ଦେଶ- ବିଦେଶ

ସୋସିଆଲ ମିଡିଆରେ ସାଙ୍ଗ କରିବା ପୂର୍ବରୁ ଧ୍ୟାନ ରଖନ୍ତୁ ଏହି ୫ଟି ଟିପ୍ସ

ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ଫ୍ରେଣ୍ଡସିପ୍ ଡେ ବା ବନ୍ଧୁତ୍ବ ଦିବସ ରୂପେ ପାଳନ କରାଯାଇଥାଏ। ଚଳିତ ବର୍ଷ ଫ୍ରେଣ୍ଡସିପ୍ ଡେ ଆସନ୍ତା କାଲି ପାଳନ କରାଯିବ। ଜୀବନରେ ଅନେକ ସମୟରେ ଏପରି କିଛି ମୁହୂର୍ତ୍ତ ଆସିଥାଏ ଯେତେବେଳେ ଆପଣଙ୍କୁ ସାଙ୍ଗର ଆବଶ୍ୟକତା ହୋଇଥାଏ। ଏପରି ସାଙ୍ଗ ଯାହାଙ୍କ ସାମ୍ନା ଆପଣ ନିଜ ମନ କଥା ଖୋଲି କହିପାରିବେ। ଯାହାଙ୍କ ସାମ୍ନାରେ ଆପଣ କିଛି କହିବା ପୂର୍ବରୁ କିଛି ଭାବିବାକୁ ମଧ୍ୟ ଆବଶ୍ୟକତା ପଡ଼ିନଥାଏ। କଣ ଆପଣମାନେ ଭାବୁଛନ୍ତି କି ଆଜିକା ଯୁଗରେ ଏପରି ସାଙ୍ଗ ରହିଛନ୍ତି କି?
ଆଜିକାଲି ଅଧିକାଂଶ ଯୁବପିଢୀ ନୂଆ ସାଙ୍ଗ କରିବା ପାଇଁ ସୋସିଆଲ ମିଡିଆରେ ପହଞ୍ଚିଥାନ୍ତି। କଣ ଅନଲାଇନ ସାଙ୍ଗ କରିବା ସୁରକ୍ଷିତ। ଏପରି ସାଙ୍ଗ ଉପରେ କଣ ଆଖି ବନ୍ଦ କରି ବିଶ୍ବାସ କରିବା ଠିକ? ତେବେ ଜାଣନ୍ତୁ ଏପରି କରିବା ଠିକ ନା ଭୁଲ୍।

friendships-ପ୍ରତ୍ୟେକ ସମୟରେ ନିଜ ସାଙ୍ଗକୁ ଛାଡି ଅନଲାଇନ ସାଙ୍ଗ ସହ ବ୍ୟସ୍ତ ରହିବା ଏହା ବିଲକୁଲ୍ ଭୁଲ ଅଟେ। ଏପରି କରିବା ଦ୍ବାରା ଆପଣ ନିଜର ବହୁମୂଲ୍ୟ ସମୟ ନଷ୍ଟ କରିବା ସହ ଭାବନାତ୍ମକ ରୂପେ ଧୋକା ଖାଇବା ପାଇଁ ନିଜେ ନିଜକୁ ପ୍ରସ୍ତୁତ କରିଥାନ୍ତି।

-ଅନଲାଇନ ସାଙ୍ଗଙ୍କ ସହ ମଧ୍ୟ ନିଜର ସମସ୍ତ କଥାକୁ ସେୟାର କରନ୍ତୁ ନାହିଁ। କାରଣ ସମୟ ପଡିଲେ ଏହି ସାଙ୍ଗମାନେ ଆପଣଙ୍କ ଫାଇଦା ଉଠାଇଥାନ୍ତି।

-ଅଧିକାଂଶ ଲୋକମାନେ ପରସ୍ପରଙ୍କୁ ନଜାଣି ମଧ୍ୟ ଭିଡିଓ ଚାଟି ଏବଂ ଫଟୋ ସେୟାର କରିଥାନ୍ତି। କାରଣ ଧ୍ୟାନ ରଖନ୍ତୁ ଆପଣ ସୋସିଆଲ ମିଡିଆରେ ଯାହା ଡାଟା ସେୟାର କରିଥାନ୍ତି ତାହା ସୋସିଆଲ ପ୍ଲାଟଫର୍ମରେ ସେୟାର ହୋଇଥାଏ। ଯଦି ଆପଣଙ୍କୁ କେବେ କୌଣସି ବ୍ୟକ୍ତି ଏପରି କିଛି ମାଗି ଥାନ୍ତି ଆଉ ଆପଣଙ୍କୁ ଏହା ଠିକ ଲାଗିନଥାଏ ତେବେ ଆପଣ ଏହା ବିଲକୁଲ୍ ପୂରା କରିବେ ନାହିଁ। କାରଣ ଭବିଷ୍ୟତରେ ଏହା ଆପଣଙ୍କ ପାଇଁ ଭୟଙ୍କର ପରିସ୍ଥିତ ସୃଷ୍ଟି କରିପାରେ।

-ଅନେକଥର ଲୋକମାନେ ଅନ୍ୟକୁ ନିଜର ଦୁଃଖଭରା କାହାଣୀ ଶୁଣାଇ ସେମାନଙ୍କ ଭରଷା ଜିତିବା ପାଇଁ ଚେଷ୍ଟା କରିଥାନ୍ତି। ସେହିପରି ଆପଣ ମଧ୍ୟ ଅନଲାଇନରେ କୌଣସି ସାଙ୍ଗର ଦୁଃଖ ଖବର ଶୁଣି ବ୍ୟଥିତ ହୁଅନ୍ତୁ ନାହିଁ। କାରଣ ଆଜିକାଲି ଅଧିକାଂଶ ଲୋକମାନେ ମନରୁ ଅନେକ କାହାଣୀ ଗଢି ଅନ୍ୟ ଲୋକମାନଙ୍କ ଠାରୁ ଫାଇଦା ଉଠାଇଥାନ୍ତି। ତେଣୁ ଏହି ସବୁ କ୍ଷେତ୍ରରେ ଆପଣ ସର୍ବଦା ସତର୍କ ରୁହନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button