ସ୍ୱାସ୍ଥ୍ୟ
ଆପଣ ଖାଉଛନ୍ତି କି ଆର୍ଟିଫିସିଆଲ୍ ଚିନି , ତେବେ ହୋଇ ଯାଆନ୍ତୁ ସାବଧାନ !

ଆଜିକାଲି ମଧୁମେୟ ହେଉ କିମ୍ବା ମୋଟାପଣ ସବୁଥି ପାଇଁ ଚିନି ଖାଇବା ଏକ ବିଷ ସ୍ବରୂପ ହୋଇଗଲାଣି । ଯାହାଫଳରେ ଲୋକେ ଆର୍ଟିଫିସିଆଲ ଚିନିର ବହୂଳ ବ୍ଯବହାର କରୁଛନ୍ତି । କିନ୍ତୁ ଏହା ଶରୀର ପାଇଁ ବହୁତ ଲାଭଦାୟକ ନୁହେଁ । ନିକଟରେ କରାଯାଇଥିବା ଏକ ଅଧ୍ଯୟନରୁ ଜଣାପଡିଛି କି ଡାଏଟ୍ କୋକ୍ ଏବଂ ସଫ୍ଟ ଡ୍ରିଙ୍କରେ ଚିନି ବଦଳରେ ଅନ୍ଯ ଆର୍ଟିଫିସିଆଲ ମିଠା ବ୍ଯବହାର କରାଯାଉଛି । ଯାହା ଓଜନ କମାଇବା କିମ୍ବା ଶରୀରରେ ଅନ୍ଯ କୌଣସି ଭଲ ପ୍ରଭାବ ପକାଇନଥାଏ ।
ବ୍ରିଟିଶ୍ ମେଡିକାଲ୍ ଜର୍ନଲରେ ପ୍ରକାଶିତ ଏହି ଅଧ୍ଯୟନ ୟୁନିଭର୍ସସିଟି ଅଫ୍ ଫ୍ରିବର୍ଗ ଦ୍ବାରା କରାଯାଇଥିଲା । ଏହି ଅଧ୍ଯୟନ ପାଇଁ ଅଲଗା ଅଲଗା ସୁଇଟନର୍ ର ଅଧ୍ଯୟନ କରାଯାଇଥିଲା ଯାହାର ଖରାପ ପ୍ରଭାବ ଯେମିତିକି ଶରୀରରେ ସୁଗାର ନିୟନ୍ତ୍ରଣ ନହେବା, ଓଜନ ନକମିବା , କ୍ଯାନସର, କିଡନି ସମ୍ବନ୍ଧୀୟ ରୋଗ ଆଦି ହେବାର ଆଶଙ୍କା ସୃଷ୍ଟି କରୁଛି ।



