ଦେଶ- ବିଦେଶ

ହାଇବ୍ଲଡ ପ୍ରେସର ପାଇଁ ଲାଭକାରୀ ହୋଇଥାଏ ଆଳୁ, ଜାଣନ୍ତୁ କେମିତି?

ପରିବା ମଧ୍ୟରେ ରାଜା କୁହାଯାଉଥିବା ‘ଆଳୁ’ ପ୍ରତ୍ୟେକ ଲୋକଙ୍କ ରୋଷେଇ ଘରେ ରହିଥାଏ। ଦୁନିଆର ଏହା ପ୍ରଥମ ପରିବା ଯେଉଁଥିରେ ଅନେକ କିଛି ପ୍ରସ୍ତୁତ ହୋଇଥାଏ। ଆପଣ ଜାଣିଛନ୍ତି କି ହାଇବ୍ଲଡ ପ୍ରେସର ପାଇଁ ଏହା ଖରାପ ହୋଇନଥାଏ। ଯଦି ଆପଣ ଏହି କଥାକୁ ନେଇ ଚିନ୍ତିତ ଅଛନ୍ତି, ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, ହାଇବ୍ଲଡ ପ୍ରେସରରେ ଆଳୁ ଖାଇବା ଦ୍ବାରା ଏହା କଣ୍ଟ୍ରୋଲରେ ରହିଥାଏ।

patatoଆଳୁରେ ଅତ୍ୟଧିକ ମାତ୍ରାରେ କାର୍ବୋହାଇଡ୍ରେଡ ରହିଥାଏ। ଏହା ଶରୀର ପାଇଁ ଲାଭକାରୀ ହୋଇଥାଏ। ଆଳୁରେ ପ୍ରଚୁର ମାତ୍ରାର ଭିଟାମିନ-ସି, ବି, ଫାଇବର, ପୋଟାସିୟମ, କପର ଏବଂ ଅନେକ ପୋଷକ ତତ୍ତ୍ବ ରହିଥାଏ। ଆଳୁ ଉଚ୍ଚ ରକ୍ତଚାପ ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

ଆଳୁକୁ ଲୋକମାନଙ୍କର ଅନେକ ମତ ରହିଥାଏ। କିନ୍ତୁ ଯଦି ଆପଣ ଏହାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଆଳୁରେ ପ୍ରସ୍ତୁତ ହୋଇଥିବା ଚଟପଟୀ ଖାଦ୍ୟ ଖାଇବା ଛାଡ଼ନ୍ତୁ। ଆଳୁରେ ପ୍ରଚୁର ମାତ୍ରାରେ ଟ୍ରାନ୍ସ ଫ୍ୟାଟ ରହିଥାଏ ଏବଂ ଉଚ୍ଚ ରକ୍ତଚାପର ସ୍ତରକୁ ଜଲଦି ବଢାଇଥାଏ। ଆପଣ ସତେଜ ଆଳୁର ଜୁସ୍ ମଧ୍ୟ ସେବନ କରିପାରିବେ। ଏହା ସେବନ କରିବା ପୂର୍ବରୁ ପ୍ରଥମେ ଆପଣ ଡାକ୍ତରଙ୍କ ଠାରୁ ପରାମର୍ଶ ନିଅନ୍ତୁ। ଯେକୌଣସି ରଙ୍ଗର ଆଳୁ ଆପଣ ନିଜ ଖାଦ୍ୟରେ ସାମିଲ କରିପାରିବେ।

potato-juice-ଡିକେ ପବ୍ଲିକେଶନ ହାଉସର ପୁସ୍ତକ ‘ହିଲିଙ୍ଗ ଫୁଡ୍’ ଅନୁଯାୟୀ ଆଳୁରେ ଅଧିକ ମାତ୍ରାରେ କ୍ଲୋରୋଜେନିକ ଏସିଡ ଏବଂ ଆନ୍ଥୋସାୟାନିନ କେମିକାଲ ରହିଥାଏ। ଯାହା ବ୍ଲଡପ୍ରେସରର ମାତ୍ରା କମ କରିବାରେ ସହାୟକ ହୋଇଥାଏ।
ଏଥିସହ ଆଳୁରେ ପୋଟାସିୟମ ମାତ୍ରା ଅଧିକ ରହିଥାଏ। ଅଧିକ ପୋଟାସିୟମ ଯୁକ୍ତ ଖାଦ୍ୟ ରକ୍ତଚାପ ଠିକ ରଖିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ଲୋ-ବିପି ଥିବା ବ୍ୟକ୍ତିମାନେ ଖାଦ୍ୟରେ ଆଳୁ, ଗାଜର, ବିଟ୍, କମଳା ଏବଂ କଦଳୀ ସାମିଲ କରିପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button