ସ୍ୱାସ୍ଥ୍ୟ

ଗ୍ୟାସ୍‌ ରୋଗୀ କ’ଣ ଖାଇବେ, କ’ଣ ନାହିଁ ?

ଆଜି ଆମେ ଆପଣଙ୍କ ପାଇଁ ପୁଣି ଥରେ ନେଇ ଆସିଛୁ, ଆଉ ଏକ ହେଲଦ ଟିପ୍ସ । ଆଜି ଆମ ସହ ଅଛନ୍ତି ଡାକ୍ତର ସୁଶ୍ରୀ ତପସ୍ଵିନୀ ଦାସ । ସେ ଆଜି ଆମକୁ ବିସ୍ତାର ରୂପରେ ଗ୍ଯାଷ୍ଟିକ ର କାରଣ, ଲକ୍ଷଣ ଓ ଏହାର ପ୍ରତିକାର ବିଷୟରେ କହିବେ । ବନ୍ଧୁଗଣ ଗ୍ୟାଷ୍ଟିକ ଏକ ଏଭଳି ସମସ୍ଯା ଯାହାକି ଆଜି କାଲି ପ୍ରାୟତଃ ସମସ୍ତଙ୍କ ଠାରେ ଦେଖିବାକୁ ମିଳୁଛି । ଅଧିକ ସମୟ ଧରି ନ ଖାଇବା ଓ ତାହାଛଡା ପାଣି କମ ପିଇବା କାରଣରୁ ଗ୍ୟାଷ୍ଟିକ ଜନିତ ସମସ୍ଯା ମାନ ଦେଖା ଦେଇଥାଏ ।

 

ବନ୍ଧୁଗଣ ଆଜିକାଲି ପ୍ରାୟତଃ ଝିଅ ମାନେ ନିଜର ବଢୁଥିବା ଓଜନ ପାଇଁ ଚିନ୍ତିତ ହୋଇ ଅଧିକ ସମୟ ଧରି ଉପବାସ ରେ ରହି ଯାଇଥା’ନ୍ତି । ଖାଇବେନି ଖାଇବେନି ଏକା ସହ ଅତ୍ଯାଧିକ ମାତ୍ରରେ ଖାଇଦବା, ଏହିଭଳି କାରଣରୁ ସେମାନଙ୍କର ଗ୍ୟାଷ୍ଟିକ ଜନିତ ସମସ୍ଯା ସୃଷ୍ଟି ହୋଇଥାଏ ।

ବନ୍ଧୁଗଣ ଆମ ପେଟ ରେ ଏକ ହାଇଡ୍ରୋ କ୍ଲୋରିକ ଏସିଡ ଥାଏ । ଯାହା କାରଣ ରୁ ଆମକୁ ପ୍ରତି ୪ ଘଣ୍ଟାରେ କିଛି ଖାଦ୍ୟ ଖାଇବାକୁ ହୋଇଥାଏ । ତାହାସହ ପ୍ରତି ଘଣ୍ଟାକୁ ଥରେ ପାଣି ମଧ୍ୟ ପିଇବା ଉଚିତ୍ । ଏହାଦ୍ବାରା ଗ୍ୟାଷ୍ଟିକ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିନଥାଏ ।

 

ବନ୍ଧୁଗଣ ତାହାସହ ପ୍ରତିଦିନ ରାତିରେ ଠିକ ଭାବରେ ଶୋଇବା ମଧ୍ୟ ଆବଶ୍ୟକ । ଯାହାଦ୍ୱାରା କି ଖାଇଥିବା ଖାଦ୍ଯ ଠିକ ଭାବରେ ହଜମ ହୋଇ ଯାଇଥାଏ । ବନ୍ଧୁଗଣ ରାତିରେ ଠିକ ଭାବରେ ନ ଶୋଇବାଦ୍ବାରା ଆଖିତଳ ରେ କଳା ଦାଗ ଆସିବା । କେଶ ଝଡିବା, ସମସ୍ୟା ଗ୍ୟାଷ୍ଟିକ ତାହା ସହ ଆହୁରି ଭିନ୍ନ ଭିନ୍ନ ରୋଗ ସମସ୍ଯା ମାନ ଦେଖା ଦେଇଥାଏ ।

ବନ୍ଧୁଗଣ ସକାଳେ ଉଠିବା ମାତ୍ରେ କେବେ ହେଲେ ଅଧିକ ତେଲ ମସଲା ଯୁକ୍ତ ଖାଦ୍ଯ ବା ଏପରି କୌଣସି ଖାଦ୍ଯ ଯାହା ଶରୀର ପକ୍ଷେ ହେବି ଥିବା ସେହି ପରି ଖାଦ୍ଯ କୁ ଖାଇବା ଉଚିତ ହୋଇ ନଥାଏ । ନଚେତ୍ ଆପଣ ଗ୍ୟାଷ୍ଟିକ ଜନିତ ସମସ୍ଯା ଦେଖାଦେଇପାରେ । ଆପଣ ଚାହିଁଲେ ସକାଳେ ସାଗୁ, ଛତୁଆ, ଓଟ୍ସ, ଅଟା ଚକୁଳି କିମ୍ବା ମଇଦା ଚକୁଳି, ଚୂଡା, ଦହି, ରୁଟି, ପାଉଁରୁଟି, ଅମଲେଟ, ଇଟିଲି, କୌଣସି ଫଳ ରସ କିମ୍ବା କିଛି ଫଳ ମଧ୍ୟ ଖାଇ ପାରିବେ ।

 

ତାହା ସହ ଆପ ଗଜା ମୁଗ କୁ ରାତିରେ ଭିଜାଇ ସକାଳେ ଏହାକୁ ଚୋବାଇ ଖାଇ ପାରିବେ । ତାହାସହ ପାଣି ଠିକ ଭାବରେ ପ୍ରତି ଘଣ୍ଟା କୁ ଘଣ୍ଟା ପିଇବା ଦ୍ଵାରା କୌଣସି ଗ୍ୟାଷ୍ଟିକ ଜନିତ ସମସ୍ୟା ଦେଖା ଦିଏ ନାହିଁ  । ବନ୍ଧୁଗଣ ଠିକ ସମୟରେ ଖାଦ୍ୟ ଖାଇବା ସହ ପ୍ରତି ୪ ଘଣ୍ଟାରେ କିଛି ଖାଇବା ଉଚିତ୍ । ଏହାଛଡ଼ା ଅତ୍ଯାଧିକ ମାତ୍ରରେ ମଧ୍ୟ ଖାଇବା ଅନୁଚିତ୍ । ବନ୍ଧୁଗଣ ଅତ୍ୟଧିକ ମାନସିକ ଚିନ୍ତା ମଧ୍ୟ ଗ୍ୟାଷ୍ଟିକ ର କାରଣ ହୋଇପାରେ ।

Related Articles

Leave a Reply

Your email address will not be published. Required fields are marked *

Back to top button