ମନୋରଞ୍ଜନ

ଏହି ସବୁ ଲକ୍ଷଣ ଦେଖୁଛନ୍ତି କି? ତା’ହେଲେ ସ୍ବାର୍ଥପର ଆପଣଙ୍କ ଜୀବନସାଥୀ

କୌଣସି ସମ୍ପର୍କରେ ତ୍ୟାଗ କିମ୍ବା ବୁଝାମଣା ନଥିଲେ ସେହି ସମ୍ପର୍କ ବାସ୍ତବ ହୋଇନଥାଏ। କୌଣସି ବ୍ୟକ୍ତି ଯଦି ନିଜ ସ୍ବାର୍ଥ ପାଇଁ ସମ୍ପର୍କକୁ ସଜାଡିବା ପାଇଁ ଚେଷ୍ଟା ନକରନ୍ତି ତାହେଲେ ତାଙ୍କ ସମ୍ପର୍କ ଅଧିକ ଦିନ ତିଷ୍ଠି ନଥାଏ। ଯେଉଁ ବ୍ୟକ୍ତି ଭିତରୁ ହୋଇଥାନ୍ତି ତାଙ୍କର ଲାଭ ଉଠାଉଥିବା ଲୋକମାନଙ୍କୁ ସେ ବୁଝିପାରନ୍ତିନାହିଁ । ଏମିତି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଅନ୍ୟ ବ୍ୟକ୍ତିକୁ କୁବ୍ୟବହାର କରିବା ସମୟରେ କୁଣ୍ଠାବୋଧ କରିନଥାନ୍ତି। ସେମାନଙ୍କ ଉପରେ କୌଣସି କଥାର ପ୍ରଭାବ ପଡ଼ିନଥାଏ। ଏହି କାରଣରୁ ଅନ୍ୟମାନଙ୍କୁ ସେମାନେ ଦୁଃଖ ପହଞ୍ଚିଥାନ୍ତି। ଆପଣଙ୍କର ଜୀବନ ସାଥୀ ସ୍ବାର୍ଥପର କି ନୁହଁ ଏହା ଜାଣିବା କଷ୍ଟକର ହୋଇଥାଏ। ଯଦି ଆପଣଙ୍କର ଜୀବନ ସାଥୀ ସ୍ବାର୍ଥୀ ହୋଇଥାନ୍ତି ଭଲ ହେବ ଆପଣ ଏହି ସମ୍ପର୍କ ଠାରୁ ଦୂରରେ ରୁହନ୍ତୁ।

PARTNER LOVEଜାଣନ୍ତୁ ଆପଣ ଙ୍କ ପାର୍ଟନର ସ୍ବାର୍ଥୀ କି ନାହିଁ :

-ଯଦି ଆପଣଙ୍କର ପାର୍ଟନର ଆପଣଙ୍କୁ କିଛି ବି ନିଷ୍ପତି ନେବାକୁ ଦିଅନ୍ତି ନାହିଁ ତା ହେଲେ ଆପଣ ବୁଝି ଯାଆନ୍ତୁ ଆପଣଙ୍କର ଲାଭ ଉଠାଯାଉଛି । ଯେଉଁ ସମ୍ପର୍କରେ ବଳିଦାନ ,ବୁଝାବଣା ରହିନଥାଏ ସେହି ସମ୍ପର୍କ ବାସ୍ତବ ହୋଇନଥାଏ।

-ସମ୍ବନ୍ଧ ବିଶେଷଜ୍ଞ କହିଛନ୍ତି, ଯଦି କୌଣସି ସମ୍ପର୍କରେ ଜଣଙ୍କୁ ଅବମାନନା କରାଯାଏ ତାହେଲେ ସେହି ସମ୍ପର୍କ ବିଫଳ ହୋଇଥାଏ।ଆପଣଙ୍କର ସାଥୀଙ୍କ ସହିତ ହେଉଥିବା କଥା ମଧ୍ୟ ଆପଣଙ୍କୁ ନକରାତ୍ମକ ରାସ୍ତାରେ ଛିଡ଼ା କରିଦେଇଥାଏ।

PARTNER-ଅସମାନତା ,ଚେଷ୍ଟା ,ଉଦାସିନତା କାରଣରୁ ସମ୍ପର୍କ ଭାଙ୍ଗି ଯାଇଥାଏ। ଯଦି ଆପଣ ସମ୍ପର୍କକୁ ବଞ୍ଚାଇ ରଖିବା ପାଇଁ ସମୟ ,ଧନ , ଶକ୍ତି ଦେଉଛନ୍ତି ଓ ଆପଣଙ୍କ ଜୀବନସାଥୀ ଏହାର ଫାଇଦା ଉଠାଉଛନ୍ତି ତାହେଲେ ଆପଣ ଭୁଲ୍ ସାଥୀଙ୍କ ସହିତ ଅଛନ୍ତି।

-ଯଦି କୌଣସି ବ୍ୟକ୍ତି ସମ୍ପର୍କରେ ଥାଇ ମଧ୍ୟ ଅନ୍ୟ କାହା ସହ ସମ୍ପର୍କ ରଖିଥାନ୍ତି ଏହାର ଅର୍ଥ ଆପଣଙ୍କୁ ସେ ଧୋକା ଦେଇଥାନ୍ତି। ଯେଉଁ ବ୍ୟକ୍ତି ସ୍ବାର୍ଥୀ ହୋଇଥାନ୍ତି ସେମାନେ ଅନ୍ୟ ସହ ସମ୍ପର୍କ ରଖି ସମୟ ବ୍ୟର୍ଥ କରିଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button