ମନୋରଞ୍ଜନ

ନାତି କରଣ ଦେଓଲଙ୍କ ପରେ ଏବେ ବାହାହେବେ ଧର୍ମେନ୍ଦ୍ରଙ୍କ ନାତୁଣୀ ନିକିତା – Kalinga News

[ad_1]

ମୁମ୍ବାଇ: ଦେଓଲ ପରିବାରରେ ପୁଣି ଖୁସିର ମାହୋଲ ଦେଖିବାକୁ ମିଳିବ। କାରଣ ସନ୍ନି ଦେଓଲଙ୍କ ପୁଅର ବାହାଘର ପରେ ଘରେ ଅନ୍ୟ ଜଣଙ୍କର ବାହାଘର ହେବାକୁ ଯାଉଛି। ରିପୋର୍ଟରୁ ପ୍ରକାଶ ଯେ ଖୁବ୍ ଶୀଘ୍ର ପ୍ରକାଶ କୌର୍‌ ଓ ଧର୍ମେନ୍ଦ୍ରଙ୍କ ନାତୁଣୀ ନିକିତା ଚୌଧୁରୀଙ୍କ ହାତରେ ମେହେ‌ନ୍ଦୀ ଲାଗିବାକୁ ଯାଉଛି।

ନିକିତା ହେଉଛନ୍ତି ଧର୍ମେନ୍ଦ୍ରଙ୍କ ଝିଅ ଅଜିତା ଦେଓଲଙ୍କ ସାନ ଝିଅ। ତାଙ୍କ ବାହାଘର ଉଦୟପୁରରେ ‌ହେବାକୁ ଯାଉଛି। ସନ୍ନି ଦେଓଲ ଓ ବବି ଦେଓଲଙ୍କ ଭାଣିଜୀ ନିକିତା ଆମେରିକାରରେ ରହନ୍ତି। ସେ ବୃତ୍ତିରେ ଜଣେ ଦାନ୍ତ ଡାକ୍ତର। ତାଙ୍କ ବିବାହ ଉତ୍ସବରେ କିଛି ବିଦେଶି ଅତିଥି ବି ସାମିଲ୍‌ ହେବେ ବୋଲି ଶୁଣିବାକୁ ମିଳୁଛି।

ରିପୋର୍ଟ ଅନୁସାରେ, ନିକିତାଙ୍କ ବାହଘର ଏଇ ମାସରେ ହିଁ ହେବ। ଯଦିଓ ସେ ଏହି ମାସରେ ବାହା ହେବେ ବୋଲି ଜାଣିବାକୁ ମିଳିଛି, ନିର୍ଦ୍ଦିଷ୍ଟ କେଉଁ ତାରିଖରେ ତାଙ୍କର ବାହାଘର ତାହା ଜଣା ପଡ଼ିନାହିଁ।

ଧର୍ମେନ୍ଦ୍ରଙ୍କ ଝିଅ ଅଜିତା ଆମେରିକାର ଏକ ସ୍କୁଲ୍‌ରେ ମନସ୍ତତ୍ବ ବିଜ୍ଞାନର ଶିକ୍ଷୟିତ୍ରୀ। ଅଜିତାଙ୍କ ଲୋକ ଡଲି ନାମରେ ବି ଜାଣନ୍ତି। ଅଜିତା କିରଣ ଚୌଧୁରୀ ନାମକ ଜଣେ ଭାରତୀୟ-ଆମେରିକୀୟ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ବାହାଘର ପରେ ହିଁ ସେ ସ୍ବାମୀଙ୍କ ସହ କାଲିଫର୍ଣ୍ଣିୟା ପଳାଇଥିଲେ। ଧର୍ମେନ୍ଦ୍ରଙ୍କ ଦୁଇ ଝିଅ ଅଜିତା ଓ ବିଜେତା ଲାଇମ୍‌ଲାଇଟ୍‌ରୁ ସର୍ବଦା ଦୂରରେ ରହିଥାନ୍ତି। ଦୁଇ ଝିଅଙ୍କ ପରି ତାଙ୍କ ନାତିନାତୁଣୀ ବି ଲାଇମ୍‌ଲାଇଟ୍‌ରୁ ଦୂରରେ ରହିଥାନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button