ଦେଶ- ବିଦେଶ

ଏହି ଭୟଙ୍କର ରୋଗ ଗୁଡିକରୁ ବଞ୍ଚାଇଥାଏ କଫି, ଜାଣନ୍ତୁ ଏହାର ଫାଇଦା

ସାଧାରଣତଃ ଲୋକମାନଙ୍କର ଦିନର ଆରମ୍ଭ ସକାଳର ଚା କିମ୍ବା କଫିରୁ ହୋଇଥାଏ । ନେସନାଲ କଫି ଆସୋସିଏସନ ଅନୁଯାୟୀ ୬୩ ପ୍ରତିଶତ ଆମେରିକୀୟ ସକାଳୁ ଆଖି ଖୋଲିବା ମାତ୍ରେ କଫିର ସେବନ କରିଥାନ୍ତି । କଫି ପିଇବା ଦ୍ୱାରା ଏପରି ଅନେକ ଫାଇଦା ରହିଛି ଯାହା ବିଷୟରେ ବୋଧହୁଏ ଆପଣ କେବେ ଶୁଣିନଥିବେ । ତାହେଲେ ଆସନ୍ତୁ ଜାଣିବା କଫି କିପରି ଭାବେ ଆମକୁ ମାରାତ୍ମକ ରୋଗଠାରୁ ଦୁରେଇ ରଖିବା ପାଇଁ ସାହାଯ୍ୟକାରୀ ହୋଇଥାଏ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ କ୍ଷୀର କିମ୍ବା ଚିନି ନମିଶାଇ ଦୁଇ ରୁ ତିନି କପ କଫି ପିଇବା ଦ୍ୱାରା ଏହା ଲିଭର ସହ ଜଡିତ ସମସ୍ତ ରୋଗର ଆଶଙ୍କାକୁ କମ କରିଦେଇଥାଏ । କଫି ମଣିଷର ଇମ୍ୟୁନ ସିଷ୍ଟମକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । କଫିରେ ରହିଥିବା ଏକ ରାସାୟନିକ ପଦାର୍ଥ ମୋଟାପା ସମ୍ବନ୍ଧିତ ବେମାରୀ ସହ ଲଢ଼ିବା ସହିତ ଓଜନ କମ କରିବାରେ ସାହାଯ୍ୟ କରିଥାଏ । ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ଏହି ରସାୟନ ଯାହାକୁ କ୍ଲୋରୋଜେନିକ ଅମ୍ଳ ବା ସିଜିଏ କୁହାଯାଇଥାଏ, ଏହା ଲିଭରରେ ଜମିଥିବା ଫ୍ୟାଟକୁ କମ କରିବା ସହିତ ଇନ୍ସୁଲିନ ପ୍ରତିରୋଧର ମାତ୍ରା କମ କରିଥାଏ ।

 

ପ୍ରତିଦିନ ତିନି ରୁ ପାଞ୍ଚ କପ କଫି ପିଇବା ଦ୍ୱାରା ହାର୍ଟ ଡିଜିଜରେ ମରିବା ବିପଦକୁ ୨୧ ପ୍ରତିଶତ ପର୍ଯ୍ୟନ୍ତ କମ କରିଦେଇଥାଏ । ପର୍ତ୍ତୁଗାଲର ଫେକଲ୍ୟାଣ୍ଡ ଡି ମେଡ଼ିସିନ ଡା ୟୁନିଭର୍ସିଟି ଅନୁଯାୟୀ ଏହିସବୁ କଥାକୁ ଜାଣିବା ନିହାତି ଜରୁରୀ ଅଟେ ଯାହାକି ହୃଦୟ ରୋଗରେ ମରିବାର ସମ୍ଭାବନାକୁ କମ କରିଥାଏ ଓ ଅଳ୍ପ ମାତ୍ରାରେ କଫି ପିଇବା ଦ୍ୱାରା ଏପରି ଫାଇଦା ହୋଇଥାଏ ।

କଣ ଆପଣ ଡାଇବେଟିସ ରୋଗର ସମ୍ଭାବନାକୁ କମ କରିବାକୁ ଚାଁହୁଛନ୍ତି ? ଯଦି ହଁ ତାହେଲେ ଦିନକୁ ଚାରି କପ କଫି ନିଶ୍ଚୟ ପିଅନ୍ତୁ । ଏକ ନୂଆ ଅଧ୍ୟୟନରୁ ଜଣାପଡିଛି ଯେ ପ୍ରତିଦିନ ୪ କପ କଫି ପିଇବା ଦ୍ୱାରା ଏହା ଡାଇବେଟିସଠୁ ଦୁରେଇ ରଖିଥାଏ ।

 

 

କଫିରେ ରହିଥିବା କ୍ୟାଫିନ ଆପଣଙ୍କ ତନ୍ତ୍ରୀକାରେ ତନ୍ତ୍ରକୁ ଉତ୍ତେଜିତ କରିବା ସହିତ ଶରୀରରେ ଜମିଥିବା ଫ୍ୟାଟ ସେଲ ଗୁଡିକୁ ନଷ୍ଟ କରିଦେଇଥାଏ । କିନ୍ତୁ ଏହା ଆପଣଙ୍କ ରକ୍ତରେ ଏପିନେକ୍ରାଇମ ସ୍ତରକୁ ମଧ୍ୟ ବୃଦ୍ଧି କରିଥାଏ । ଏହାକୁ ଫାଇଟ-ଅର-ଫ୍ଲାଇଟ ହରମୋନ କୁହାଯାଏ ଯାହାକି ଆପଣଙ୍କ ଶରୀରକୁ ତୀବ୍ର ଶାରୀରିକ ପରିଶ୍ରମ ପାଇଁ ପ୍ରସ୍ତୁତ କରିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button