ସ୍ୱାସ୍ଥ୍ୟ

ଏହି ରୋଗ ଥିବା ଲୋକେ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ହଳଦୀ, ଲାଭ ବଦଳରେ ହୋଇଯିବ ବଡ଼ କ୍ଷତି

ହଳଦୀର ସେବନ କରିବା ଆମ ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ । ହୁଏତ ସମସ୍ତଙ୍କ ପାଇଁ ଏହା ଏତେ ଫାଇଦା ଦେଇ ନଥାଏ । ମାତ୍ର ଆମ ମଧ୍ୟରେ ଅନେକ ଲୋକ ଏପରି ଅଛନ୍ତି ଯେଉଁ ମାନଙ୍କୁ ହଳଦୀ କ୍ଷତି ପହଞ୍ଚାଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ଯେ କେଉଁ ଲୋକଙ୍କୁ ହଳଦୀ ର ସେବନ କରିବା ଉଚିତ ନୁହେଁ । ଏପରି ନକରିଲେ ହଳଦୀ ର ଖରାପ ପ୍ରଭାବ ମଧ୍ୟ ପଡ଼ିପାରେ ।

ଷ୍ଟୋନ ରୋଗୀ ସତର୍କ ରୁହନ୍ତୁ :- ଷ୍ଟୋନ ରୋଗୀଙ୍କୁ ହଳଦୀର ସେବନ କରିବା ପୂର୍ବରୁ ନିଜ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ବାସ୍ତବରେ ଯେଉଁ ଲୋକଙ୍କୁ ବାରମ୍ବାର ଷ୍ଟୋନ ସମସ୍ୟା ହୁଏ , ସେମାନେ ହଳଦୀ ସେବନ କରିବା ଦ୍ୱାରା ଏହି ସମସ୍ୟା ବଢ଼ି ପାରେ । ତେଣୁ ଯେତେ ସମ୍ଭବ ସେମାନେ ହଳଦୀ ସେବନ କମ କରିବା ଉଚିତ ।

ମଧୁମେହ ରୋଗୀ ସେବନ କରନ୍ତୁ ନାହିଁ :- ଯେଉଁ ଲୋକଙ୍କର ମଧୁମେହ ସମସ୍ୟା ଅଛି ସେମାନେ ସୀମିତ ମାତ୍ରାରେ ହଳଦୀ ସେବନ କରିବା ଉଚିତ । ଏହି କାରଣରୁ ମଧୁମେହ ରୋଗୀଙ୍କର ସୁଗର ସ୍ତରକୁ କମ କରିବା ଏବଂ ରକ୍ତ କୁ ପତଳା କରିବାର ଔଷଧ ଦିଆଯାଏ । ଏମିତିରେ ହଳଦୀ ର ଅଧିକ ସେବନ କରିବା ଦ୍ୱାରା ଶରୀରରେ ରକ୍ତ ମାତ୍ରା କମି ପାରେ । ଯାହାଦ୍ୱାରା ଶରୀରର କ୍ଷତି ହୋଇଥାଏ ।

ରକ୍ତ ବୋହିବା ସମସ୍ୟା ବୃଦ୍ଧି କରିଥାଏ :- ହଳଦୀ ରକ୍ତ ଜମାଟ ବାନ୍ଧିବା ପ୍ରକ୍ରିୟା କୁ କମାଇ ଦେଇଥାଏ । ଏଥିପାଇଁ ଯେଉଁ ଲୋକଙ୍କର ହଠାତ ନାକ କିମ୍ବା ଅନ୍ୟ ଭାଗରୁ ରକ୍ତ ବୋହିବାର ସମସ୍ୟା ଥିବ ସେମାନେ ହଳଦୀ ସେବନକୁ କମ କରିବା ଉଚିତ । ଏଥିରେ କୌଣସି ପ୍ରକାରର ଅସତର୍କତା ବି ଶରୀରର କ୍ଷତି କରିପାରେ ।

ପୋଲିଓ ରୋଗୀ ହଳଦୀ ସେବନ ଠାରୁ ଦୂରେଇ ରୁହନ୍ତୁ :- ଯେଉଁ ଲୋକଙ୍କୁ ପୋଲିଓ ଅର୍ଥାତ ଜଣ୍ଡିସ ସମସ୍ୟା ଅଛି ସେମାନେ ହଳଦୀ ର ସେବନ କରିବା ଉଚିତ ନୁହେଁ । ଏହି ରୋଗ ଠିକ ହେବା ପରେ ବି ଡାକ୍ତରଙ୍କ ପରାମର୍ଶ ପରେ ହିଁ ହଳଦୀ ସେବନ ସମ୍ବନ୍ଧରେ ନିଷ୍ପତ୍ତି ନେବା ଉଚିତ ।

Related Articles

Leave a Reply

Your email address will not be published. Required fields are marked *

Back to top button