ଜ୍ୟୋତିଷ

ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣଙ୍କ ଘର ପାଖରେ ରହିଛି କି ଏହି ସବୁ ଜିନିଷ ? ସାବଧାନ ପ୍ରତିକାର ନକେଲେ ନଷ୍ଟ ହୋଇଯିବ ଘରର ସୁଖ-ଶାନ୍ତି

ବାସ୍ତୁ ଶାସ୍ତ୍ର ଅନୁଯାଇ ଘରର ଅବସ୍ଥିତି ଏବଂ ଏହା ଭିତରେ ଥିବା ବସ୍ତୁ ଗୁଡ଼ିକ ଘରର ସୁଖ ଶାନ୍ତି ଏବଂ ପରିବେଶ ଉପରେ ପ୍ରଭାବ ପକାଉଥିବା ସମସ୍ତେ ଜାଣିଛନ୍ତି। କିନ୍ତୁ, କଣ ଆପଣ ଜାଣନ୍ତି କି ଘର ଆଖପାଖରେ ଥିବା ବସ୍ତୁ ଏବଂ ପରିବେଶ ମଧ୍ୟ ଆପଣଙ୍କ ଘର ଉପରେ ପ୍ରଭାବ ପକାଇଥାଏ। ବାସ୍ତୁ ଶାସ୍ତ୍ର ଅନୁଯାଇ ଘରର ୫୦ ମିଟର ଭିତରେ ଏଭଳି କିଛି ଜିନିଷ ରହିଲେ ଏହା ଘର ଉପରେ ଅନେକ ପ୍ରକାରର କୁପ୍ରଭାବ ପକାଇଥାଏ। ତେବେ, ଆସନ୍ତୁ ଜାଣିବା ଏହିପରି କିଛି ଜିନିଷ ଗୁଡିକ ବିଷୟରେ ଯାହା ଘର ଆଖପାଖରେ ରହିଲେ ମଣିଷର ଉନ୍ନତି ପଥରେ ବାଧା ସୃଷ୍ଟି କରିଥାଏ:-

୧. ଘର ଆଖପାଖରେ ମଦ ଦୋକାନ, ହୁକ୍କାବାର ଏବଂ ଜୁଆ ଆଡ୍ଡା ରହିବା ଉଚିତ ନୁହେଁ। ଏଠାକୁ ଅପରାଧିକ ଏବଂ ଖଳ ପ୍ରବୃତ୍ତିର ଲୋକେ ଆସୁଥିବାରୁ ଏହା ଆପଣଙ୍କ ଘର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ।

୨. ଘର ପାଖରେ ମାଂସ ଏବଂ ମାଛ ଦୋକାନ ରହିବା ଉଚିତ ନୁହେଁ। ଏହା ପୁରା ପରିବାର ଉପରେ ଖରାପ ପ୍ରଭାବ ପକାଇଥାଏ।

୩. ଘର ପାଖରେ ଗ୍ୟାରେଜ୍, ଫ୍ୟାକ୍ଟ୍ରି, କୌଣସି କାରଖାନା ଆଦି ରହିବା ଉଚିତ ନୁହେଁ। ଏଠାରୁ ଆସୁଥିବା ଶବ୍ଦ ପରିବାର ଲୋକଙ୍କର ଶାନ୍ତି ଭଙ୍ଗ କରିଥାଏ।

୪. ସେହିପରି ଘର ପାଖରେ ଡ୍ୟାନ୍ସ ଓ ମ୍ୟୁଜିକ୍ ଶିଖା ଯାଉଥିବା ଅନୁଷ୍ଠାନ ଗୁଡିକ ରହିଲେ ଏହା ଘରର ବୟସ୍କ ଲୋକଙ୍କ ଉପରେ ପ୍ରଭାବ ପକାଇଥାଏ।

୫. ଘରର ଠିକ ସାମ୍ନାରେ କୌଣସି ପ୍ରକାରର କଣ୍ଟା ଗଛ କିମ୍ବା ଇଲେକ୍ଟ୍ରିକ୍ ପୋଲ୍ ରହିଥିଲେ ଏହା ଅପଣଙ୍କ ଉନ୍ନତିରେ ବାଧକ ସୃଷ୍ଟି କରିଥାଏ।

୬. ଯଦି ଆପଣ କୌଣସି ମନ୍ଦିର ପାଖରେ ଘର ତୋଳିବାକୁ ଯାଉଛନ୍ତି। ତେବେ, ଘର ଉପରେ ଯେପରି ମନ୍ଦିରର ଛାୟା ନ ପଡିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button