ଜ୍ୟୋତିଷ

ଏହି ୩ଟି ଜିନିଷର କରନ୍ତୁ ନାହିଁ ଅପମାନ, ନଚେତ ଶେଷ ହୋଇଯିବ ଆପଣଙ୍କର ସମସ୍ତ ପୁଣ୍ୟ

ନାରଦ ପୁରାଣ ଏବଂ ଧର୍ମ ଶାସ୍ତ୍ରରେ ଏପରି କିଛି କାମର ବର୍ଣ୍ଣନା କରାଯାଇଛି ଯାହା ମନୁଷ୍ୟ ଦ୍ବାରା କରାଯାଇଥିବା ସବୁ ପୁଣ୍ୟକର୍ମର ଫଳ ଏକ କ୍ଷଣରେ ସମାପ୍ତ ହୋଇଯାଇଥାଏ।

ଗାଈର ଅସମ୍ମାନ

ଏହି ପ୍ରାକୃତିକ ସଂରଞ୍ଚନାରେ ଗାଈଙ୍କୁ କେବଳ ମନୁଷ୍ୟ ନୁହେଁ ଦେବତାମାନେ ମଧ୍ୟ ଉପଯୁକ୍ତ ଧାର୍ଯ୍ୟ ଦେଇଥାନ୍ତି। ପୁରାଣରେ ଗାଈଙ୍କୁ ନନ୍ଦା, ସୁନନ୍ଦା, ସୁରଭି, ସୁଶୀଲା ଏବଂ ସୁମନ କୁହାଯାଇଥାଏ। ଗାଈଙ୍କୁ କାମଧେନୁ ତଥା ଗୋ-ମାତା ମଧ୍ୟ କୁହାଯାଇଥାଏ। ଗୋ-ମାତା ମଣିଷକୁ କ୍ଷୀର, ଦହି, ଘିଅ, ଗୋବର-ଗୋମୂତ୍ର ରୂପରେ ପଞ୍ଚଗାବ୍ୟ ପ୍ରଦାନ କରିଥାନ୍ତି। ପଞ୍ଚଭୂତରୁ ହିଁ ସୃଷ୍ଟିର ସଂରଞ୍ଚନା ହୋଇଛି। ଏହି ବ୍ରହ୍ମାଣ୍ଡ ପୃଥିବୀ, ଜଳ, ଅଗ୍ନି, ବାୟୁ, ଆକାଶ ରୂପରେ ପାଞ୍ଚଟି ତତ୍ତ୍ବରେ ଗଢା। ଏହି ପାଞ୍ଚ ତତ୍ତ୍ବର ପୋଷଣ ଏବଂ ଏହାର ସୋଧନ ଗୋବଂଶରୁ ପ୍ରାପ୍ତ ପଞ୍ଚ ତତ୍ତ୍ବରୁ ହୋଇଥାଏ।

cowଏହି କାରଣରୁ ଗୋ-ମାତାଙ୍କୁ ପଞ୍ଚଭୂତର ମା କୁହାଯାଇଥାଏ। ଦେବୀୟ ପୁରାଣ ଏବଂ ହିନ୍ଦୁ ଧର୍ମର ସବୁଶାସ୍ତ୍ରରେ ଗୋ-ମାତାଙ୍କର ଅପମାନ କରିବା ଘୋର ଅପରାଧ ହୋଇଥାଏ। ଈଶ୍ବରଙ୍କ ଦୃଷ୍ଟିରେ ଗୋ-ମାତାଙ୍କୁ ଅପମାନ କରୁଥିବା ମଣିଷ ଜୀବନରେ କୌଣସି ପ୍ରାୟଶ୍ଚିତ ନଥାଏ। ପୁଣ୍ୟତୀର୍ଥ ଦର୍ଶନ କରିବା ବା ଯଜ୍ଞ କରିବା ଦ୍ବାରା ଯେଉଁ ସବୁ ପୁଣ୍ଯଫଳ ପ୍ରାପ୍ତ ହୋଇଥାଏ ତାହା କେବଳ ଗୋ-ମାତାଙ୍କର ସେବା କରିବା ଦ୍ବାରା ପ୍ରାପ୍ତ ହୋଇଥାଏ।

ତୁଳସୀର ଅପମାନ କରିବା

ବିଷ୍ଣୁ ପୁରାଣ ଏବଂ ହିନ୍ଦୁ ଧର୍ମର ସବୁ ଗ୍ରନ୍ଥରେ ତୁଳସିର ଅପମାନ ସ୍ବୟଂ ଭଗବାନ ମଧ୍ୟ ସହନ କରିପାରନ୍ତି ନାହିଁ। ତୁଳସିର ସବୁଠାରୁ ବଡ଼ ଅପମାନ ହେଉଛି ଘରେ ତୁଳସି ଗଛ ଥାଇ ମଧ୍ୟ ତାହାର ପୂଜା ନକରିବା। କୁହାଯାଇଥାଏ ଯେଉଁ ଘରେ ତୁଳସି ଗଛ ରହିଥାଏ ସେହି ସ୍ଥାନ ଦେବତାଙ୍କ ଦୃଷ୍ଟିରେ ପୂଜନୀୟ ସ୍ଥାନ ହୋଇଥାଏ ଏବଂ ସେହି ଘରେ କେବେବି କୌଣସି ପ୍ରକାର ରୋଗ ହୋଇନଥାଏ। ଧାର୍ମିକ କାର୍ଯ୍ଯରେ ପୂଜା କରାଯାଉଥିବା ତୁଳସୀ, ବିଜ୍ଞାନ ଦୃଷ୍ଟିରେ ଏହା ଏକ ଲାଭକାରୀ ଔଷଧ।

tulasi୧. ତୁଳସୀ ଗଛ ଘରେ ଏବଂ ମନ୍ଦିର ବାହାରେ ଲଗାଯାଇଥାଏ। ଏହାର ପତ୍ରକୁ ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରାଯାଇଥାଏ। ଏହା ଭଗବାନ ଗଣେଷ ଏବଂ ଶିବଙ୍କ ପୂଜାରେ ବ୍ୟବହାର କରାଯାଇନଥାଏ।

୨. ତୁଳସି ଗଛରେ ପ୍ରତ୍ୟେକ ଦିନ ପାଣି ଦେବା ଦ୍ବାରା ଆୟୁଷ ବୃଦ୍ଧି ହୋଇଥାଏ।

୩. ଶାସ୍ତ୍ରମତ ଅନୁସାରେ ତୁଳସୀ ଗଛର ପତ୍ର ଏକାଦଶୀ, ରବିବାର ଏବଂ ସୂର୍ଯ୍ୟ ଗ୍ରହଣ ବା ଚନ୍ଦ୍ର ଗ୍ରହଣ ଦିନ ଛିଡ଼ାଇବା ଅନୁଚିତ।

୪. କୌଣସି ଆବଶ୍ୟକ ନଥାଇ ତୁଳସୀ ଗଛର ପତ୍ର ଛିଡ଼ାଇବା ଅନୁଚିତ, ଏହା କରିବା ଦ୍ବାରା ଦୋଷ ଲାଗିଥାଏ।

ଗଙ୍ଗାଜଳର ଅପମାନ କରିବା

gangajalଗଙ୍ଗାର ଅବତରଣ ସ୍ବର୍ଗରୁ ସିଧା ପୃଥିବୀକୁ ହୋଇଥିଲା। ହିନ୍ଦୁ ଧର୍ମରେ ଗଙ୍ଗା ନଦୀକୁ ମା ର ଧାର୍ଯ୍ୟ ପ୍ରାପ୍ତ ହୋଇଛି। ବିଷ୍ଣୁ ପୁରାଣ ଏବଂ ଶିବ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ଗଙ୍ଗାମାତାଙ୍କର ଅସମ୍ମାନ କରନ୍ତି ତାଙ୍କ ଦ୍ବାରା କରାଯାଇଥିବା ସମସ୍ତ ପୁଣ୍ୟକର୍ମ ଏକ କ୍ଷଣରେ ସମାପ୍ତ ହୋଇଯାଇଥାଏ। ଅନେକ ଧାର୍ମିକ ଅନୁଷ୍ଠାନରେ ମଧ୍ୟ ଗଙ୍ଗାଜଳ ବ୍ୟବହାର କରାଯାଇଥାଏ। ଯଦି ଆପଣ ନିଜ ଘରେ ଗଙ୍ଗାଜଳ ରଖିଛନ୍ତି ତେବେ ଏହି ସବୁ କଥାରେ ନିଶ୍ଚିନ୍ତ ଧ୍ୟାନ ରଖନ୍ତୁ।

୧. ଗଙ୍ଗାଜଳ ରଖିଥିବା ଘରେ ଆମିଷ ସେବନ କରନ୍ତୁ ନାହିଁ। ଏହା କରିବା ଦ୍ବାରା ଗୃହଦୋଷ ଲାଗିଥାଏ।

୨. ଗଙ୍ଗାଜଳକୁ କେବେବି ପ୍ଲାଷ୍ଟକ୍ ବୋତଲ ରଖନ୍ତୁ ନାହିଁ। ପ୍ଲାଷ୍ଟିକ୍ ପାତ୍ରରେ ରଖାଯାଇଥିବା ଗଙ୍ଗାଜଳ ପୂଜା କାର‌୍ୟ୍ୟରେ ଅଶୁଦ୍ର ହୋଇଥାଏ। ଗଙ୍ଗାଜଳକୁ ତମ୍ବା, ଚାନ୍ଦୀ ବା ଅନ୍ୟ କୌଣସି ଧାତୁ ପାତ୍ରରେ ରଖାଯିବା ଉଚିତ।

୩. ଘରକୁ ଖରାପ ଶକ୍ତି, ନଜର ଲାଗିବା ଭଳି ନକରାତ୍ମକ ଶକ୍ତିରୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ଦିନ ଘରର ଚାରି ପାଖରେ ଗଙ୍ଗାଜଳ ଛିଞ୍ଛନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button