ରାଜ୍ୟ

ସକାଳୁ ଉଠି ବାସି ମୁଁହରେ କରନ୍ତୁ ଏହି ସହଜ କାମ, ଦାନ୍ତ ସଫା ଏବଂ ମଜବୁତ ରହିବା ସହ ହେବ ମୁଁହର ଦୁର୍ଗନ୍ଧ ଦୂର

ଆମ ଶରୀରର ସୁନ୍ଦରତା ଏବଂ ଏକ ସୁନ୍ଦର ବ୍ୟକ୍ତିତ୍ବ ପାଇଁ ଆମର ଦାନ୍ତ ସଫା ରହିବ ନିହାତି ଜରୁରୀ ଅଟେ । ଦାନ୍ତ ଖରାପ ଏବଂ ହଳଦିଆ ହେବା ଦ୍ୱାରା ମଣିଷର ସୁନ୍ଦରତା କମିଯାଇଥାଏ ଏବଂ ଏହିଭଳି ବ୍ୟକ୍ତି ମନ ଖୋଲି ହସି ପାରନ୍ତି ନାହିଁ । ବହୁତ ସମୟରେ ଏହି କାରଣ ଯୋଗୁଁ ଅନ୍ୟ ଆଗେ ଲଜ୍ଜ୍ୟା ଅନୁଭବ ହୋଇଥାଏ । ଆପଣ ଏପରି ଅନେକ ଲୋକ ଦେଖିଥିବେ ଯାହାଙ୍କ ଦାନ୍ତ ବହୁତ ମଇଳା ଏବଂ ହଳଦିଆ ଦେଖାଯାଇଥାଏ । ସେମାନେ କେବେବି ଅନ୍ୟ ସାମ୍ନାରେ ମନଖୋଲି ହସି ପାରନ୍ତି ନାହିଁ । ଆଜିକାଲି ଅଧିକ ଲୋକ ମଇଳା ଏବଂ ହଳଦିଆ ଦାନ୍ତ ପାଇଁ ଚିନ୍ତିତ ରହୁଛନ୍ତି । ଏବଂ ଦାନ୍ତକୁ ସଫା ରଖିବା ପାଇଁ ବଜାରରେ ଉପଲବ୍ଧ କେମିକାଲର ସାହାରା ନେଉଛନ୍ତି କିନ୍ତୁ ଏହାଦ୍ୱାରା ଦାନ୍ତକୁ ଅଧିକ କ୍ଷତି ପହଂଚି ଥାଏ । ସେଥିପାଇଁ ମଇଳା ଦାନ୍ତକୁ ସଫା କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ କିଛି ଘରୋଇ ଉପଚାର ଯାହାଦ୍ୱାରା ଆପଣଙ୍କ ଦାନ୍ତ ରହିବ ସୁସ୍ଥ ସଫା ଏବଂ ଧଳା । ଆସନ୍ତୁ ଜାଣିବା କଣ ରହିଛି ଏହି ସହଜ ଉପାୟ ।

 

ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଆପଣ କମଳାର ଚୋପା ଏବଂ ତୁଳସୀ ପତ୍ରକୁ ଭଲଭାବେ ଶୁଖାଇ ଦିଅନ୍ତୁ ଏବଂ ଏହାପରେ ତାକୁ ଭଲଭାବେ ପେଷି ଏକ ପାଉଡର ପ୍ରସ୍ତୁତ କରନ୍ତୁ । ଏହି ପାଉଡରକୁ ଏକ ଡବାରେ ରଖନ୍ତୁ । ବର୍ତ୍ତମାନ ଏହି ପାଉଡରରେ ଲେମ୍ବୁରସ ମିଶାଇ ପ୍ରତିଦିନ ଏଥିରେ ବ୍ରସ କରନ୍ତୁ । ଏପରି କିଛିଦିନ ଲଗାତାର ଭାବେ କରିବା ପରେ ଆପଣଙ୍କ ଦାନ୍ତ ସମ୍ପୂର୍ଣ ଭାବେ ସଫା ଏବଂ ଧଳା ହୋଇଯିବ ଓ ଏହା ସହିତ ମୁଁହର ଦୁର୍ଗନ୍ଧରୁ ମଧ୍ୟ ମୁକ୍ତି ପାଇବେ ।

Image result for white teeth

ଦାନ୍ତ ସଫା କରିବା ପାଇଁ ଉପାୟ

ମଇଳା ଏବଂ ହଳଦିଆ ଦାନ୍ତକୁ ସଫା କରିବା ପାଇଁ ସପ୍ତାହରେ ଗୋଟିଏ ଥର ଲୁଣ ଏବଂ ତେଲର ବ୍ୟବହାର କରନ୍ତୁ । ଏଥିପାଇଁ ଅଧା ଛୋଟ ଚାମଚ ଲୁଣରେ ଦୁଇ ବୁନ୍ଦା ସୋରିଷ ତେଲକୁ ମିଶାଇ ଦାନ୍ତରେ ମାଲିସ କରନ୍ତୁ । ଏହାଦ୍ୱାରା ଦାନ୍ତର ହଳଦିଆପଣ ଦୂର ହୋଇଯାଇଥାଏ ।

 

 

ଦାନ୍ତକୁ ମଜବୁତ ଏବଂ ସଫା କରିବା ପାଇଁ ଦିନକୁ ଦୁଇଥର ବ୍ରସ କରନ୍ତୁ । ସକାଳୁ ଉଠିବା ପରେ ଏବଂ ରାତିରେ ଶୋଇବା ପୂର୍ବରୁ ନିଶ୍ଚିତ ଭାବେ ବ୍ରସ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଦାନ୍ତ ମଜବୁତ ରହିବ ଏବଂ ସଫା ମଧ୍ୟ ରହିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button