ସ୍ୱାସ୍ଥ୍ୟ

ଆର୍ଥ୍ରାଇଟ୍‌, କୋଲେଷ୍ଟ୍ରୋଲ ଭଳି ସମସ୍ୟା ରହିଛି କି ? ପିଅନ୍ତୁ ଏହି ରସ, ପାଆନ୍ତୁ ମୁକ୍ତି

ଆଜିକାଲି ଅନେକ ଲୋକଙ୍କଠାରେ ଆଣ୍ଠୁଗଣ୍ଠି ରୋଗ ସମସ୍ୟା ଦେଖାଯାଉଛି। ଯେପରି କ୍ରମେ କ୍ରମେ ଏ ରୋଗ ବଢ଼ିଚାଲେ, ମଣିଷ ପକ୍ଷେ ଚାଲିବା ବୁଲିବା କଷ୍ଟକର ହୋଇପଡ଼େ। ଗଣ୍ଠି ରୋଗର ସବୁଠୁ ଅଧିକ ପ୍ରଭାବ ଆଣ୍ଠୁ, ଅଣ୍ଟା, ମେରୁଦଣ୍ଡ ଉପରେ ପଡ଼ିଥାଏ। ଏହାଛଡ଼ା ହାତ ଆଙ୍ଗୁଠି, କହୁଣୀ, ଜଙ୍ଘ ଏବଂ ପାଦ ମଧ୍ୟ ପ୍ରଭାବିତ ହୋଇଥାଏ।

juice

ବିଶେଷଜ୍ଞଙ୍କ ମତରେ, ଦେଶର ୧୦ କୋଟିରୁ ଊର୍ଦ୍ଧ୍ୱ ଲୋକ ଏବେ ଏହି ରୋଗରେ ପୀଡ଼ିତ। ଯେଭଳି ଭାବେ ରୋଗ ବଢ଼ିଚାଲିଛି, ଅନୁମାନ ହେଉଛି ଆସନ୍ତା କିଛି ବର୍ଷରେ ଆର୍ଥ୍ରାଇଟ୍ସ ଲୋକଙ୍କୁ ଶାରୀରିକ ରୂପେ ଅପଙ୍ଗ କରିବାର ଚତୁର୍ଥ ପ୍ରମୁଖ କାରଣ ପାଲଟିବ।

ଏଥିରୁ ରକ୍ଷା ପାଇବାକୁ ଅନେକ ପ୍ରକାରର ଚିକିତ୍ସା ପଦ୍ଧତି ଅବଲମ୍ବନ କରାଯାଉଛି। କେଉଁଥିରୁ ଆରାମ ମିଳୁଥିବା ବେଳେ କେଉଁଥିରୁ ଆଦୌ ଉପଶମ ହେଉନାହିଁ। କିନ୍ତୁ ଜାଣନ୍ତି, ଏ ରୋଗର ଯନ୍ତ୍ରଣା ଲାଘବ କରିବାରେ ଆଳୁ ବେଶ୍‌ ଲାଭପ୍ରଦ।

juice 1

କଞ୍ଚା ଆଳୁ ରସକୁ ଆର୍ଥ୍ରାଇଟ୍ସ ଚିକିତ୍ସା କ୍ଷେତ୍ରରେ ବେଶ୍‌ ଉତ୍ତମ ବୋଲି କୁହାଯାଇଛି। ଏଥିରେ ଆଣ୍ଟି ଇନ୍‌ଫ୍ଲାମେଣ୍ଟାରୀ ଗୁଣ ଥିବା ହେତୁ ବେକ, କହୁଣୀ, କାନ୍ଧ ଏବଂ ଆଣ୍ଠୁ ଯନ୍ତ୍ରଣା ଖୁବ୍‌ ଶୀଘ୍ର ଲାଘବ ହୋଇଥାଏ। କଞ୍ଚା ଆଳୁ ରସ ପିଇବା ଦ୍ୱାରା ଏହି ଯନ୍ତ୍ରଣାରୁ ଖୁବ୍‌ ଶୀଘ୍ର ଉପଶମ ମିଳିଥାଏ।

କଞ୍ଚା ଆଳୁ ରସ ୟୁରିକ ଏସିଡକୁ କମ୍‌ କରିଥାଏ। ଗୋଟେ ଗ୍ଲାସ କଞ୍ଚା ଆଳୁ ରସ ସକାଳୁ ପିଇବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ।

1

ଏହାଛଡା କଞ୍ଚା ଆଳୁ ରସ ରକ୍ତ ସଂଚାଳନ, ଗ୍ୟାସଷ୍ଟ୍ରିକ ସମସ୍ୟା, କୋଲେଷ୍ଟ୍ରୋଲ ହ୍ରାସ କରିବା, ପାଚନ କ୍ରିୟା ସଠିକ୍‌ କରିବାରେ ସହାୟକ ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button