ରାଜ୍ୟ

କଦଳୀ ଚିପ୍ସ ତ ଖାଇଥିବେ, ଏବେ ଘରେ ପ୍ରସ୍ତୁତ କରନ୍ତୁ କଦଳୀରେ ପ୍ରସ୍ତୁତ ସୁଆଦିଆ ପୁରି

କଞ୍ଚା କଦଳୀ ଆମ ସ୍ବାସ୍ଥ୍ୟକୁ ବହୁତପ୍ରକାରର ଫାଇଦା ଦେଇଥାଏ। ଆଜି ପର୍ଯ୍ୟନ୍ତ ଆପଣ କଞ୍ଚା କଦଳୀର ଚିପ୍ସ, ପକୋଡି ଏବଂ ତରକାରୀ ଖାଇଛନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ କଦଳୀରୁ ପ୍ରସ୍ତୁତ ହେଉଥିବା ଏକ ନୁଆ ରେସିପି।

ପ୍ରାୟ ସମସ୍ତଙ୍କୁ ପୁରି-ତରକାରି ଖାଇବା ବହୁତ ପସନ୍ଦ ହୋଇଥାଏ। କିନ୍ତୁ କଣ ଆପଣ କେବେ କଦଳୀରେ ପ୍ରସ୍ତୁତ ପୁରି ଖାଇଛନ୍ତି। ଯଦି ଖାଇ ନାହାନ୍ତି ତେବେ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ କଦଳୀରେ ପ୍ରସ୍ତୁତ କିଛି ବିଶେଷ ପ୍ରକାରର ପୁରି। ଏହି ପୁରିକୁ ପ୍ରସ୍ତୁତ କରିବା ବହୁତ ସହଜ ଆପଣଙ୍କ ପାଇଁ କାରଣ ଏହାକୁ ଆପଣ ସହଜରେ ଘରେ ପ୍ରସ୍ତୁତ କରିପାରିବେ।

ଆବଶ୍ୟକୀୟ ସାମଗ୍ରୀ

ଅଟା – ୧/୨ କିଲୋ

କଞ୍ଚା କଦଳୀ – ୫ଟି

ଧନିଆ ପତ୍ର – ୧/୨ ଟେବୁଲ ଚାମଚ

କଞ୍ଚା ଲଙ୍କା – ୩ଟି

ହଳଦି – ୧/୨ ଟେବୁଲ ଚାମଚ

ଜୁଆଣି – ୧/୨ ଟେବୁଲ ଚାମଚ

ଲୁଣ – ସ୍ବାଦଅନୁସାରେ

ତେଲ – ସାମଗ୍ରୀ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ

bananaa

ଗୋଟିଏ ପ୍ରେସର କୁକର ନିଅନ୍ତୁ, ସେଥିରେ କଞ୍ଚା କଦଳୀ ରଖନ୍ତୁ। ପରେ ସେଥିରେ ଆବଶ୍ୟକଅନୁସାରେ ପାଣି ମିଶାଇ ତାହାକୁ ସିଝାଇବା ପାଇଁ ଛାଡି ଦିଅନ୍ତୁ। କୁକୁରରେ ଦୁଇଟି ସିଟି ଆସିବା ପରେ କୁକୁରକୁ ବନ୍ଦ କରିଦିଅନ୍ତୁ। ଏବେ କଦଳୀକୁ କୁକୁରରୁ ବାହାର କରନ୍ତୁ ଏବଂ ପରିଷ୍କାର କରି ଦିଅନ୍ତୁ। କଦଳୀକୁ ସଫା କରିବା ପରେ ଭଲଭାବେ ଚକଟି ଦିଅନ୍ତୁ। କଦଳୀର ମଝି ଅଂଶକୁ ହଟାଇ ଦିଅନ୍ତୁ । ଧନିଆ ପତ୍ର ଏବଂ କଞ୍ଚା ଲଙ୍କାକୁ ଛୋଟ ଛୋଟ କାଟି ଦିଅନ୍ତୁ।

ବର୍ତ୍ତମାନ ଏକ ପାତ୍ରରେ ଅଟା ବାହାର କରନ୍ତୁ। ଏଥିରେ ତେଳ, ଚକଟି ଥିବା କଦଳୀ, ଧନିଆ ପତ୍ର, କଞ୍ଚା ଲଙ୍କା, ସବୁଜ ଲଙ୍କା, ଲାଲ ଲଙ୍କା ପାଉଡର, ହଳଦି ପାଉଡର ଏବଂ ଜୁଆଣି ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଏହି ମିଶ୍ରଣରେ ଆବଶ୍ୟକ ଅନୁସାରେ ପାଣି ମିଶାଇ ଚକଟି ଦିଅନ୍ତୁ। ଧ୍ୟାନ ରଖନ୍ତୁ ଯେପରି ପାଣି ଅଧିକ ନ ହୋଇଯାଏ। ଏବେ ଅଟାର ଗୋଲା ପ୍ରସ୍ତୁତ କରିଦିଅନ୍ତୁ। ଏବେ ସେହି ଗୋଲାକୁ ବେଲି ଦିଅନ୍ତୁ। କଡାରେ ତେଲ ଗରମ କରି ସେଥିରେ ଏହି ବେଲା ହୋଇଥିବା ପୁରିକୁ ଛାଣନ୍ତୁ ଏହା ହୋଇଗଲା ପରେ ପ୍ଲେଟକୁ କାଢ଼ି ଦିଅନ୍ତୁ। ଏବେ ଆପଣଙ୍କର ଗରମ ଗରମ କଦଳୀ ପ୍ରସ୍ତୁତ ହୋଇସାରିଛି। ଆପଣ ଏହାକୁ କୌଣସି ତରକାରି ସହିତ କିମ୍ବା ଚଟଣୀ ସହିତ ଖାଇପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button