ଦେଶ- ବିଦେଶ

ନିଶା ଠାରୁ ନିଜକୁ ଦୂରେଇ ପାରୁ ନାହାନ୍ତି ? ତେବେ ଏହି କାଳେଶ୍ୱର ମୁଦ୍ରାକୁ ଆପଣେଇ ଦେଖନ୍ତୁ . . .

ନିଶା ଏକ ଅଭ୍ୟାସ। ଏହା କେତେବେଳେ ଯେ ଆମକୁ ତାର ଅଭ୍ୟାସରେ ପକାଇଦିଏ ତାହା ଜାଣି ହୁଏ ନାହିଁ। ଆଉ ଅଭ୍ୟାସକୁ ନିଜ ଠାରୁ ଦୂରେଇବାକୁ ବହୁତ ସମସ୍ୟା ହୋଇଥାଏ। ଅଧିକ ମାତ୍ରାରେ ବହୁ ଦିନ ଧରି ନିଶା ଦ୍ରବ୍ୟ ସେବନ କରିବା ଦ୍ୱାରା ଲିଭର ସିରୋସେସ୍‌, କାମ କରିବାରେ ଅକ୍ଷମତା, ନକାରାତ୍ମକ ବ୍ୟବହାର ଆଦିକୁ ବୃଦ୍ଧି କରିଥାଏ। ଏହାଦ୍ୱାରା ଆପଣଙ୍କ ସମ୍ବଦ୍ଧରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ। କାଳେଶ୍ୱର ମୁଦ୍ରା ନିଶା ଅଭ୍ୟାସକୁ ଛଡାଇଥାଏ ଏବଂ ସକାରାତ୍ମକ ଭାବନାକୁ ଜାଗ୍ରୁତ କରାଇଥାଏ।

ଏମିତି କରନ୍ତୁ କାଳେଶ୍ୱର ମୁଦ୍ରା

mudra

ଦୁଇ ହାତର ଆଙ୍ଗୁଳି ଏବଂ ମଧ୍ୟମର ଶୀର୍ଷକୁ ମିଶାଇ ଅଲଗା ଅଲଗା ରଖନ୍ତୁ। ପରେ ତର୍ଜନୀ, ଅନାମିକା ଏବଂ କନିଷ୍ଠ ଆଙ୍ଗୁଳିକୁ ତଳେ ଏହି ଭଳି ଭାବେ ସଂଯୋଗ କରନ୍ତୁ। ଆଙ୍ଗୁଠିକୁ ଛାତିର ଦିଗ ଆଡକୁ ରଖନ୍ତୁ। ଏହି ମୁଦ୍ରାରେ ଦଶ ଥର ଗଭୀର ନିଶ୍ୱାସ ନିଅନ୍ତୁ। ନିଶ୍ୱାସ ନେବା ଏବଂ ଛାଡିବା ମଝିରେ କିଛି ସେକେଣ୍ଡ ପାଇଁ ନିଶ୍ୱାସକୁ ଅଟକାନ୍ତୁ। ଆପଣ ଯେତେ ପର୍ଯ୍ୟନ୍ତ ନିଶ୍ୱାସକୁ ଅଟକାଇ ପାରୁଛନ୍ତି ରଖନ୍ତୁ। ଏମିତି ପ୍ରାୟ ୧୫ ମିନିଟ କରନ୍ତୁ। ଏପରି କରିବା ଦ୍ୱାରା ଧିରେଧିରେ ଆପଣଙ୍କ ଏହି ଗମ୍ଭୀର ଅଭ୍ୟାସ ଆପଣଙ୍କ ପାଖ ମାଡିବ ନାହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button