ଜ୍ୟୋତିଷ

ଦଶହରାରେ ଖିଆଯାଏ ଜିଲାପି, ଜାଣନ୍ତୁ ଏହା ପଛର କ’ଣ ରହିଛି କାରଣ

ଅସତ୍ୟ ଉପରେ ସତ୍ୟର ବିଜୟ ଉତ୍ସବ ଭାବେ ପାଳିତ ହୁଏ ଦଶହରା। ବଙ୍ଗାଳୀମାନେ ଏହାକୁ ବିଜୟାଦଶମୀ ଭାବେ ମଧ୍ୟ ପାଳନ କରିଥାନ୍ତି। ଏହିଦିନ କେତେକ ସ୍ଥାନରେ ଅସ୍ତ୍ରଶସ୍ତ୍ର ପୂଜା କରିବା ବିଧି ରହିଛି। ପୁରାଣ ଅନୁସାରେ, ଦଶହରା ଦିନ ଭଗବାନ ରାମ ଲଙ୍କାଧିପତି ରାବଣକୁ ବଧ କରି ତା’ କବଳରୁ ମାତା ସୀତାଙ୍କୁ ଉଦ୍ଧାର କରିଥିଲେ।

ବିଶ୍ୱାସ ରହିଛି ଯେ,ଦଶହରା ଦିନ ମା’ଦୁର୍ଗା ନଅ ଦିନ ପର୍ଯ୍ୟନ୍ତ ଚାଲୁଥିବା ଯୁଦ୍ଧ ପରେ ମହିଷାସୁରକୁ ବଧ କରିଥିଲେ। ତେଣୁ ଏହି ଦିନ ମା’ଦୁର୍ଗାଙ୍କର ମଧ୍ୟ ପୂଜା ଖୁବ୍‌ ଧୁମ୍‌ଧାମ୍‌ରେ କରାଯାଏ।

ସାରା ଦେଶରେ ଖୁବ୍‌ ଉତ୍ସାହ ଉଦ୍ଦୀପନାର ସହ ଦଶହରା ପର୍ବ ପାଳନ କରାଯାଏ। ଦଶହରା ପୂଜା ସହ କେତେକ ପରମ୍ପରା ମଧ୍ୟ ଜଡ଼ିତ ଅଛି। କେତେକ ରାଜ୍ୟରେ ବିଜୟାଦଶମୀ ଦିନ ଜିଲାପି ଖାଇବା ପରମ୍ପରା ରହିଛି। ଏହି ଦିନ ଘରେ ହେଉ କିମ୍ବା ବଜାରରୁ ଜିଲାପି କିଣି ନିଜେ ଖାଇବା ସହ ଲୋକମାନେ ପାଖ ପଡ଼ୋଶୀଙ୍କୁ ମଧ୍ୟ ବାଣ୍ଟିଥାନ୍ତି।

ଏହା ପଛରେ ମାନ୍ୟତା ରହିଛି ଯେ, ଭଗବାନ ରାମଙ୍କୁ ଶସ୍କୁଲି ନାମକ ଏକ ମିଠା ଖୁବ୍‌ ପସନ୍ଦ ଥିଲା, ଯାହାର ଅନ୍ୟ ରୂପ ହେଉଛି ଜିଲାପି। ଏଣୁ ବିଜୟା ଦଶମୀରେ ରାବଣ ଦହନ ପରେ ଲୋକମାନେ ଜିଲାପି ଖାଇ ଖୁସିବ୍ୟକ୍ତ କରିଥାନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button