ରାଜ୍ୟ

ଔଷଧୀୟ ଗୁଣରେ ଭରପୁର ଅର୍ଜୁନ ଗଛର ଛେଲି, ଜାଣନ୍ତୁ କିପରି କରିବେ ବ୍ୟବହାର

ଅର୍ଜୁନ ଗଛ ଏକ ଔଷଧୀୟ ବୃକ୍ଷ ହୋଇଥାଏ । ଏହି ବୃକ୍ଷର ଛେଲିକୁ ବ୍ୟବହାର କରିବା ଦ୍ୱାରା ଏହା ଆମକୁ ଅନେକ ରୋଗଠାରୁ ଦୁରେଇ ରଖିଥାଏ । ଅର୍ଜୁନ ଗଛ ଛେଲିର ପାଉଡରକୁ ପ୍ରତିଦିନ ବ୍ୟବହାର କରିବା ଦ୍ୱାରା ଏହା ହାର୍ଟ ପ୍ରୋବ୍ଲେମ, କୋଲେଷ୍ଟ୍ରୋଲ, ଉଚ୍ଚ ରକ୍ତଚାପ, ମୋଟାପଣ ଭଳି ଗମ୍ଭୀର ରୋଗଠାରୁ ଦୁରେଇ ରଖିଥାଏ । ଏହା ବ୍ୟତୀତ ଅର୍ଜୁନ ଗଛର ଛେଲି ଟିବି, କାଶ, ଥଣ୍ଡା ଇତ୍ୟାଦି ଅନେକ ରୋଗର ଯନ୍ତ୍ରଣାରୁ ଉପଶମ ଦେଇଥାଏ । ଏହା କଫ,ପିତ୍ତକୁ ସମାପ୍ତ କରିବା ସହିତ ରକ୍ତ ବିକାରକୁ ମଧ୍ୟ ଦୂର କରିଥାଏ । ତାହେଲେ ଆସନ୍ତୁ ଜାଣିବା ଏହି ଗଛର ଛେଲିରୁ ଆଉ କଣ କଣ ଲାଭ ମିଳିଥାଏ ।

କେଶର ଧଳାପଣ ଦୂର କରିଥାଏ

ଯଦି ଅର୍ଜୁନ ଗଛ ଛେଲିର ଗୁଣ୍ଡକୁ ମେହେନ୍ଦୀରେ ମିଶାଇ କେଶରେ ଲଗାଯାଏ ତାହେଲେ ଏହା ଧଳା ଚୁଟିକୁ କଳା କରିବାରେ ସାହାଯ୍ୟ କରିଥାଏ ।

କମ କରେ କୋଲେଷ୍ଟ୍ରୋଲ

Image result for अर्जुन का वृक्ष

କୋଲେଷ୍ଟ୍ରୋଲ କମ କରିବା ପାଇଁ ଅର୍ଜୁନ ଛେଲିର ପାଉଡର ବହୁତ ଲାଭଦାୟକ ହୋଇଥାଏ । ଏଥିପାଇଁ ପ୍ରଥମେ ଏକ ଚାମଚ ଅର୍ଜୁନ ଛେଲିର ଗୁଣ୍ଡକୁ ଦେଢ଼ ଗ୍ଲାସ ପାଣିରେ ଭଲଭାବେ ଫୁଟାଇ ଦିଅନ୍ତୁ । ପାଣି ଫୁଟି ଫୁଟି ଅଧା ହୋଇଗଲା ପରେ ଏହାକୁ ଥଣ୍ଡାକରି ଛାଣି ପ୍ରତିଦିନ ସନ୍ଧ୍ୟାରେ ସେବନ କରନ୍ତୁ । ଏହାଦ୍ୱାରା ଆପଣଙ୍କ କୋଲେଷ୍ଟ୍ରୋଲ କଣ୍ଟ୍ରୋଲରେ ରହିବ ।

ହାର୍ଟବିଟ ନର୍ମାଲ ରଖେ

ଯଦି ଆପଣଙ୍କୁ ହାର୍ଟବିଟ ବଢିବାର ବେମାରୀ ରହିଛି ତାହେଲେ ଅର୍ଜୁନ ଛେଲିର ପାଉଡରକୁ ଜିଭରେ ରଖି କିଛି ସମୟ ଚୁସନ୍ତୁ । ଏପରି କରିବା ଦ୍ୱାରା ସଙ୍ଗେସଙ୍ଗେ ହାର୍ଟବିଟ ନର୍ମାଲ ହୋଇଯାଏ ।

 

ରକ୍ତଦୋଷ ଦୂରକରେ

ଅର୍ଜୁନ ଛେଳିରେ କାଢା ପ୍ରସ୍ତୁତ କରି ପିଇବା ଦ୍ୱାରା ରକ୍ତ ବିକାର ଦୂର ହୋଇଥାଏ । ଏହାସହିତ ଯଦି ଆପଣଙ୍କର ପରିସ୍ରାରେ ସମସ୍ୟା ଦେଖାଯାଉଛି ବା ରହି ରହି ପରିସ୍ରା ଲାଗୁଛି ତାହେଲେ ଏହି କାଢ଼ା ପ୍ରସ୍ତୁତ କରି ପିଅନ୍ତୁ, ଆରାମ ମିଳିବ ।

ଜ୍ୱଳନ ଦୁରକରେ

ଯଦି ଶରୀରରେ କୌଣସି ଅଙ୍ଗ ପୋଡ଼ି ଯାଇଛି ଓ ସେଠାରେ ଅତ୍ୟଧିକ ଜ୍ୱଳନ ହେଉଛି ତାହେଲେ ତୁରନ୍ତ ସେଠାରେ ଅର୍ଜୁନ ଛେଲିଗୁଣ୍ଡ ଲଗାଇ ଦିଅନ୍ତୁ ଆରାମ ମିଳିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button