ରାଜ୍ୟ

ବଂଶୀ ମଧ୍ୟ ବଦଳାଇ ପାରେ ଆପଣଙ୍କ ଭାଗ୍ୟ, ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

ଭଗବାନ କୃଷ୍ଣଙ୍କର ସବୁଠାରୁ ଅଧିକ ପ୍ରିୟ ବଂଶୀ। ତେବେ ଏନେଇ ବାସ୍ତୁ ଶାସ୍ତ୍ରରେ ଅନେକ ମହତ୍ତ୍ବ ରହିଛି। କାହ୍ନାଙ୍କର ଏହି ବାଦ୍ୟ ଯନ୍ତ୍ର କେବଳ ଶାନ୍ତିର ବାର୍ତ୍ତା ଦେଇନଥାଏ ବରଂ ଘର ସହ ସମସ୍ଯାର ବାସ୍ତୁଦୋଷ ମଧ୍ୟ ଦୂର କରିଥାଏ। ଏହା ଜୀବନ ଦାନ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହି କାରଣରୁ ଏହାକୁ ବାସ୍ତୁଦୋଷ ନିବାରକ କୁହାଯାଇଥାଏ।

ଜାଣନ୍ତୁ ବଂଶୀରେ କେଉଁ ପ୍ରଭାବଶାଳୀ ଗୁଣ ରହିଥାଏ:

ବେପାର କ୍ଷେତ୍ରରେ ଲାଭ ହୋଇଥାଏ

ସନାତନ ପରମ୍ପରା ଅନୁଯାୟୀ ବଂଶୀ ଗଛ ଶୁଭ ହୋଇଥାଏ। ଯଦି ଆପଣ ବେପାର କ୍ଷେତ୍ରରେ କୌଣସି ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି ତେବେ ଆପଣ ଏହି ଚିନ୍ତା ଦୂର କରିବା ପାଇଁ ବଂଶୀ ଗଛର ରଖିପାରିବେ। ବାଣିଜ୍ୟ କ୍ଷେତ୍ରରେ ଲାଭ ପାଇବା ପାଇଁ ଆପଣ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜା କରିବା ସହିତ ନିଜ ଦୋକାନ କିମ୍ବା ଅଫିସରେ ବଂଶୀ ରଖନ୍ତୁ। ଏହା ଦ୍ବାରା ଆପଣ ଅନେକ ଲାଭ ପାଇପାରିବେ।

Flutesଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ

ସର୍ବଦା କଳହ ଲାଗି ରହିଲେ ଆପଣ ବଂଶୀର ବ୍ୟବହାର କରି ଖୁସି ଆଣିପାରିବେ।ଶୋଇବା ଖଟର ଉପର ପାର୍ଶ୍ବରେ ଘରର ପିଲର ରହିବାକୁ ଅଶୁଭ କହାଯାଇଥାଏ। ଏଣୁ ଏହାକୁ ଦୂର କରିବା ପାଇଁ ସ୍ତମ୍ବର ଦୁଇ ପାଶ୍ବରେ ନାଲି ଫିତାରେ ବଂଶୀ ବାନ୍ଧି ଦିଅନ୍ତୁ। ଦେଖିବେ ସସସ୍ତ ସମସ୍ଯା ଦୂର ହୋଇଯିବ।

flute musicଆର୍ଥିକ ସମସ୍ୟା ଦୂର ହୋଇଥାଏ

ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରେ ରୂପା ବଂଶୀ ରଖନ୍ତୁ। ବାସ୍ତୁଶାସ୍ତ୍ର ଅନୁଯାୟୀ, ରୂପା ବଂଶୀ ରଖିବା ଦ୍ବାରା ଘରେ ମା ଲକ୍ଷ୍ମୀ ବାସ କରିଥାନ୍ତି ଏବଂ ଘରୁ ବାସ୍ତୁ ଦୋଷ ଦୂର ହୋଇଥାଏ। ବାସ୍ତୁ ସହ ଜଡ଼ିତ ଏହି ଉପାୟ ପାଳନ କରିବା ଦ୍ବାରା ଘରର ଆର୍ଥିକ ପରିସ୍ଥିତି ମଧ୍ୟ ଠିକ ହୋଇଥାଏ।

bamboo-flute-1ଆଧ୍ୟାତ୍ମିକ ଶକ୍ତିରେ ଉନ୍ନତି ହୁଏ

ଯଦି ଆପଣ ଧାର୍ମିକ ବା ଆଧ୍ୟାତ୍ମିକ ସାଧନାରେ ସଫଳ ହେବାକୁ ଚାହୁଁଛନ୍ତି ତେବେ ଆପଣ ବଂଶୀର ଉପଯୋଗ କରି ଏହି କ୍ଷେତ୍ରରେ ସଫଳ ହୋଇପାରିବେ। ଆଧ୍ୟାତ୍ମିକ ସାଧନାରେ ସଫଳ ହେବା ପାଇଁ ଆପଣ ସାଧନା ସ୍ଥଳ, ମନ୍ଦିର ଆଦିରେ ୨୧ ବା ୫୧ଟି ବଂଶୀରେ ତିଆରି ହୋଇଥିବା ଝାଲର ଲଗାନ୍ତୁ।

krishnaଏହି ଉପାୟରେ ଘରର ବାସ୍ତୁଦୋଷ ଦୂର ହୋଇଥାଏ

ବାସ୍ତୁଶାସ୍ତ୍ର ଅନୁସାରେ ଘରର ବାହାର କବାଟ ମୁନିଆ ହୋଇଥିଲେ ବାସ୍ତୁ ଦୋଷ ରହିଥାଏ। ଏଣୁ ଏହି ବାସ୍ତୁ ଦୋଷରୁ ରକ୍ଷା ପାଇବା ପାଇଁ ଘର ବାହାର କବାଟ ଗୋଲାକାର ଆକୃତିର ତିଆରି କରିବା ଉଚିତ। ଯଦି ଏହା ସମ୍ଭବ ହୋଇନଥାଏ, ତେବେ କବାଟର ଦୁଇ ପାଶ୍ବରେ ବଂଶୀ ଲଗାଇ ଦିଅନ୍ତୁ। ଏପରି କରିବା ଦ୍ବାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button