ଦେଶ- ବିଦେଶ

ବୟସ ବଢ଼ିବା ସହ କାହିଁକି ପୁରୁଷମାନେ ହୋଇଯାଉଛନ୍ତି ଚନ୍ଦା, ଜାଣନ୍ତୁ ଏହା ପଛର କାରଣ

ବର୍ତ୍ତମାନର ପରିବର୍ତ୍ତନଶୀଳ ଦୁନିଆରେ ଆଧୁନିକ ଜୀବନଶୈଳୀକୁ ନେଇ ସମସ୍ତେ ବ୍ୟସ୍ତ। ଖାଦ୍ୟପେୟରେ ଅନିୟମିତତା ସହ ଆବଶ୍ୟକୀୟ ପୁଷ୍ଟିସାରର ଅଭାବ ଯୋଗୁ ଯୁବାବସ୍ଥାରେ ହିଁ ଲୋକଙ୍କଠାରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି। ସେହିଭଳି ଏକ ସମସ୍ୟା ହେଉଛି ଅତ୍ୟଧିକ କେଶ ଝଡ଼ିବା। ମହିଳାଙ୍କଠାରେ ଅଧିକ କେଶ ଜନିତ ସମସ୍ୟା ଦେଖାଯାଉଥିବା କୁହାଯାଉଥିଲେ ମଧ୍ୟ ପୁରୁଷମାନେ ମଧ୍ୟ ଏହାର ସମ୍ମୁଖୀନ ହୋଇଥାନ୍ତି। ମହିଳାଙ୍କ କେଶ ପତଳା ହୋଇଯାଉଥିବା ବେଳେ ପୁରୁଷମାନେ ଚନ୍ଦା ହୋଇଯାଉଛନ୍ତି। ତେବେ ପୁରୁଷମାନେ ବୟସ ବଢ଼ିବା ସହ କାହିଁକି ଚନ୍ଦା ହୋଇଯାଆନ୍ତି ଆସନ୍ତୁ ଜାଣିବା ତାହାର କାରଣ…

ଏକ ଗବେଷଣା ମୁତାବକ ୭୦ ପ୍ରତିଶତ ପୁରୁଷ କେଶ ଝଡ଼ିବା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏହାର ପରିମାଣ ମହିଳାଙ୍କ ଠାରେ ମାତ୍ର ୪୦ ପ୍ରତିଶତ ହୋଇଥାଏ। ପୁରୁଷଙ୍କଠାରେ ଦେଖାଦେଉଥିବା ଚନ୍ଦାପଣକୁ ଏଣ୍ଡୋଜେନିକ ଏଲୋପୋସିୟା ବା ପେଟର୍ନ ବୋଲ୍ଡନେସ୍‌ କୁହାଯାଏ। ଏଭଳିସ୍ଥିତିରେ କପାଳରୁ କେଶ ପ୍ରବଳମାତ୍ରାରେ ଝଡ଼ିବାରେ ଲାଗେ। ଏହା ଧୀରେ ଧୀରେ ମୁଣ୍ଡର ଉପର ଭାଗ ପର୍ଯ୍ୟନ୍ତ ବ୍ୟାପେ।

ପୁରୁଷଙ୍କ ଚନ୍ଦାପଣର ମୁଖ୍ୟ କାରଣ ହେଉଛି ଜେନେଟିକ୍ସ ଏବଂ ଡି ହାଇଡ୍ରୋ ଟେଷ୍ଟୋଷ୍ଟେରୋନ୍‌ ନାମକ ପୁରୁଷ ପ୍ରଜନନ ହରମୋନ୍‌। ଏକ ତଥ୍ୟ ମୁତାବକ, ଯୌବନ ଅବସ୍ଥା ଆରମ୍ଭରେ ପୁଅଙ୍କ ମସଲ୍ସ ଓ ହେଡ୍‌ ଟିସୁ ପ୍ରସାରିତ ହୋଇଥାଏ। ଏ ଅବସରରେ ଡି ହାଇଡ୍ରୋ ଟେଷ୍ଟୋଷ୍ଟେରୋନ୍‌ ମଧ୍ୟ ପୁଅଙ୍କ ଶରୀରରେ ଅଧିକ କ୍ଷରିତ ହୋଇଥାଏ। ଏହାର ପରିମାଣ ଶରୀରରେ ବୃଦ୍ଧି ପାଇଲେ ହେୟାର ଫଲିକ୍ସରେ ଉପସ୍ଥିତ କେଶକୁ ସୁସ୍ଥ ରଖିବାରେ ବ୍ୟବହୃତ ହେଉଥିବା ଏଣ୍ଡ୍ରୋଜନ ରିସେପ୍ଟର୍ସକୁ ଶୋଷଣ କରିଥାଏ। ଶରୀରରେ ଏହାର ପରିମାଣ ବୃଦ୍ଧି ପାଇବା ଦ୍ୱାରା ଫଲିକ୍ସ ସଙ୍କୋଚିତ ହୋଇଥାଏ। ଫଳରେ କେଶକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ମିଳିପାରିନଥାଏ ଓ ଏହା ଝଡ଼ିବାକୁ ଲାଗିଥାଏ।

ଏକ ଗବେଷଣା ଅନୁସାରେ, ୩୫ ବର୍ଷ ପର୍ଯ୍ୟନ୍ତ ଦୁଇ-ତୃତୀୟାଂଶ ପୁରୁଷ ଚନ୍ଦାପଣ ସମସ୍ୟାର ଶିକାର ହୋଇଥାନ୍ତି। ସେହିପରି ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ପ୍ରାୟ ୮୦ ପ୍ରତିଶତ ପୁରୁଷ କେଶ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଥିବା ସ୍ୱୀକାର କରିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button