ସ୍ୱାସ୍ଥ୍ୟ

ଉଠିଲା ମାତ୍ରେ ଯଦି ଆଖିକୁ ଦେଖାଯାଉଛି ଅନ୍ଧାର, ତେବେଏହି ଭୟଙ୍କର ରୋଗରେ ପୀଡିତ ଆପଣ

ବନ୍ଧୁଗଣ, କେବେ ଆପଣ ଏହା ଅନୁଭବ କରିଛନ୍ତି କି? ବସିଥିବା ସମୟରୁ ହଟାତ ଉଠିବା ମାତ୍ରେ ଆଖିକୁ ଅନ୍ଧାରିଆ ଦେଖାଯାଏ । ମୁଣ୍ଡ ବୁଲେଇ ଦିଏ? ଏଭଳି କଣ କେବେ ଆପଣଙ୍କ ସହ ଘଟିଛି କି? ଆପଣ ନିଶ୍ଚିତ ଭାବରେ ଅନେକ ଲୋକଙ୍କୁ ଦେଖିଥିବେ, ଯେଉଁମାନେ ଉଠିବା ସମୟରେ କୁହନ୍ତି ମୁଣ୍ଡ ବୁଲାଉଛି, ଯେଉଁ କାରଣରୁ ସେମାନଙ୍କର ସନ୍ତୁଳନ ମଧ୍ୟ ଖରାପ ହେବାକୁ ଲାଗେ, ଏବଂ ସେମାନଙ୍କ ଆଖି ସାମ୍ନାରେ ଅନ୍ଧାର ହେବାକୁ ମଧ୍ୟ ଲାଗେ ।

ଯାହା ସେମାନଙ୍କୁ ଅନୁଭବ କରାଏ ଯେ ସେମାନେ ଦୁର୍ବଳ ଅଛନ୍ତି କିମ୍ବା କୌଣସି ରୋଗର ଶିକାର ହୋଇପାରନ୍ତି । ସେମାନେ ଭାବନ୍ତି ବ୍ଲଡ଼ ପ୍ରେସର ଚାଲିଯାଇଛି ତେଣୁ ଆଖି ସାମ୍ନାରେ ଅନ୍ଧକାର ଆସୁଛି ।

ଏକ ଅନୁସନ୍ଧାନରେ କୁହାଯାଇଛି ଯେ ଅର୍ଥୋଷ୍ଟାଟିକ୍ ହାଇପୋଟେନ୍ସନ୍ ରେ ପୀଡିତ ଜଣେ ବ୍ୟକ୍ତିଙ୍କ ହଠାତ୍ ରକ୍ତଚାପ ବୃଦ୍ଧି ଏବଂ ହଠାତ୍ ରକ୍ତ ଚାପ କମିବା ଏବଂ ସାଧାରଣ ଲକ୍ଷଣ ମଧ୍ୟରୁ ଗୋଟିଏ ହେଉଛି ଠିଆ ହେବାରେ ଭର୍ଟିଗୋ ବା ଅନ୍ଧକାର ଦେଖାଦେବା ଏବଂ ମୁଣ୍ଡ ବୁଲାଇବା । 73 ବର୍ଷ ବୟସର ଦୁଇ ହଜାରରୁ ଅଧିକ ଲୋକ ଏହି ଗବେଷଣାରେ ଅନ୍ତର୍ଭୁକ୍ତ ହୋଇଥିଲେ ଯେଉଁମାନଙ୍କର ଏହି ପ୍ରକାର ସମସ୍ୟା ଥିଲା ଯେଉଁଥିପାଇଁ ସେମାନଙ୍କୁ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଲା । ଏବେ ନିକଟରେ ବୈଜ୍ଞାନିକ ମାନେ ଏହାର କାରଣ ପତା ଲଗାଇଛନ୍ତି ।

ଏହାର କାରଣ ରକ୍ତ ହୀନତା କିମ୍ବା ଲୋ ବ୍ଲଡ଼ ପ୍ରେସର ଅଟେ । ଏଥିପାଇଁ ଅନେକ ସମୟରେ ଲୋକ ଙ୍କ ଆଖି ଆଗରୁ ରଶ୍ମି ଚାଲିଯାଏ ଅନ୍ଧାର ଦେଖାଯାଏ ପୁଣି କିଛି ସମୟ ପରେ ସବୁ ଠିକ ଠାକ ଦେଖାଯାଏ । ଏହା ସହିତ ବିଶେଷଜ୍ଞମାନେ ସ୍ବେଚ୍ଛାସେବୀଙ୍କୁ ଜାଣିବାକୁ ଚେଷ୍ଟା କରିଥିଲେ ଯେ ତାଙ୍କ ରକ୍ତଚାପ, ହୃଦସ୍ପନ୍ଦନ ଏବଂ ନାଡ଼ି କେଉଁ ବେଗରେ ଚାଲିଛି । ଅନୁସନ୍ଧାନକାରୀଙ୍କ ଅନୁଯାୟୀ ଅର୍ଥୋଷ୍ଟାଟିକ୍ ହାଇପୋଟେନ୍ସନ୍ ପୀଡିତଙ୍କଠାରେ ଡିମେନ୍ସିଆ ହେବାର ଆଶଙ୍କା ଅନ୍ୟମାନଙ୍କ ତୁଳନାରେ 40 ପ୍ରତିଶତ ଅଧିକ ବୋଲି ଜଣାପଡିଛି ।

ସେମାନେ ରିପୋର୍ଟ କରିଛନ୍ତି ଯେ ଅର୍ଥୋଷ୍ଟାଟିକ୍ ହାଇପୋଟେନ୍ସନ୍ରେ ମସ୍ତିଷ୍କର ଗୋଟିଏ ଅଂଶରେ ରକ୍ତ ପ୍ରବାହ କମିଯାଏ । ଯେଉଁଥିପାଇଁ ମୁଣ୍ଡ ବୁଲାଇବା ଆରମ୍ଭ କରେ । ଏହା ହେଉଛି ନିମ୍ନ ରକ୍ତଚାପ ଡିମେନ୍ସିଆ ବୃଦ୍ଧି ହେବାର କାରଣ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button