ମନୋରଞ୍ଜନ

ଘରେ ବସି ପ୍ରସ୍ତୁତ କରନ୍ତୁ କ୍ରିସପି ଚିକେନ ଲଲିପପ୍

ସାମଗ୍ରୀ

ଚିକେନ (ଲେଗ୍ ପିସ୍) – ୬

ଅଣ୍ଡା – ୧

କର୍ଣ୍ଣଫ୍ଲୋର – ୧ କପ୍

ରସୁଣ ପେଷ୍ଟ – ୧ ଚେବୁଲ ଚାମଚ

ଅଦା ପେଷ୍ଟ – ୧ ଚାମଚ

ଲୁଣ – ଏକ ଚାମଚ

ତେଲ – ଡିପ୍ ଫ୍ରାଇ କରିବା ପାଇଁ

ପ୍ରଣାଳୀ

-ମିକ୍ସିଂ ବାଉଲରେ ଚିକେନ, ଅଣ୍ଡା, କର୍ଣ୍ଣଫ୍ଲୋର, ରସୁଣ ପେଷ୍ଟ, ଅଦା ପେଷ୍ଟ ଏବଂ ଆବଶ୍ୟକ ଅନୁସାରେ ପାଣି ଦେଇ ଭଲଭାବେ ଗୋଳାଇ ଦିଅନ୍ତୁ। ଏହାପରେ ଚିକେନ ପିସକୁ ସେହି ମିଶ୍ରଣରେ ଭଲଭାବରେ ଗୋଳାଇ ଅଧ ଘଣ୍ଟା ପର‌୍ୟ୍ୟନ୍ତ ଛାଡି ଦିଅନ୍ତୁ।

-କଡାରେ ତେଲ ଗରମ କରନ୍ତୁ। ତେଲ ହୋଇଯିବା ପରେ ଚିକେନକୁ ପ୍ରଥମେ ହାଇ ଆଞ୍ଚରେ ଏବଂ ପରେ ଧୀମା ଆଞ୍ଚରେ ଦୁଇ ମିନିଟ ପର‌୍ୟ୍ୟନ୍ତ ଡିପ ଫ୍ରାଇ କରନ୍ତୁ। ଯାହାଦ୍ବାରା ତାହା ଭଲଭାବରେ ହୋଇଯିବ।

-ଏହାପରେ ଚିକେନକୁ ବାହାର କରି ପ୍ଲେଟରେ ରଖନ୍ତୁ। କ୍ରିସପି କରିବା ପାଇଁ ସର୍ଭ କରିବାର ଠିକ ପୂର୍ବରୁ ତେଲକୁ ପୁନର୍ବାର ଗରମ କରନ୍ତୁ ଏବଂ ଚିକେନକୁ ସୁନେଲି ରଙ୍ଗ ହେବା ଯାଏଁ ଫ୍ରାଇ କରନ୍ତୁ। ଏହାପରେ ଗରମା ଗରମ ସର୍ଭ କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button