ଦେଶ- ବିଦେଶ

ମଧ୍ୟାହ୍ନ ଭୋଜନ ବେଳେ ଅଘଟଣ , ଏକାଥରେ ୩ ପୁରୀ ଖାଇ ଛାତ୍ର ମୃତ

ଏକାଥରେ ୩ ପୁରୀ ଖାଇ ୧୧ ବର୍ଷୀୟ ଛାତ୍ର ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ତେଲେଙ୍ଗାନାର ହାଇଦ୍ରାବାଦରେ । ସୋମବାର ମଧ୍ୟାହ୍ନ ଭୋଜନ ସମୟରେ ଏହି ଅଘଟଣ ଘଟିଛି । ଷଷ୍ଠ ଶ୍ରେଣୀରେ ପଢୁଥିବା ଜଣେ ୧୧ ବର୍ଷର ଛାତ୍ର ଏକାଥରେ ତିନିରୁ ଅଧିକ ପୁରୀ ଖାଇଦେଇଥିଲେ । ଏହାପରେ ଶ୍ବାସରୁଦ୍ଧ ହୋଇପଡିଥିଲେ ଛାତ୍ର ଜଣକ ।

ତେବେ ଛାତ୍ରଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିବା ସହ କହିଛନ୍ତି ଯେ ତାଙ୍କୁ ସ୍କୁଲରୁ ପୁଅ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିବା ଏକ ଫୋନକଲ ଆସିଥିଲା । ପରେ ପିଲାଟିକୁ ସ୍କୁଲ କର୍ତ୍ତୁପକ୍ଷ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ । ପରେ ତାଙ୍କୁ ଏକ ଘରୋଇ ସ୍ପେସିଆଲିଟି ହସ୍ପିଟାଲକୁ ପଠାଇ ଦିଆଯାଇତିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ତେବେ ଛାତ୍ର ଜଣକ ଏକାଥରେ ଏତେ ପୁରୀ କାହିଁକି ଖାଇଲେ ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button