ସ୍ୱାସ୍ଥ୍ୟ

ଦିନରେ କାମୁଡୁଥିବା ମଶା ମଧ୍ୟ ଶରୀରକୁ ପହଞ୍ଚାନ୍ତି କ୍ଷତି, ରୁହନ୍ତୁ ସତର୍କ. . .

ମଶା ନାମ ଶୁଣିବାକ ମାତ୍ରେ ଡେଙ୍ଗୁ, ମାଲେରିଆ, ଚିକନଗୁନିଆ ଭଳି ରୋଗ ଆମ ମନରେ ଆସିଥାଏ। ଏବେ ବର୍ଷାଦିନରେ ଏମାନଙ୍କ ବିଷୟରେ ଧ୍ୟାନ ରଖିବା ନିତାନ୍ତ ଆବଶ୍ୟକ। ରାତିରେ ଶୋଇବା ବେଳେ ମଶାଙ୍କୁ ମାରିବା ପାଇଁ ମଶା କଏଲ, ଲିକ୍ବିଡ ଇତ୍ୟାଦିର ବ୍ୟବହାର କରିଥାଉ। କିନ୍ତୁ ଆପଣମାନେ ଜାଣିଛନ୍ତି କି, ଦିନରେ କାମୁଡୁଥିବା ମଶା ମଧ୍ୟ ଶରୀର ପାଇଁ କ୍ଷତି ପହଞ୍ଚାନ୍ତି।

କେଉଁ ମଶା ଦିନରେ ଏବଂ କେଉଁ ମଶା ରାତିରେ କାମୁଡନ୍ତି ଆପଣ ଜାଣନ୍ତି କି ?
ଏଡିଜ ମଶା ଦିନରେ କାମୁଡିବା ସହିତ ରାତିରେ ଅତ୍ୟଧିକ ଆଲୋକରେ ମଧ୍ୟ କାମୁଡନ୍ତି। ଏହି ମଶା ଭୋର ସମୟ, ସୂର୍ଯ୍ୟାସ୍ତ ସମୟରେ ବେଶୀ କାମୁଡନ୍ତି। ଏହି ମଶା କାମୁଡିବା ଫଳରେ ଡେଙ୍ଗୁ ଭଳି ରୋଗ ହୋଇପାରେ। କେବଳ ରାତିରେ ନୁହେଁ ଦିନରେ ମଧ୍ୟ ନିଜକୁ ମଶା ଦାଉରୁ ରକ୍ଷା କରିବା ଉଚିତ।

ସେହିପରି ଅନେକ ମଶା ସନ୍ଧ୍ୟା କିମ୍ବା ରାତି ହେଲେ କାମୁଡନ୍ତି। କ୍ୟୁଲେକ୍ସ, ଏନାଫିଲିଜ ମଶା କାମୁଡିବା ଫଳରେ ମାଲେରିଆ, ଏନସେଫାଲାଇଟସ ଭଳି ରୋଗ ହେବାର ସମ୍ଭାବନା ରହିଛି। ବର୍ଷାଦିନରେ ଅଧିକ ଲୋକ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥାନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button