ ବଢ଼ାଇଥାଏ । ଏହା ଛଡା ଏହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ । ଥଣ୍ଡା ଓ ଜ୍ଵର ଆଦି ହୋଇଥିଲେ ରସୁଣ ଓ ସୋରିଷ ତେଲ ମାଲିସ କରିବା ଦ୍ୱାରା ଥଣ୍ଡା କମ ହୋଇଥାଏ । ତେଣୁ ଆମେ ଜାଣିଛୁ ରସୁଣ ଖାଦ୍ୟ ରେ ସ୍ୱାଦ ବଢ଼ାଇଥାଏ ଓ ଥଣ୍ଡା ଦୂର କରିଥାଏ । ରସୁଣ କୁ ଆମେ କୌଣସି ଓଷା ପର୍ବ ଆଦି ରେ ଖାଇ ନ ଥାଉ କି ବ୍ୟବହାର ମଧ୍ୟ କରୁନା କାରଣ ଏହା ତାମସିକ ଭୋଜନ ରେ ଅନ୍ତର୍ଭୁକ୍ତ କିନ୍ତୁ ଏହା ଛଡା ରସୁଣ ଆମର ଆର୍ଥିକ କାର୍ଯ୍ୟ ରେ ଆସିଥାଏ ।

ରସୁଣ ଆମର ଅର୍ଥ ସମସ୍ୟା କୁ ଦୂର କରିଥାଏ । ବହୁତ ଲୋକଙ୍କର ସମସ୍ୟା ଥାଏ ଯଦି ସେମାନେ ପଇସା ରୋଜଗାର କରୁଛନ୍ତି ତେବେ ସଞ୍ଚୟ କିଛି ହେଉ ନାହିଁ । ଯଦି ସଞ୍ଚୟ କରୁଛନ୍ତି ତେବେ ତାହା ମଧ୍ୟ ଖର୍ଚ୍ଚ ହେଇଯାଉଛି । ମାନେ ଗୋଟେ ପଟେ ଆୟ ହେବା ବେଳେ ଅନ୍ୟ ପଟେ ଖର୍ଚ୍ଚ ହେଇଯାଉଛି ।

୧ ଟଙ୍କା ଆୟ ହେବା ବେଳେ ୨ ଟଙ୍କା ବ୍ୟୟ ହେଉଛି ତେଣୁ ଏପରି ପରିସ୍ଥିତି ଆପଣ କଣ କରିବେ ତାହା ସମ୍ଭନ୍ଧ ରେ ଆଲୋଚନା କରିବା । ଆପଣ ଯଦି ବ୍ୟବସାୟୀ ହୋଇଥାନ୍ତି, ଚାକିରୀ କରିଥାନ୍ତି ବା ହାଉସହ୍ଵାଇଫ ହୋଇଥାନ୍ତି ତେବେ ବି ଆପଣ ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ର ଆର୍ଥିକ ସମସ୍ୟା ଦୂର ହେବ ଓ ଆପଣଙ୍କ ହାତରେ ସର୍ବଦା ପଇସା ରହିବ ।

ଆପଣ ଶନିବାର ଦିନ ରସୁଣ ର ଗୋଟିଏ କୋଲ ନେଇ ଏହାକୁ ଲାଲ ବସ୍ତ୍ର ରେ ଗୁଡ଼ାଇ ନିଜ ପର୍ସ ବା ଧନ ରଖୁଥିବା ସ୍ଥାନ ରେ ରଖିଦେବେ କିନ୍ତୁ ପ୍ରତି ଶନିବାର ଦିନ ତାହାକୁ ବଦଳାଇବେ ଓ ପୁରୁଣା ରସୁଣ ନେଇ କୌଣସି ମାଟି ରେ ପୋତିଦେବେ । ଏହା ଦ୍ୱାରା ଦେଖିବେ ଆପଣଙ୍କ ନିକଟରେ ପଇସା ଶର୍ବଦା ରହିବ ।

ଯଦି ଆପଣଙ୍କ ମନ ରେ ଦ୍ଵନ୍ଦ ଆସୁଛି କି ରସୁଣ ଏକ ତାମସିକ ଭୋଜନ ଅଟେ ତେଣୁ ଏହାକୁ ଆପଣ ଧନ ରଖିବା ସ୍ଥାନ ରେ ରଖିବେ ନାହିଁ କିମ୍ବା ଯଦି ଆପଣଙ୍କ ଘରେ ରସୁଣ ବ୍ୟବହାର ହୁଏ ନାହିଁ ତେବେ ଆପଣ ଆଉ ଏକ ଉପାୟ କରିବେ । ଶନିବାର ଦିନ ରସୁଣ ୨ କୋଲ ନେଇ ଏହାକୁ ଲାଲ କନା ରେ ଗୁଡ଼ାଇ ଅଶ୍ୱତ୍ଥ ବୃକ୍ଷ ମାଟି ତଳେ ପୋତିଦେବେ ।

ଏହା ଦ୍ୱାରା ମଧ୍ୟ ଧନ ଆପଣଙ୍କ ନିକଟ ରେ ରହିବ । ଯଦି ଆପଣ ବ୍ୟବସାୟୀ ହୋଇଥିବେ ତେବେ ଆପଣ ରସୁଣ ର ୧ କୋଲ ନେଇ ଶନିବାର ଦିନ ଲାଲ କନା ରେ ଗୁଡ଼ାଇ ଦୋକାନ ର ଦ୍ୱାର ରେ ଲଗାଇ ଦେବେ ।

ଏହା ଦ୍ୱାରା ବ୍ୟାପାରରେ ଉନ୍ନତି ହେବା ସହ ଆୟ ମଧ୍ୟ ଭଲ ହେବ । ରସୁଣ ର ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଆୟ ଠାରୁ ବ୍ୟୟ କମ ହେବା ସହ ଏହା ଆୟ କୁ ମଧ୍ୟ ବୃଦ୍ଧି କରିବ । ଓ ଆପଣଙ୍କ ହାତ କେବେ ଖାଲି ରହିବ ନାହିଁ ସବୁ ବେଳେ ଅଳ୍ପ ବହୁତ ପଇସା ଆପଣଙ୍କ ନିକଟରେ ରହିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button