ଦେଶ- ବିଦେଶ

ସବୁବେଳେ ଝଗଡା କରୁଥିବା ସ୍ବାମୀ-ସ୍ତ୍ରୀଙ୍କ ବଢ଼ିଯାଏ ବୟସସୀମା, ରିସର୍ଚ୍ଚରୁ ଖୁଲାସା

ଏକ ନୂଆ ରିସର୍ଚ୍ଚରୁ ଜଣାପଡିଛି ଯେ ଯେଁଉ ଦମ୍ପତ୍ତିଙ୍କ ମଧ୍ୟରେ ଝଗଡା ହୋଇଥାଏ ସେମାନଙ୍କର ବୟସ ବଢ଼ିଥାଏ। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ କିନ୍ତୁ ବିଶେଷଜ୍ଞମାନେ ଏହା ପ୍ରମାଣିତ କରିଛନ୍ତି ଯେ ଯେଉଁ ସ୍ବାମୀ-ସ୍ତ୍ରୀ ନିଜ ଭିତରେ ଝଗଡା କରନ୍ତି ସେମାନଙ୍କ ମଧ୍ୟରେ ନା କେବଳ ପ୍ରେମ ସମ୍ପର୍କ ମଜବୁତ ହୋଇଥାଏ ବରଂ ସେମାନଙ୍କର ବୟସ ବଢ଼ିଥାଏ। ଏଠାରେ ଆମେ କହିରଖିବାକୁ ଚାହିଁବୁ ଯେ ଏଠାରେ ଝଗଡା ଘରୋଇ ହିଂସାକୁ କୁହାଯାଇନାହିଁ ବରଂ ସମାନ୍ୟ ଭୁଲ ବୁଝାମଣାକୁ କୁହାଯାଇଛି।

loveବିଶେଷଜ୍ଞମାନେ ଜଣାଇଛନ୍ତି ଯେ ଆମେରିକା ଦମ୍ପତ୍ତିଙ୍କ ମଧ୍ୟରେ ୧୯ ଝଗଡା ହୋଇଥାଏ ଏବଂ ମାସରେ ୫ ଦିନ ଏକା ଶୋଇଥାନ୍ତି। ଏହି ଷ୍ଟଡି ଅନୁଯାୟୀ ପାରିବାରିକ ଝଗଡା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇନଥାଏ ବରଂ ଏଥିରେ ଲମ୍ବା ବୟସର ସମ୍ଭାବନା ରହିଛି।

ଏହି ରିସର୍ଚ୍ଚରୁ ଜଣାପଡିଛି ଯେ ପାରିବାରିକ ଝଗଡା ଦ୍ବାରା ବୟସ ଲମ୍ବା ହୋଇଥାଏ। ଏହି ରିସର୍ଚ୍ଚରେ ୧୯୨ ବିବାହିତ ଦମ୍ପତ୍ତିଙ୍କୁ ସାମିଲ କରାଯାଇଥିଲା। ଏହି ସବୁ ଦମ୍ପତ୍ତି ୩୨ ବର୍ଷ ବୟସର ଥିଲେ। ଏଥିରେ ସ୍ବାମୀ-ସ୍ତ୍ରୀଙ୍କ ବ୍ୟବହାରକୁ ଦେଖାଗଲା ଏବଂ ସେମାନଙ୍କୁ ତରଙ୍କ ଝଗଡା ବିଷୟରେ ପ୍ରଶ୍ନ କରାଗଲା। ଶେଷରେ ଏହା ସିଦ୍ଧାନ୍ତ ହେଲା ଯେ ଯେଉଁ ଦମ୍ପତ୍ତିଙ୍କର ନିଜ ଭିତରେ ଝଗଡା ହୋଇଥାଏ ସେମାନେ ଅଧିକ ବର୍ଷ ଯାଏଁ ବଞ୍ଚି ରହିଥାନ୍ତି।।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button