ରାଜ୍ୟ

ଭିଟାମିନ୍‌ ଡି ଅଭାବରୁ ମହିଳାଙ୍କ ଠାରେ ଦେଖାଦିଏ ଏହି ୪ଟି ଗମ୍ଭୀର ସମସ୍ୟା

ସୁସ୍ଥ ରହିବା ପାଇଁ ଆମ ଶରୀରକୁ ଭରପୁର ମାତ୍ରାରେ ଭିଟାମିନ୍‌ ଏବଂ ମିନେରାଲର ଆବଶ୍ୟକତା ରହିଛି। ଭିଟାମିନ୍‌ ଡି ଶରୀର ପାଇଁ ଏକ ସେହିଭଳି ପୋଷକ ତତ୍ତ୍ୱ ଯାହା ଆମ ମାଂସପେଶୀ ଓ ହାଡ଼କୁ ମଜଭୁତ୍‌ କରିବା ସହ ବିକାଶ ଘଟାଇଥାଏ। ଅନ୍ୟପଟେ ଏହି ଭିଟାମିନ୍‌ ଡିର ଅଭାବ ଶରୀର ସମ୍ବନ୍ଧୀୟ ସମସ୍ୟାକୁ ଆହୁରି ବଢ଼ାଇଦେଇଥାଏ। ଖାସ୍‌ କରି ମହିଳାଙ୍କ କ୍ଷେତ୍ରରେ ଏହା ଏକ ଗୁରୁତର ସମସ୍ୟା ଭାବେ ପ୍ରତିଫଳିତ ହୋଇଥାଏ। ସୂର୍ଯ୍ୟଙ୍କ କିରଣରୁ ମିଳୁଥିବା ଭିଟାମିନ୍‌ ଡି ଅଭାବରୁ ମହିଳାଙ୍କୁ ବିଭିନ୍ନ ରୋଗ ହୋଇଥାଏ। ଆସନ୍ତୁ ଜାଣିବା ସେ ସମ୍ପର୍କରେ…

୧. ହୃଦ୍‌ ସମସ୍ୟା:

ସୂର୍ଯ୍ୟଙ୍କ କିରଣରୁ ଶରୀରକୁ ଭିଟାମିନ୍‌ ଡି ମିଳିଥାଏ। ଏହା ଶରୀରର କ୍ଷତିଗ୍ରସ୍ତ ହୋଇଥିବା କାର୍ଡିୟୋବେସ୍କୁଲାର ସିଷ୍ଟମ୍‌କୁ ଠିକ୍‌ କରିବାରେ ସାହାଯ୍ୟ କରେ। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଭିଟାମିନ୍‌ ବି୩ କାର୍ଡିୟୋବେସ୍କୁଲାର ସିଷ୍ଟମ୍‌ ସମ୍ବନ୍ଧୀୟ କେତେକ ରୋଗରୁ ମୁକ୍ତି ଦେଇଥାଏ। ରୋଗର ଉପଚାର କରିବା କ୍ଷେତ୍ରରେ ମଧ୍ୟ ଏହା ସାହାଯ୍ୟ କରେ। ଶରୀରରେ ଭିଟାମିନ୍‌ ଡିର ଅଭାବ ହୃଦ୍‌ଜନିତ ସମସ୍ୟା ସୃଷ୍ଟି କରିଥାଏ।

୨. ହାଡ଼ ଦୁର୍ବଳ ହେବା:

ଭିଟାମିନ୍‌ ଡି ଶରୀରର ହାଡ଼କୁ ମଜଭୁତ କରିବାରେ ସାହାଯ୍ୟ କରେ। ଭିଟାମିନ୍‌ ଡିର ଅଭାବ ଯୋଗୁ ଶରୀରରେ କ୍ୟାଲସିୟମ୍‌ର ମଧ୍ୟ ଅଭାବ ପରିଲକ୍ଷିତ ହୋଇଥାଏ। ଫଳରେ କମ୍‌ ବୟସରୁ ହିଁ ହାଡ଼ ଦୁର୍ବଳ ହୋଇଯାଏ।

୩. ମାସିକ ଋତୁସ୍ରାବରେ ଅନିୟମିତତା:

 

ଯଦି ଆପଣ ଋତୁସ୍ରାବ ସମ୍ବନ୍ଧୀୟ ସମସ୍ୟାର ଶିକାର ହୋଇଛନ୍ତି ତେବେ ଶରୀରରେ ଭିଟାମିନ୍‌ ଡିର ପରିମାଣ ପରୀକ୍ଷା କରାନ୍ତୁ। ମାସିକ ଋତୁସ୍ରାବରେ ଅନିୟମିତତା ମଧ୍ୟ ଭିଟାମିନ୍‌ ଡି ଅଭାବରୁ ହୋଇଥାଏ। ଠିକ୍‌ ସମୟରେ ଋତୁସ୍ରାବ ହେବା ପାଇଁ ଶରୀରରେ ଭିଟାମିନ୍‌ ଡି ସଠିକ୍‌ ପରିମାଣରେ ରହିବା ଆବଶ୍ୟକ। ଭିଟାମିନ୍‌ ଡି ଅଭାବରୁ ମାନସିକ ଦୁଶ୍ଚିନ୍ତା, ମୁଣ୍ଡବିନ୍ଧା ଓ ନିଦ୍ରାହୀନତା ଭଳି ସମସ୍ୟା ମଧ୍ୟ ଦେଖାଦେଇଥାଏ।

୪. ବିଷାଦଗ୍ରସ୍ତ କରେ:

ଶରୀରରେ ଭିଟାମିନ୍‌ ଡିର ଅଭାବ ଯୋଗୁ ବ୍ୟକ୍ତିର ମାନସିକ ସନ୍ତୁଳନ ଠିକ୍‌ ରହେ ନାହିଁ। ଭିଟାମିନ୍‌ ଅଭାବରୁ ଶରୀରରେ ସେରୋଟୋନିନ୍‌ ହର୍ମୋନ୍‌ ସୃଷ୍ଟି ପ୍ରଭାବିତ ହୋଇଥାଏ। ଯାହା ମାନସିକ ସ୍ଥିତିକୁ ବାରମ୍ବାର ପରିବର୍ତ୍ତନ କରିଥାଏ। ଫଳରେ ବ୍ୟକ୍ତିଟି ଧୀରେ ଧୀରେ ଚିନ୍ତାଗ୍ରସ୍ତ ହୋଇଯାଏ। ଅଧିକ ଦିନ ଏହି ସମସ୍ୟା ଲାଗି ରହିଲେ ମହିଳା ଜଣକ ସମ୍ପୂର୍ଣ୍ଣ ବିଷାଦଗ୍ରସ୍ତ ହୋଇଯାଇଥାନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button