ଜ୍ୟୋତିଷ

ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ପାଞ୍ଚ ପ୍ରକାରର କାମ, ନଚେତ ଆପଣଙ୍କ ଉପରେ ପଡିଥାଏ ଶନିଙ୍କର ଅଶୁଭ ଦୃଷ୍ଟି

ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବଙ୍କୁ ନ୍ୟାୟର ଦେବତା କୁହାଯାଏ। ଯେଉଁ ବ୍ୟକ୍ତି ଭଲ କାମ ମରବନ୍ତି ସେମାନଙ୍କ ଉପରେ ଶନିଦେବ ଉତ୍ତମ ଦୃଷ୍ଟି ରଖିଥାନ୍ତି। ସେହିଭଳି ଯେଉଁ ବ୍ୟକ୍ତି ଖରାପ କାର୍ଯ୍ୟରେ ନିୟୋଜିତ ଥାନ୍ତି ସେମାନଙ୍କ ଉପରେ ଶନିଦେବଙ୍କର କୁପ୍ରଭାବ ପଡିଥାଏ। ତାଙ୍କର ସବୁ କାମ ବିଗାଡି ଯାଇଥାଏ। ବାରମ୍ବାର ଚେଷ୍ଟା କରିବା ସତ୍ତ୍ବେ ମଧ୍ୟ ତାଙ୍କୁ ସଫଳତା ମିଳିନଥାଏ। ସେହି ବ୍ୟକ୍ତି ଧନ, ସ୍ବାସ୍ଥ୍ୟ, ବ୍ୟବସାୟୀ ଏବଂ ଚାକିରି ଭଳି ସମସ୍ତ କ୍ଷେତ୍ରରେ ଚିନ୍ତା ରହିଥାଏ। ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କର ବକ୍ର ନଜର ପଡିବାର ବହୁତ କାରଣ ରହିଛି।

ଯେଉଁ ବ୍ୟକ୍ତି ଧନ ବଳରେ ଅସହାୟ ଏବଂ ଗରିବ ଲୋକଙ୍କୁ ଅପମାନିତ କରନ୍ତି, ଶନିଦେବ ତାଙ୍କ ଉପରେ ବକ୍ର ଦୃଷ୍ଟି ପକାଇଥାନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଗରିବ ଏବଂ ଅସହାୟ ବ୍ୟକ୍ତିଙ୍କୁ ପ୍ରତିନିଧିତ୍ବ କରିଥାନ୍ତି।

shani_devଯେଉଁ ବ୍ୟକ୍ତି ଶନିବାର ଦିନ ଘରକୁ ଲୁହାର ପ୍ରସ୍ତୁତ ଜିନିଷ ନେଇ ଆସିଥାନ୍ତି ଶନିଦେବ ତାଙ୍କ ଉପରେ କୁଦ୍ରୁଷ୍ଟି ପକାଇଥାନ୍ତି। ଶନିଦେବଙ୍କ ଖରାପ ଦୃଷ୍ଟି ପଡିବା ମାତ୍ରକେ ହିଁ ବ୍ୟକ୍ତି କଙ୍ଗାଳ ହେବାକୁ ଲାଗିଥାନ୍ତି। ଶନିବାର ଦିନ ଲୁହାର ଦ୍ରବ୍ୟ କିଣିବା କଥା ନୁହେଁ ବରଂ ଦାନ କରିବା ଉଚିତ।

ଶନିବାର ଦିନ ଘରକୁ ତେଲ ଆଣିବା ଉଚିତ ନୁହେଁ। କାରଣ ଏହି ଦିନରେ ଶନିଦେବଙ୍କୁ ତେଲ ଚଢ଼ା ଯାଇଥାଏ।
କୌଣସି ଅନ୍ୟ ବ୍ୟକ୍ତିଙ୍କ ଠାରୁ ଭୁଲରେ ବି ଜୋତା ବା ଚପଲ ନେବା ଉଚିତ ନୁହେଁ। ଏହାଦ୍ବାରା ମଧ୍ୟ ଶନିଙ୍କର ଖରାପ ପ୍ରଭାବ ପଡିଥାଏ।

ଯେଉଁ ବ୍ୟକ୍ତ ନିଜ ଘରକୁ ଆସିଥିବା ବ୍ରାହ୍ମଣ କିମ୍ବା ଗରିବ ବ୍ୟକ୍ତିଙ୍କୁ କୌଣସି ଦାନ ନ କରି ଫେରାଇ ଦିଅନ୍ତି ତେବେ ଶନିଦେବ ତାଙ୍କର ଜାତକରେ ଅଶୁଭ ପ୍ରଭାବ ପକାଇଥାନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button