ସ୍ୱାସ୍ଥ୍ୟ

ଲୋ-ସୋଡିୟମ ଡାଏଟ ଦ୍ବାରା ଆସ୍ଥମାର କରନ୍ତୁ ଚିକିତ୍ସା, ଜାଣନ୍ତୁ ଏହାର କାରଣ ଏବଂ ଲକ୍ଷଣ

ଆସ୍ଥମା ଫୁସଫୁସ ଜନିତ ଏକ ରୋଗ ଅଟେ। ଏହି ରୋଗରେ ପିଡିତ ରୋଗୀଙ୍କୁ ନିଶ୍ବାସ ନେବାରେ କଷ୍ଟ ଅନୁଭୂତ ହୋଇଥାଏ। ଆସ୍ଥମାରେ ଶ୍ବାସନଳୀ ଫୁଲି ଯାଇଥାଏ ଏବଂ ଶ୍ବାସନଳୀ ସଂକୁଚିତ ହୋଇଯାଇଥାଏ। ବାହାର ଏବଂ ଆନ୍ତ୍ରିକ ଆସ୍ଥମା ଦୁଇ ପ୍ରକାରର ଅଟେ। ବାହାର ଆସ୍ଥମା ଧୂଳି ଭଳି ଆଲର୍ଜି ଜିନିଷ କାରଣରୁ ହୋଇଥାଏ। ସେହିଭଳି ଆନ୍ତ୍ରିକ ଆସ୍ଥମାରେ ନିଶ୍ବାସ ଜରିଆରେ ରାସାୟନିକ ତତ୍ତ୍ବ ଶରୀରର ଭିତରକୁ ଯିବା କାରଣରୁ ହୋଇଥାଏ। ଏହି ରୋଗକୁ ଠିକ ସମୟରେ ଚିକିତ୍ସା ନ କଲେ ଏହା ଜୀବନ ମଧ୍ୟ ନେଇ ଯାଇପାରେ।

ଏମିତି କରନ୍ତୁ ଚିକିତ୍ସା

ଆସ୍ଥମା ରୋଗରେ ଲୋ-ସୋଡିୟମ ଡାଇଟ ବହୁତ ଲାଭଦାୟକ ହୋଇଥାଏ। ଏହି ରୋଗର ସମସ୍ୟା ଥିଲେ ପ୍ରତିଦିନ ବିଟ ଲୁଣ ଖାଇବା ଦ୍ବାରା ବହୁତ ଆରାମ ମିଳିଥାଏ। ଏହାସହିତ ଲୁଣ ପାଣିକୁ ଗାଗଲିଂ କଲେ ଗଳା ଫୁଲିବା. ଯନ୍ତ୍ରଣା, ସୁଖିଲା କାଶ ଆଦିରୁ ରକ୍ଷା ମିଳିଥାଏ। ଡ୍ରାଇ ଫ୍ରୁଟ୍ସ ମଧ୍ୟ ଆସ୍ଥମା ରୋଗକୁ ଠିକ କରିବାରେ ସାହାଯ୍ୟ କରିଥାଏ।

sodiumଆସ୍ଥମାର ଲକ୍ଷଣ

-କାଶରେ କଫ ପଡିବା ଏବଂ ଶୁଖିଲା କାଶ ହେବା।

-ଶୋଇବାରେ ଛାତିରେ ଯନ୍ତ୍ରରା ଅନୁଭୂତ ହେବା।

-ବ୍ୟାୟାମ କରିବାରେ ସ୍ବାସ୍ଥ୍ୟ ଅଧିକ ଖରାପ ହୋଇଗଲେ।

-ଜୋର ଜୋରରେ ନିଶ୍ବାସ ନେବାରେ ଥକିଯିବା।

-ନିଶ୍ବାସ ନେବାରେ କଷ୍ଟ ହେବା।

-ନିଶ୍ବାସ ନେବା ସମୟରେ ଶବ୍ଦ ହେବା।

-ଥଣ୍ଡା ପବନରେ ନିଶ୍ବାସ ନେବାରେ କଷ୍ଟ ଅନୁଭୂତ ହେବା।

woman-with-inhalerଆସ୍ଥମାର କାରଣ

-କାରଖାନା, ଯାନବାହନନରୁ ବାହାରୁଥିବା ଦୂଷିତ ଧୂଆଁ ଦ୍ବାରା

-ଥଣ୍ଡା ଫ୍ଲୁ, ଧୂମ୍ରପାନ, ଋତୁ ପରିବର୍ତ୍ତନ କାରଣରୁ

-ଆଲର୍ଜି ହେଉଥିବା ଖାଦ୍ୟ ଦ୍ବାରା

-ପେଟରେ ଏସିଡର ମାତ୍ରା ଅଧିକ ହେବା କାରଣରୁ

-ଔେଷଧ ଏବଂ ନିସା ସେବନ କରିବା ଦ୍ବାରା

-ବଂଶଗତ କାରଣରୁ ମଧ୍ୟ ଏହି ରୋଗ ହୋଇିପାରେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button