ସ୍ୱାସ୍ଥ୍ୟ

ମାଂସପେଶୀ ଯନ୍ତ୍ରଣା ହୋଇପାରେ କ୍ଷତିକାରକ, ଜାଣନ୍ତୁ ଲକ୍ଷଣ ଏବଂ ଉପଚାର

ମାଂସପେଶୀ ଟାଣି ହେବା ସାଧାରଣ ସମସ୍ୟା। ଅନେକ ଥର କିଛି ଜିନିଷ ଉଠାଇବା ବେଳେ, ଶିଡି ଚଢିବା ବେଳେ ଏବଂ ଜୋରରେ ଦୌଡିବା ବେଳେ ମଧ୍ୟ ମାଂସପେଶୀ ଟାଣି ହୋଇଯାଏ। ଏପରି ମାଂସପେଶୀ ଟାଣି ହେବା ଦ୍ବାରା ହାତ, ଗୋଡ, ପିଠି ଇତ୍ୟାଦିରେ ଯନ୍ତ୍ରଣା ଅନୁଭବ କରିଥାଉ। ଏହାଛଡା ଆଣ୍ଠୁ, କାନ୍ଧ, କହୁଣୀ ଫୁଲିବା ସହ ଯନ୍ତ୍ରଣା ମଧ୍ୟ ହୋଇଥାଏ। ଏହି ଯନ୍ତ୍ରଣା କ’ଣ, ଏହାର ଲକ୍ଷଣ କ’ଣ ରହିଛି ଏବଂ ଏଥିରୁ କିପରି ନିଜକୁ ସୁରକ୍ଷିତ ରଖିବା ସହ ସାବଧାନତା ଅବଲମ୍ବନ କରିବେ ତାହା ଆସନ୍ତୁ ଜାଣିବା…
ଯଦି ଆପଣଙ୍କ ଜଙ୍ଘର ମାଂସପେଶୀରେ ଯନ୍ତ୍ରଣା ହେବା ଏକ ସାଧାରଣ ସମସ୍ୟା। ଏହି ସମସ୍ୟା ଅନେକ ଲୋକ ଭୋଗିଥାନ୍ତିା ଏହି ଯନ୍ତ୍ରଣା ବେଳେ ବେଳେ ଧୀରେ ଏବଂ ବେଳେ ବେଳେ ଜୋରରେ ଅନୁଭବ ହୋଇଥାଏା। ଏହି ଯନ୍ତ୍ରଣା କାରଣରୁ ଚାଲିବା, ଦୌଡିବା କିମ୍ବା ଶିଡି ଚଢିବା ଭଳି ସାମାନ୍ୟ କାମରେ ମଧ୍ୟ ବହୁତ କଷ୍ଟ କରିବାକୁ ପଡିଥାଏା।

ପେଟ ମାଂସପେଶୀରେ ମଧ୍ୟ ହୋଇଥାଏ ଯନ୍ତ୍ରଣା
ପେଟ ମାଂସପେଶୀରେ ହେଉଥିବା ଯନ୍ତ୍ରଣାକୁ ଏବଡୋମିନାଲ ଯନ୍ତ୍ରଣା କୁହାଯାଏ । ପେଟ ମାଂସପେଶୀରେ ଅଧିକ ଦିନ ପର୍ଯ୍ୟନ୍ତ ଯନ୍ତ୍ରଣା ରହିବା ଦ୍ବାରା କ୍ୟାନସର ଭଳି ରୋଗ ହେବାର ଲକ୍ଷଣ ମଧ୍ୟ ଦେଖାଦିଏ। ଯଦି ଆପଣଙ୍କର ଏପରି ଚାରି ସପ୍ତାହରୁ ଅଧିକ ଦିନ ପର୍ଯ୍ୟନ୍ତ ରହେ ତେବେ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

ଅଣ୍ଟାରେ ହେଉଥିବା ଯନ୍ତ୍ରଣା
ଅଣ୍ଟା ମାଂସପେଶୀରେ ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ଭାବେ ଜଣାଶୁଣା । ଅଣ୍ଟାରେ ଯନ୍ତ୍ରଣା ହେବା ଦ୍ବାରା ମଧ୍ୟ ପିଠିରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ଏପରି ହେବା ଦ୍ବାରା ପିଠି ମାଂସପେଶୀରେ କଠୋରତା ଅନୁଭବ ହୁଏ।

01-hidden-muscle-pain-opener

ରୋଗର ସଙ୍କେତ
-ଡାଇବେଟିସ ହେବାର ଆଶଙ୍କା ଶରୀରରେ ଇନସୁଲିନ ବିଗିଡିବା କାରଣ ଯୋଗୁଁ ହୋଇଥାଏ। ମଧୁମେହ ହେବା ଦ୍ବାରା ମଧ୍ୟ ମାଂସପେଶୀରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ।
-ଶରୀରର ରକ୍ତ ସଂଚାଳନ ମଧ୍ୟ ଜ୍ବର ହେବା ଦ୍ବାରା ବିଗିଡିଯାଏ। ଫଳରେ ମାଂସପେଶୀରେ ଯନ୍ତ୍ରଣା ଅନୁଭୂତ ହୁଏ।
-ମାଲେରିଆ ଭାଇରସ ଶରୀରରେ ପ୍ରବେଶ କରିବା ଯୋଗୁଁ ମଧ୍ୟ ଏହି ଯନ୍ତ୍ରଣା ହୁଏ।
-ଆଥ୍ରାଇଟିସ ସମସ୍ୟା ଥିବା ବ୍ୟକ୍ତିଙ୍କର ରକ୍ତ ସଂଚାଳନ ବିଗୁଡି ଥିବାରୁ ମାଂସପେଶୀ ଯନ୍ତ୍ରଣା ଅଧିକ ହୋଇଥାଏ।

ମାଂସପେଶୀ ଯନ୍ତ୍ରଣା ହେବାର ଲକ୍ଷଣ
-ମାଂସପେଶୀରେ ହଠାତ ଯନ୍ତ୍ରଣା ଅନୁଭବ କରିବା।
-ମାଂସପେଶୀ ଟାଣ ହୋଇଯିବା ଏବଂ ଲାଲ ପଡିଯିବା।
– ଆରାମ କରୁଥିବା ସମୟରେ ମଧ୍ୟ ଯନ୍ତ୍ରଣା ଅନୁଭବ କରିବା।
-ପ୍ରତିଦିନ କାମ କରୁଥିବା ଗତିବିଧି କମ୍ ହେବା ଏବଂ ଅକ୍ଷମତା ଅନୁଭବ କରିବା।
-ମାଂସପେଶୀ କଠିନ ହେବା।
– ଦୁର୍ବଳତା ଅନୁଭୂତ କରିବା।

Muscle-Pain-

ଯନ୍ତ୍ରଣାର ଉପଚାର
ମାଂସପେଶୀ ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ ଔଷଧ, ଫିଜିଓଥେରାପି, ଇଂଜେକ୍ସନ, ଜଏଣ୍ଟ ରିପ୍ଲେସମେଣ୍ଟ,ଆକ୍ୟୁପ୍ରେସର ର ବ୍ୟବହାର କରିପାରିବ। କିନ୍ତୁ ଡାକ୍ତରମାନେ ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ବ୍ୟାୟାମ କରିବାକୁ କହିଥାନ୍ତି।

ସାବଧାନତା ଅବଲମ୍ବନ କରନ୍ତୁ
-ପ୍ରତିଦିନ କାମ କରିବା ବେଳେ ମାଂସପେଶୀ ଟାଣି ହେବାରୁ ଧ୍ୟାନ ରଖନ୍ତୁ।
-ଗୋଟେ ସ୍ଥିତିରେ ଅଧିକ ସମୟ ପର୍ଯ୍ୟନ୍ତ ବସିରୁହନ୍ତୁ ନାହିଁ।
– ପିଠି ମାଂସପେଶୀ ଯନ୍ତ୍ରଣା ଦୂର କରିବା ପାଇଁ ଠିଆ ହେବା ଏବଂ ବସିବା ବେଳେ ଧ୍ୟାନ ରଖନ୍ତୁ।
-ବଢୁଥିବା ଓଜନ ପ୍ରତି ଧ୍ୟାନ ରଖନ୍ତୁ।
– ଯଦି ଆପଣ ବ୍ୟାୟାମ କରିବା କରୁଛନ୍ତି, ତେବେ ଧୀରେ ଧୀରେ ଆରମ୍ଭ କରନ୍ତୁ।
-ମଣିଷ ଶରୀରକୁ କାଲସିୟମ ଏବଂ ପୋଟାସିୟମର ପୋଷକ ତତ୍ତ୍ବର ଆବଶ୍ୟକତା ରହିଛି। ଏପରି ପରିସ୍ଥିତିରେ ଭରପୂର ଆହାର କରନ୍ତୁ। -ପ୍ରତିଦିନ ଖାଦ୍ୟରେ ଦହି, କ୍ଷୀର, ମାଛ, ଅଣ୍ଡା, ପାଳକ, ଆଳୁ, ବାଦାମ ଇତ୍ୟାଦି ସେବନ କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button