ରାଜ୍ୟ

ଶୀତଦିନେ ଓଠରେ ଲଗାନ୍ତୁ ଚିନି, ପୁଣି ଦେଖନ୍ତୁ କମାଲ

ଶୀତଦିନେ ଓଠ ଫାଟିବା ଏକ ସାଧାରଣ ସମସ୍ୟା। ଏହାଦ୍ୱାରା ଆପଣଙ୍କ ଓଠକୁ ବହୁତ ଯନ୍ତ୍ରଣା ହୋଇଥାଏ। ଆଉ ସେଥିରୁ ରକ୍ତ ମଧ୍ୟ ବାହାରେ। ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ତଥା ଓଠକୁ କୋମଳ ଓ ମୁଲାୟମ୍‌ କରିବା ପାଇଁ ଆପଣଙ୍କୁ ଶୀତଦିନେ ବିଶେଷ ଯତ୍ନ ନେବାକୁ ପଡ଼ିବ। କାରଣ, ଏହିଦିନେ ଓଠର ଖାସ୍‌ ସୁରକ୍ଷା ନିହାତି ଆବଶ୍ୟକ।

yq

ଆଜି ଆମେ ଆପଣଙ୍କୁ ଚିନି ଦ୍ୱାରା କିପରି ଓଠକୁ ସୁନ୍ଦର ତଥା ଆକର୍ଷଣୀୟ କରାଯାଇପାରିବ, ତାହାର ଉପାୟ କହିବାକୁ ଯାଉଛୁ।

ବିଧି:

-ପ୍ରଥମେ ଆପଣଙ୍କୁ ଚିନିର ପେଷ୍ଟ ତିଆରି କରିବାକୁ ପଡ଼ିବ। ଏଥିପାଇଁ ୧ ଚାମଚ ମହୁ ସହିତ ୨ ଚାମଚ ଚିନିକୁ ଭଲ ଭାବେ ମିଶାନ୍ତୁ।

-ଏହି ପେଷ୍ଟକୁ ନିଜ ଓଠ ଉପରେ ଲଗାନ୍ତୁ ଏବଂ ଏହାକୁ ପାଖାପାଖି ୧ ମିନିଟ୍‌ ଯାଏ ସେଟ୍‌ ହେବାକୁ ଦିଅନ୍ତୁ।

r3

-ମୃତ ତ୍ୱଚା କୋଶିକାଗୁଡ଼ିକୁ ଢିଲା କରିବା ପାଇଁ ଧୀରେ ଧୀରେ ହାତରେ ମିଶ୍ରଣକୁ ରଗଡ଼ନ୍ତୁ।

-କିଛି ସମୟ ପରେ ଏହାକୁ ଉଷୁମ ପାଣିରେ ଧୋଇଦିଅନ୍ତୁ।

-ନରମ ବଜାୟ ରଖିବା ପାଇଁ ଓଠରେ ଏବେ ମହୁ ଲଗାନ୍ତୁ।

-ଦିନକୁ ୨/୩ଥର ଏମିତି କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button