ସ୍ୱାସ୍ଥ୍ୟ

ସପ୍ତାହ ଯାକ ନିଜକୁ ଫୂର୍ତ୍ତି ରଖିବା ପାଇଁ ଛୁଟି ଦିନରେ କରନ୍ତୁ ଏହି କାମ

କର୍ମ ବ୍ୟସ୍ତ ଜୀବନରେ କାହା କାହାକୁ ସପ୍ତାହକୁ ୨ ଦିନ ଛୁଟି ମିଳୁଥିବା ବେଳେ କାହାକୁ କେବଳ ଗୋଟିଏ ଦିନ ହିଁ ମିଳିଥାଏ । ଏହି ଛୁଟି ଦିନ ଟିକୁ ସମସ୍ତେ ସାଧାରଣତଃ ନିଜ ପସନ୍ଦ ଅନୁସାରେ କଟାଇବାକୁ ଚାହାନ୍ତି । ବେଳେ ବେଳେ ଆମେ ନିଜ କର୍ମମୟ ଜୀବନରେ ଏତେ ମାତ୍ରାରେ ଅଭ୍ୟସ୍ତ ହୋଇଯାନ୍ତି ଯେ ଏହି ଦିନ ଟିକୁ କେମିତି କଟାଇବା ତାହା ଜାଣିପାରନ୍ତି ନାହିଁ । କିନ୍ତୁ ବୈଜ୍ଞାନିକ ମାନଙ୍କ ଅନୁଯାୟୀ ଏହି ଦିନଟିକୁ ଯଦି ଆମେ ଭଲରେ କଟାଇବା ତେବେ ଆମକୁ ଏହା ପରବର୍ତ୍ତୀ ଦିନ ମାନଙ୍କରେ ଅଧିକ ଫୁର୍ତି ଯୋଗାଇବା ସହ କାମ କରିବାକୁ ଅଧିକ ଉତ୍ସାହିତ ମଧ୍ୟ କରିଥାଏ । ତେବେ ଆସନ୍ତୁ ଛୁଟି ଦିନର ଛୋଟ ଛୋଟ ଟିପ୍ସ ଗୁଡିକ ବିଷୟରେ:

୧. ଆମେ ମାନେ ସାଧାରଣତଃ ଅନ୍ୟ ଦିନ ମାନଙ୍କରେ ନିଜ ନିଦ ପୂରଣ କରିପାରି ନଥାଉ । କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଆମକୁ ଆମ ଶୋଇବା ସମୟ ସହ କିଛିଟା ବୁଝାମଣା କରିବାକୁ ପଡିଥାଏ । କିନ୍ତୁ ଛୁଟି ଦିନ ସର୍ବ ପ୍ରଥମେ ଆପଣ ନିଜ ନିଦକୁ ପୂରଣ କରନ୍ତୁ । ଶରୀରର ସମ୍ପୂର୍ଣ ରୂପେ ଥକା ନ ମେଣ୍ଟିବା ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପରିମାଣରେ ଶୁଆନ୍ତୁ ।

୨. ଏହି ଦିନ କାହାକୁ ମଧ୍ୟ ସମୟ ଦିଅନ୍ତୁ ନାହିଁ । ମାନେ ରଖନ୍ତୁ ଏହି ଦିନଟି କେବଳ ଆପଣଙ୍କର । ଏଥିରେ କେବଳ ଆପଣ ଙ୍କର ବା ଆପଣଙ୍କର ପରିବାରର ହିଁ ଅଧିକାର ଅଛି । ଅତି ଜରୁରୀ ନଥିଲେ କାହା ସହ ଅପୋଇଣ୍ଟମେଣ୍ଟ ଫିକ୍ସ କରନ୍ତୁ ନାହିଁ । ପୁରା ଦିନ ନିଜ ପରିବାର ଓ ପିଲାଙ୍କ ସହ ହିଁ ସମୟ ବିତାନ୍ତୁ ।

୩.ଏହା ସହ ଯଦି ଆପଣ ବହି ପଢିବା ବା କିଛି ଲେଖା ଲେଖି କରିବାରେ ରୁଚି ରଖନ୍ତି ତେବେ ତାହା ଆପଣ ଛୁଟି ଦିନରେ ହିଁ କରନ୍ତୁ । ଏହା ଆପଣଙ୍କୁ ପୁରା ସପ୍ତାହ ଯାକ ଏକ ପ୍ରକାର ଶକ୍ତି ଯୋଗାଇବ ।

୪. ଏହା ସହ ଯଦି ଆପଣ ନୂଆ ନୂଆ ମୁଭି ଦେଖିବାର ସଉକ ରଖନ୍ତି ତେବେ ତାହା ଛୁଟି ଦିନରେ ହିଁ ଦେଖନ୍ତୁ । ଏହା ଆପଣଙ୍କ ମନକୁ ପ୍ରଫୁଲ୍ଲିତ କରିବା ସହ ଆପଣଙ୍କ ମନରେ ଏକ ପ୍ରକାର ଉତ୍ସାହ ମଧ୍ୟ ଭରିଦେବ ।

୫. ଯଦି ଆପଣ ଛୁଟି ଦିନ କୁଆଡେ ବାହାରକୁ ବୁଲି ଯିବା ପାଇଁ ପ୍ଲାନ କରୁଛନ୍ତି ତେବେ ଅଫିସରୁ ଅନ୍ତତଃ ଦୁଇଦିନ ଛୁଟି ନେଇ ଯାନ୍ତୁ । ଯାହା ଦ୍ୱାରା ଆପଣ ଠିକ ଭାବେ ରିଲାକ୍ସ କରି ବୁଲି ପାରିବେ । ମାନେ ରଖନ୍ତୁ ଭଲ ଭଲ ପ୍ରାକୃତିକ ସ୍ଥାନ ମାନଙ୍କୁ ଯାଇ ବୁଲିଲେ ଆପଣଙ୍କ ଶାରୀରିକ ସହ ମାନସିକ ସ୍ଥିତିରେ ମଧ୍ୟ ଏକ ପ୍ରକାର ସୁପ୍ରଭାବ ପକାଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button