ସ୍ୱାସ୍ଥ୍ୟ

ଏହି ମାଛର ସେବନ ହୋଇପାରେ କ୍ୟାନ୍ସର କାରଣ , ଖାଇବା ପୂର୍ବରୁ ହୁଅନ୍ତୁ ସଜାଗ

ମାଛ ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ। ଏହାର ସେବନ ଆଖି , କେଶ ତଥା ଶରୀରରେ ଉଷ୍ମତା ବଜାୟ ରଖିବା ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଏଥିରେ ରହିଥିବା ଅଣ୍ଟିଅକ୍ସିଡ଼େଣ୍ଟ ଏବଂ ପୋଷକ ତତ୍ତ୍ବ ଅନ୍ୟ କୌଣସି ଖାଦ୍ୟରେ ମିଳିନଥାଏ। ଏହାକୁ ବିଭିନ୍ନ ପ୍ରକାରର ତରକାରୀ ତଥା ଭଜା ପ୍ରସ୍ତୁତ କରି ସେବନ କରାଯାଇଥାଏ। କିନ୍ତୁ ନିକଟରେ ଏକ ରିସର୍ଚ୍ଚରେ ମାଛ ଖାଇବା ଶରୀର ପାଇଁ ହାନିକାରକ ପ୍ରମାଣିତ ହୋଇଛି। ଆସନ୍ତୁ ଜାଣିବା ସଂପୂର୍ଣ୍ଣ ତଥ୍ୟ ।

fish

ସଂପୂର୍ଣ୍ଣ ଭାରତରେ ବିଭିନ୍ନ ସ୍ଥାନରେ ମାଛ ବ୍ୟବସାୟ ହୋଇଥାଏ। ଏହାକୁ ଅଧିକ ସମୟ ପର‌୍ୟ୍ୟନ୍ତ ସତେଜ ରଖିବା ପାଇଁ ଏଥିରେ ବିଭିନ୍ନ ପ୍ରକାରର କେମିକାଲ ବ୍ୟବହାର କରାଯାଇଥାଏ। ଯାହା ଫଳରେ ସେହି ମାଛ ଖାଇବା ଦ୍ବାରା କ୍ୟାନ୍ସର ଭଳି ସମସ୍ୟା ଦେଖାଯାଇଥାଏ। ଏହି କେମିକାଲ ଯୁକ୍ତ ମାଛ ମାନଙ୍କରେ ଫର୍ମାଲିନ୍, କେଡ଼ମିୟମ୍ ଏବଂ ଫାର୍ମଲ ଡିହାଇଡ ଭଳି ଘାତକ ଦ୍ରବ୍ୟ ମିଳିଥାଏ।

fish-market

କେମିକାଲରେ ରହିଛି କ୍ୟାନ୍ସର ଏବଂ ଡାଇବେଟିସର ଆଶଙ୍କା

ମାଛକୁ ସତେଜ ରଖିବା ପାଇଁ ବ୍ୟବହାର ହେଉଥିବା କେମିକାଲ ଦ୍ବାରା କିଡନୀ , ଡାଏବେଡିଜ୍ ଭଳି ଘାତକ ରୋଗ ଜାତ ହୋଇଥାଏ। ଯଦି ଆପଣ ମଧ୍ୟ ଏହିପରି ମାଛର ସେବନ କରୁଛନ୍ତି ତେବେ ଆପଣ ନିଜ ଶରୀର ସହ ଖେଳ ଖେଳୁଛନ୍ତି। ଅଧ୍ୟୟନ ଅନୁଯାୟୀ, ମାଛରେ ମିଳୁଥିବା ବିଷାକ୍ତ ପଦାର୍ଥ ଡାଏବେଟିଜ୍ ବା ମଧୁମେହର କାରଣ ପାଲଟିଥାଏ।

ସୂଚନା : ସରକାରଙ୍କ ତରଫରୁ କେମିକାଲ ବ୍ୟବହାର ହୋଇଥିବା ମାଛ ମାନଙ୍କ ଉପରେ ରୋକ ଲଗାଯାଇଛି। ଯଦି ଆପଣ ମାଛ ଖାଇବାକୁ ପସନ୍ଦ କରୁଛନ୍ତି ତେବେ ସବୁବେଳେ ସତେଜ ମାଛ ଖାଇବାକୁ ଚେଷ୍ଠା କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button