ଦେଶ- ବିଦେଶ

ଆପଣ ମଧ୍ୟ ଓଷା ଏବଂ ବ୍ରତରେ ଉପବାସ କରୁଛନ୍ତି କି ? ତେବେ ଜାଣି ରଖନ୍ତୁ ଏହାର ଫାଇଦା

ଉପବାସ ରହିବା ଦ୍ୱାରା ଶରୀରରେ ଥିବା ଅତିରିକ୍ତ ଫ୍ୟାଟ୍ ଉର୍ଜାରେ ପରିବର୍ତ୍ତନ ହୁଏ। ଜଣେ ବ୍ୟକ୍ତି କିଛି ଘଣ୍ଟା ଉପବାସ ରହିବା ଦ୍ୱାରା ଶରୀରର ଓଜନ କମ୍ ହୋଇଥାଏ। ଏବେ ଅନେକ କ୍ରୀଡାବୀତ୍ ଏହି ପ୍ରକ୍ରିୟା ଦ୍ୱାରା ଶରୀରର ଓଜନ ହ୍ରାସ କରୁଛନ୍ତି।

ଆୟୁଷ ବୃଦ୍ଧି ପାଇଥାଏ

ଆପଣଙ୍କୁ ବିଶ୍ୱାସ ହୋଇ ନ ପାରେ, କିନ୍ତୁ ଏକ ଗବେଷଣାରୁ ଏହା ପ୍ରମାଣିତ ହୋଇଛି ଯେ ଉପବାସ ରହିବା ଦ୍ୱାରା ବ୍ୟକ୍ତିଙ୍କ ଆୟୁଷ ଦୀର୍ଘ ହୋଇଥାଏ। ଏହି ଗବେଷଣା ଅନୁସାରେ, ଲୋକଙ୍କ ଆୟୁଷ ସେମାନଙ୍କ କମ୍ କିମ୍ୱା ଅଧିକ ଖାଇବା ଉପରେ ନିର୍ଭର କରିଥାଏ। ଉପବାସ ଦ୍ୱାରା ମେଟାବଲିଜିମ୍ କମ୍ ହୋଇଥାଏ। ଏହାଦ୍ୱାରା ବୟସ ବଢ଼ିବା ପରର ସମସ୍ୟା ଶୀଘ୍ର ଅନୁଭୂତ ହୋଇ ନ ଥାଏ ଏବଂ ସ୍ୱାସ୍ଥ୍ୟ ଭଲ ରହିଥାଏ।

ମସ୍ତିଷ୍କର କାର୍ଯ୍ୟ କରିବା କ୍ଷମତା ବଢ଼େ

ଉପବାସ ରହିବା ଦ୍ୱାରା ମସ୍ତିଷ୍କର କାର୍ଯ୍ୟ କରିବା କ୍ଷମତା ବୃଦ୍ଧି ପାଇଥାଏ। ଉପବାସ ଦ୍ୱାରା ମସ୍ତିଷ୍କରୁ ‘ଡିରାଇଡ୍ ନ୍ୟୁରୋଟ୍ରୋଫିକ୍ ଫ୍ୟାକ୍ଟର’ ନାମକ ପ୍ରୋଟିନ୍ ବାହାରିଥାଏ। ଏହି ପ୍ରୋଟିନ୍ ମସ୍ତିଷ୍କ ଓ ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ। ଏହି ପ୍ରୋଟିନ୍ ମସ୍ତିଷ୍କ ଜନିତ ଅନେକ ରୋଗରୁ ମଧ୍ୟ ସୁରକ୍ଷା ଦେଇଥାଏ।

ତ୍ୱଚାରୁ ବ୍ରଣ ଦୂର କରିଥାଏ

ଉପବାସ ରହିବା ଦ୍ୱାରା ତ୍ୱଚାରୁ ବ୍ରଣ ସମସ୍ୟା ଦୂର ହୋଇଥାଏ। କାରଣ ଉପବାସ ଦ୍ୱାରା ଶରୀରରୁ ଅନେକ ଟକ୍ସିନ୍ ବାହାରି ଯାଇଥାଏ। ଏହା ସହ ଅନ୍ୟ ଅଙ୍ଗଗୁଡ଼ିକର ଶାରୀରିକ ସଞ୍ଚାଳନ ମଧ୍ୟ ଠିକ୍ ରହିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button