ଜ୍ୟୋତିଷ

ଏହି ବାସ୍ତୁ ଟିପ୍ସରେ ଦୂର ହୋଇପାରିବ ଶାଶୁ-ବୋହୂଙ୍କ ଝଗଡା, କିପରି ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

ପ୍ରତ୍ୟେକ ଘରେ ଅଧିକାଂଶ ସମୟ ଶାଶୁ, ବୋହୂଙ୍କ ଝଗଡା ଲାଗି ରହିଥାଏ। ଅନେକ ଥର ଦୁଇ ଜଣଙ୍କ କଥାରେ ତାଳମେଳ ନ ହେବା ଦ୍ବାରା ଝଗଡା ଲାଗିଥାଏ ବା ଘରର ପରିବେଶ ଖରାପ ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ କିଛି ପରିବର୍ତ୍ତନ କରିବା ଦ୍ବାରା ଏହି ସମ୍ପର୍କରେ ଦେଖାଯାଉଥିବା ସମସ୍ୟା ଦୂର ହୋଇଥାଏ। ଜାଣନ୍ତୁ କିପରି ବନ୍ଦ ହେବ ଶାଶୁ-ବୋହୁଙ୍କ ଝଗଡା।

saas-ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ଚନ୍ଦନ ମୂର୍ତ୍ତି ଏପରି ଯାଗାରେ ରଖନ୍ତୁ, ଯାହା ସମସ୍ତଙ୍କ ନଜରରେ ପଡିପାରିବ। ଏପରି କରିବା ଦ୍ବାରା କେବଳ ଶାଶୁ- ବୋହୂଙ୍କ ଝଗଡା ବନ୍ଦ ହୋଇନଥାଏ ବରଂ ଘରର ପ୍ରତ୍ୟେକ ସଦସ୍ୟଙ୍କ ମଧ୍ୟରେ ଦେଖାଯାଉଥିବା ସମସ୍ୟା ମଧ୍ୟ ଦୂର ହୋଇଥାଏ।

-ରୋଷେଇ ଘର କଳା ରଙ୍ଗ କରିବା ଅନୁଚିତ। କଳା ରଙ୍ଗରେ ଥିବା ଅଲଫା ରେଡିଏଶନ ସ୍ବାସ୍ଥ୍ୟ ପାଇଁ ଉତ୍ତମ ହୋଇନଥାଏ। ଏହି କାରଣରୁ ମହିଳାମାନଙ୍କର ଅଧିକାଂଶ ସମୟ ରୋଷେଇ ଘରେ ବିତୁଥିବାରୁ ସବୁଠାରୁ ଅଧିକ ପ୍ରଭାବ ତାଙ୍କ ଶରୀରରେ ପଡିଥାଏ।

-ବାସ୍ତୁ ବିଜ୍ଞାନ ଅନୁଯାୟୀ, ଦୁଇ ଜଣଙ୍କ ସମ୍ପର୍କରେ ଭଲପାଇବା ବଢାଇବା ପାଇଁ ଉଭୟଙ୍କ ରୁମରେ ନାଲି ରଙ୍ଗର ଫ୍ରେମରେ ଦୁହିଁଙ୍କ ସହ ଥିବା ଫଟୋ ଲଗାନ୍ତୁ। ଏହା ଦ୍ବାରା ଦୁଇ ଜଣଙ୍କ ମଧ୍ୟରେ ଆପସ ସମ୍ବନ୍ଧ ରହିଥାଏ।

saas-ll-ଘରର ପରିବେଶ ଶାନ୍ତିମୟ କରିବା ପାଇଁ ଉତ୍ତର-ପୂର୍ବ ଦିଗରେ ଡଷ୍ଟବିନ୍ ରଖନ୍ତୁ ନାହିଁ। ଏପରି ନିୟମ ପାଳନ କରିବା ଦ୍ବାରା ସମ୍ପର୍କରେ ଦେଖାଯାଉଥିବା ସମସ୍ୟା ଦୂର ହୋଇଥାଏ। ଏହି ଦିଗକୁ ସର୍ବଦା ପରିସ୍କାର ରଖବା ଉଚିତ।

-ବାସ୍ତୁ ନିୟମ ଅନୁଯାୟୀ ଶାଶୁ-ଶ୍ବଶୁରଙ୍କ ରୁମ୍ ପଶ୍ଚିମ ବା ଦକ୍ଷିଣ ଦିଗରେ ରହିବା ଉଚିତ। କିନ୍ତୁ ଯଦି ପୁଅ-ବୋହୂଙ୍କ ରୁମ୍ ଦକ୍ଷିଣ- ପଶ୍ଚିମ ଦିଗରେ ହୋଇଥାଏ, ତେବେ ସର୍ବଦା ଶାଶୁ-ଶ୍ବଶୁରଙ୍କ ସହ ଝଗଡା ଲାଗି ରହିଥାଏ। ଡୋମିନେଟିଙ୍ଗ ଦିଗ ହୋଇଥିବା କାରଣରୁ ଏଠାରେ କେବଳ ଘରର ବଡ ଲୋକମାନେ ରହିବା ଉଚିତ।

-ଏହା ବ୍ୟତୀତ ଶାଶୁ ଏବଂ ବୋହୂ ରୁମରେ ଝରଣା ବା ନଦୀର ଦୃଶ୍ୟ ଲଗାଇପାରିବେ। ଘରର ପରିବେଶ ଯେତିକି ସୁନ୍ଦର ହୋଇଥାଏ, ଘର ଲୋକଙ୍କ ମଧ୍ୟରେ ସମ୍ପର୍କ ସେତିକି ମଧୁର ହୋଇଥାଏ। ଶାଶୁ ଏବଂ ବୋହୂ ସୋମବାର ଦିନ ଧଳା ସୁତାରେ ଚାନ୍ଦୀର ଚନ୍ଦ୍ରମା ପିନ୍ଧିବା ଦ୍ବାରା ଦୁଇ ଜଣଙ୍କ ମଧ୍ୟରେ ସବୁ ଦିନ ପାଇଁ ଝଗଡା ଲାଗିବା ଶେଷ ହୋଇଯାଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button