ସ୍ୱାସ୍ଥ୍ୟ

ରକ୍ତ ଜମାଟ ବାନ୍ଧିବା ସମସ୍ୟାରୁ ରକ୍ଷା କରେ ରସୁଣ, ଉଷୁମ ପାଣିରେ ରସୁଣ କୋଲା ପକାଇ ପିଅନ୍ତୁ, ଦେଖନ୍ତୁ ଚତ୍ମକାରିତା

ଅଧିକାଂଶ ଲୋକ ରସୁଣ ଖାଇବାକୁ ପସନ୍ଦ କରନ୍ତି ନାହିଁ। ଏହା ଖାଇବା ଦ୍ୱାରା ମୁଖରେ ଅଲଗା ପ୍ରକାର ଏକ ଗନ୍ଧ ଆସିଥାଏ। ତେଣୁ ଲୋକେ ଏହାକୁ କଞ୍ଚା ଖାଇବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ କ’ଣ ଆପଣ ଯାଇଛନ୍ତି କି, ରସୁଣ ଖାଇବାର ଅନେକ ଫାଇଦା ରହିଛି। ଗୋଟେ ପାଖୁଡା ରସୁଣ ପ୍ରତିଦିନ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ଆୟୁର୍ବେଦରେ ରସୁଣକୁ ମହୌଷଧି ଭାବେ ବିବେଚିତ କରାଯାଇଛି। କୁହାଯାଏ, କୌଣସି ନା କୌଣସି ରୂପରେ ରସୁଣକୁ ଡାଏଟ୍‌ ପ୍ଲାନ୍‌ରେ ସାମିଲ କରିବା ଉଚିତ୍‌। କିନ୍ତୁ ସକାଳ ଓ ସନ୍ଧ୍ୟାରେ ଖାଲିପେଟରେ ରସୁଣ ଖାଇବା ଦ୍ୱାରା ବିଶେଷ ଲାଭ ମିଳିଥାଏ।

water garlic

ରସୁଣ ଖାଇବା ଦ୍ୱାରା ଉଚ୍ଚରକ୍ତଚାପରୁ ଆରାମ ମିଳିଥାଏ। କାରଣ ରସୁଣ ରକ୍ତ ସଞ୍ଚାଳନ ପ୍ରକ୍ରିୟାକୁ ନିୟନ୍ତ୍ରଣର କରିବାରେ ସାହାଯ୍ୟ କରିଥାଏ। ଉଚ୍ଚ ରକ୍ତଚାପ ସମସ୍ୟାରେ ପୀଡ଼ିତ ରୋଗୀ ଏହାର ସେବନ କରିବା ଉଚିତ୍। କେବଳ ସେତିକି ନୁହେଁ, ପେଟ ସହ ସମ୍ବନ୍ଧିତ ଯେକୌଣସି ସସସ୍ୟା ଥିଲେ ରସୁଣ ସେବନ ଦ୍ୱାରା ସେଥିରୁ ଉପଶମ ମିଳିଥାଏ।

gg

ଉଷୁମ ପାଣିରେ ରସୁଣ କୋଲାକୁ ପକାଇ ଏହି ପାଣିକୁ ଖାଲିପେଟରେ ପିଇଲେ ଗ୍ୟାସ୍‌ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାର ସମାଧାନ ହୋଇଥାଏ। ରସୁଣ ହୃତ୍‌ପିଣ୍ଡ ସହ ସମ୍ବନ୍ଧିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ। ରକ୍ତ ଜମାଟରୁ ମଧ୍ୟ ଏହା ରକ୍ଷାକରେ। ଖାଲିପେଟରେ ରସୁଣ ଚୋବାଇବା ଦ୍ୱାରା ହଜମ ପ୍ରକ୍ରିୟା ସୁସ୍ଥ ରହିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button