ଜ୍ୟୋତିଷ

ଆପଣ ନଭେମ୍ବର ମାସରେ ଜନ୍ମ ହୋଇଛନ୍ତି କି? ତେବେ ଜାଣନ୍ତୁ କିଭଳି ହୋଇଥାଏ ଆପଣଙ୍କ ସ୍ୱଭାବ

ଯଦି ଆପଣ ବର୍ଷର ନଭେମ୍ବର ମାସରେ ଜନ୍ମ ହୋଇଛନ୍ତି, ତେବେ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ଆପଣ ସମସ୍ତଙ୍କ ମଙ୍ଗଳ ପାଇଁ ଏହି ଦୁନିଆରେ ଜନ୍ମ ହୋଇଛନ୍ତି | ଆପଣ ଅତ୍ୟନ୍ତ ଦୟାଳୁ ପରୋପକାରୀ ସ୍ୱଭାବର । ଏହାସହିତ ଆପଣ ମଧ୍ୟ ଜଣେ ଆଶ୍ଚର୍ଯ୍ୟଜନକ ସାଥୀ ଭାବେ ପରିଚିତ ହୋଇଥାନ୍ତି । ଯେପର୍ଯ୍ୟନ୍ତ ଆପଣଙ୍କ ଆତ୍ମସମ୍ମାନ ଆଘାତ ନହୋଇଛି, ଆପଣ ସବୁ କିଛି ସହିଚାଳନ୍ତି ।

ଆପଣ ସମସ୍ତଙ୍କ ଭିତରେ ମିଳିମିଶି କାମ କରିଥାନ୍ତି । ଅନେକ ସମୟରେ ବନ୍ଧୁ ବାନ୍ଧବଙ୍କ ଭିତରେ ମନମାଳିନ୍ଯ ହେଲେ ଆପଣ ତାହାକୁ ସମାଧାନ କରିବାର ଗୁରୁଦାୟିତ୍ୱ ବହନ କରିଥାନ୍ତି । ଏମିତ ତ ଆପଣଙ୍କୁ ଏ ଦୁନିଆ ବହୁତ ଶାନ୍ତ ଏବଂ ମୌନ ରୂପେରେ ଜାଣିଥାଏ କିନ୍ତୁ ଯିଏବି ଆପଣଙ୍କ ରାଗ ଥରେ ଦେଖିଛି ସେ ହିଁ ଜାଣିଛି ଆପଣ ଭିତରୁ କେତେ ରାଗି ସ୍ୱଭାବର । ତେଣୁ ଆପଣ କମ୍‌ ବୟସରୁ ହିଁ ବ୍ଳଡ୍‌ ପ୍ରେସରର ଶିକାର ହୋଇଥାନ୍ତି ।

bornଆପଣ ସାଙ୍ଗ ମାନଙ୍କ ପାଇଁ କଣ କରନ୍ତୁ କି ନକରନ୍ତୁ କିନ୍ତୁ ଆପଣଙ୍କ ପାଇଁ ଆପଣଙ୍କ ସାଙ୍ଗମାନେ ସବୁ କିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି । ଆପଣଙ୍କ ଉନ୍ନତି ଦେଖି ସହିପାରୁନଥିବା ଲୋକେ ସାବଧାନ ରହିବା ଉଚିତ୍‌ । କାରଣ ସେ ଆପଣଙ୍କର କିଛି ବି କ୍ଷତି କରି ପାରନ୍ତି ନାହିଁ । ଆପଣ ଭଲପାଇବାର ଏକ ଉଦାହରଣ । ଆପଣ ଯାହାକୁ ବି ଭଲ ପାଇବେ ଯଦି ସେ ଆପଣଙ୍କୁ ନମିଳେ, ତେବେ ଆପଣ ଜୀବନ ଯାକ ତାକୁ କେବେବି ଭୁଲି ପାଇବେ ନାହିଁ । ଆଉ ଯଦି ଆପଣଙ୍କୁ ସେ ମିଳିଯାଏ ତେବେ ତାଙ୍କ ଖୁସି ପାଇଁ ଆପଣ ସବୁ କିଛି କରିବାକୁ ଆଗେଇ ଆସିଥାନ୍ତି।

ଏହି ମାସରେ ଜନ୍ମିତ ବ୍ଯକ୍ତିଙ୍କ ଇନକମ୍‌ ଯେତିକି ବି ଥାଉ, ସେଭିଙ୍ଗର ବାଟ ଏମାନେ ଖୋଜି ଦିଅନ୍ତି । ସବୁ ଜିନିଷ ଏମାନେ ଖୁବ୍‌ ଯତ୍ନ ସହକାରେ ସାଇତି ରଖିଥାନ୍ତି । ଏମାନଙ୍କର ଅତିତକୁ ନେଇ ଖୁବ୍‌ ସ୍ମୃତି ରହିଥାଏ । ବିଶେଷ କରି ଏହି ମାସରେ ଜନ୍ମିତ ବ୍ଯକ୍ତି ସମ୍ବେଦନଶୀଳ ଲେଖକ, ପୋଲିସ,ପତ୍ରକାର,କଳାକାର,ସର୍ଜନ୍‌ କିମ୍ବା ଗୁପ୍ତଚର ବିଭାଗରେ କାମ କରିଥାନ୍ତି । ଏମାନଙ୍କ ମନ ଛୁଆଳିଆ ସ୍ୱଭାବର ହୋଇଥିବା କାରଣରୁ ଏମାନେ ଛୁଆ ମାନଙ୍କୁ ବହୁତ ଭଲ ପାଇଥାନ୍ତି।

birthdayଏହି ମାସରେ ଜନ୍ମତି କନ୍ଯାମାନେ ଖୁବ୍‌ ଭାବୁକ ସ୍ୱଭାବର ହୋଇଥାନ୍ତି । ଧୋକା ଖାଇବା କ୍ଷଣି ନିଜକୁ ସମୟ ଭିତରେ ସମ୍ଭାଳି ନେଇଥାନ୍ତି । ଏଥିପାଇଁ ଏମାନେ ଦୁଃଖ ସମୟରେ କାହାକୁ ଭରଷା କରନ୍ତି ନାହିଁ । ନିଜର ଧୋର୍ଯ୍ଯ ଶକ୍ତି ବଳରେ ଏମାନେ ସବୁ କ୍ଷେତ୍ରରେ ସଫଳତା ପାଇଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button