ସ୍ୱାସ୍ଥ୍ୟ

ସକାଳୁ ପିଅନ୍ତୁ ହଳଦୀ ଚା , ଅନେକ ରୋଗକୁ କରିବ ଛୁମନ୍ତର୍

ସାଧାରଣତଃ ସମସ୍ତେ ଚା ପିଇ ଦିନର ଆରମ୍ଭ କରିବାକୁ ପସନ୍ଦ କରିଥାନ୍ତି। ଗୋଟିଏ କପ୍ ଚା ଆପଣଙ୍କୁ ସତେଜ ଏବଂ ଉତଫୁଲ୍ଲିତ ଅନୁଭବ କରାଇଥାଏ । ଯଦି ଚା ପିଇବା ସହ କିଛି ସ୍ବାସ୍ଥ୍ୟାଗତ ଲାଭ ଆପଣଙ୍କୁ ମିଳିଯାଏ ତାହାଲେ କଣ କହିବେ। । ଆଜ୍ଞା ହଁ, ଚା ରେ ରହିଥିବା ଆଣ୍ଟି-ଅକ୍ସିଡ଼େଣ୍ଟ ଗୁଣ ଶରୀରରେ ଓଜନ ନିୟନ୍ତ୍ରିତ ରଖିବାରେ ସହାୟକ ହୋଇଥାଏ। କିନ୍ତୁ ଏଥିରେ ଚିନି ଏବଂ କ୍ଷୀର ମିଶାଇଲେ ତାହା ଶରୀର ପାଇଁ ଲାଭ ବଦଳରେ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଏଣୁ ଶରୀର ପାଇଁ ଲାଭକାରୀ ହୋଇଥାଏ ହଳଦୀ ଚା । ଏହାର ସେବନ ଶରୀରରେ ଉର୍ଜା ସୃଷ୍ଟି କରିଥାଏ । ଆଜି ଆମେ ଆପଣଙ୍କୁ ହଳଦୀ ଚାର ପ୍ରସ୍ତୁତି ଏବଂ ଲାଭ ବିଷୟରେ କହିବାକୁ ଯାଉଛୁ।

Turmeric-Tea

ଚାର ପ୍ରସ୍ତୁତି କରିବେ

ଏକ ପାତ୍ରରେ ପାଣି ନେଇ ଅଦା, ହଳଦୀ ଗୋଲ ମରିଚକୁ ପକାଇଦିଅନ୍ତୁ। ଏହାକୁ ୫ ରୁ ୧୦ ମିନିଟ୍ ଫୁଟାଇ ଦିଅନ୍ତୁ। ପରେ ଏହାକୁ ଛାଣି ସେବନ କରନ୍ତୁ। ଆସନ୍ତୁ ଜାଣିବା ଏହାର ଫାଇଦା ।

କଣ ରହିଛି ଫାଇଦା :

-ସମସ୍ତେ ନିଜକୁ ଫିଟ୍ ରଖିବା ପାଇଁ ବ୍ୟାୟାମ୍ କରିବା ସହିତ ଉତ୍ତମ ଖାଦ୍ୟ ଖାଇଥାନ୍ତି। ଅନେକ ନିଜକୁ ନିରୋଗ ରଖିବା ପାଇଁ ଲୋକମାନେ ସପ୍ଲିମେଣ୍ଟସ୍ ସେବନ କରିଥାନ୍ତି। ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ହଳଦୀ ଚା ସେବନ କରନ୍ତୁ। ଦେଖିବେ ଖୁବ ଶୀଘ୍ର ଓଜନ କମ ହୋଇଯିବ।

Turmeric-Tea 4

– ମେଟୋବାଲିକ୍ ସିନ୍ଡ଼୍ରୋମ୍ ଓଜନ ବଢାଇଥାଏ।ଏହାବଢିବାଦ୍ବାରା ଶରୀରରେ ଚର୍ବି ବଢିଥାଏ।ହଳଦୀ ଚା ପିଇବା ଦ୍ବାରା ସିଡ଼୍ରୋମ୍ ରୋକିବା ସହ କୋଲୋଷ୍ଟଲ୍ କୁ କଣ୍ଟ୍ରୋଲ୍ ରେ ରଖିଥାଏ।

-ହଳଦୀ ଚାର ସେବନ ହଜମ ପ୍ରକ୍ରିୟା ଠିକ୍ କରିଥାଏ। ଏହା ଦ୍ବାରା ପେଟରୋଗ ମଧ୍ୟ ଦୂର ହୋଇଥାଏ। ଥଣ୍ଡାହେଲେ କାଶକୁ ମଧ୍ୟ ଚୁଟକିରେ ଦୂର କରିଥାଏ ହଳଦୀ ଚା ।

-ହଳଦି ଏବଂ ଗୋଲମରିଚ ମିଶାଇ ପିଇଲେ ଇମ୍ୟୁନିଟି ଷ୍ଟ୍ରଙ୍ଗ ହୋଇଥାଏ। ହଳଦୀରେ ରହିଥିବା ଆଣ୍ଟିଅକ୍ସିଡେଣ୍ଟ ଗୁଣ ଶରୀରକୁ ଅନେକ ରୋଗରୁ ରକ୍ଷା କରିବା ସହ ଆଣ୍ଠୁ,ଗଣ୍ଠି ଜନିତ ସମସ୍ୟାର ମଧ୍ୟ ସମାଧାନ କରିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button