ଜ୍ୟୋତିଷ

ଆପଣ ରାତିରେ କରୁଛନ୍ତି କି ଏହି ତିନିଟି କାମ , ତେବେ ହୋଇଯାଆନ୍ତୁ ସତର୍କ

ଘରେ ସୁଖ,ଶାନ୍ତି, ଓ ସମୃଦ୍ଧି ରହିବା ପାଇଁ ଶାସ୍ତ୍ର ରେ ବହୁତ ଉପାୟ ରହିଛି। କେଉଁ କାମ କେଉଁ ସମୟରେ କରିବା ଠିକ୍ କି ନୁହେଁ ଏହି ସବୁ ଶାସ୍ତ୍ର ରେ କୁହାଯାଇଛି। ବିଷ୍ଣୁ ପୁରାଣରେ ବ୍ୟକ୍ତିଗତ ସମ୍ବନ୍ଧୀୟ କିଛି କାମ କରିବାକୁ ବାରଣ କରାଯାଇଛି। କୁହାଯାଇଥାଏ କି, ଏହି ବାରଣ କରାଯାଇଥିବା କାମ କରିବା ଦ୍ବାରା ଅଶୁଭ ହୋଇଥାଏ। ଯାହାର ପ୍ରଭାବ ଆମ ଜୀବନରେ ପଡ଼ିଥାଏ।

bishnu 2ବିଷ୍ଣୁ ପୁରାଣ ଅନୁସାରେ ଜାଣନ୍ତୁ କେଉଁ କାମ ରାତିରେ କରିବା ଅନୁଚିତ୍  

ରାତିରେ ଛାତ ଉପରକୁ ଯିବା ଅନୁଚିତ୍ :

ବିଷ୍ଣୁ ପୁରାଣରେ କୁହାଯାଇଛି ଗୃହସ୍ଥ ଜୀବନ ପାଳନ କରିବା ପରେ ଭଗବାନ ବିଷ୍ଣୁ ,ମା ଲକ୍ଷ୍ମୀ ଓ ଅନ୍ୟ ଦେବୀ ଦେବତାଙ୍କର କୃପା ପ୍ରାପ୍ତ ହୋଇଥାଏ। ବିଷ୍ଣୁ ପୁରାଣ ଅନୁସାରେ ରାତି ସମୟରେ ଛାତ ଉପରକୁ ଯିବା ଉଚିତ ନୁହେଁ , କାରଣ ରାତି ସମୟରେ ଛାତ ଉପରେ ନକରାତ୍ମକ ଶକ୍ତି ବୁଲାବୁଲି କରିଥାନ୍ତି। ଏହି ସମୟରେ କିଏ ଛାତ ଉପରକୁ ଗଲେ ତାଙ୍କୁ ବିପଦର ସାମ୍ନା କରିବାକୁ ପଡ଼ିପାରେ। ଏହା ମଧ୍ୟ ସଦାଚାର ନିୟମର ବିରୁଦ୍ଧ ହୋଇଥାଏ।

ବିଷ୍ଣୁ ପୁରାଣ ଅନୁସାରେ ରାତିରେ ମଶାଣି କ୍ଷେତ୍ର କୁ ଯିବା ଠିକ ନୁହେଁ :

କୁହାଯାଏ ମଶାଣିରେ ନକାରାତ୍ମକ ଶକ୍ତି ବାସ କରିଥାଏ। ଏହାର ଖରାପ ପ୍ରଭାବ ଆମର ମନ ଏବଂ ମସ୍ତିଷ୍କ ଉପରେ ପଡ଼ିପାରେ।ଏହାସହିତ ମଶାଣୀ କ୍ଷେତ୍ର ରୁ ବାହାରୁଥିବା ଧୂଆଁ ମଧ୍ୟ ଆମ ଶରୀର ପାଇଁ ହାନିକାରକ ହୋଇଥାଏ। ମଶାଣି ପାଖରେ ଥିବା ଛୋଟ କୀଟାଣୁ ମଧ୍ୟ ଆମର ଶରୀର କୁ କ୍ଷତି ପହଞ୍ଚାଇଥାନ୍ତି । ଏଥିପାଇଁ ମଶାଣୀ ରୁ ଆସିବା ପରେ ସ୍ନାନ କରିବା ପାଇଁ କୁହାଯାଇଛି ।

vishnu3ରାତି ସମୟରେ ଖରାପ ଚରିତ୍ରର ଲୋକମାନଙ୍କ ଠାରୁ ଦୂରରେ ରହିବା ଉଚିତ :

ଏହାବ୍ୟତିତ ଅନ୍ୟ ଏକ କାମ ରାତି ରେ କରିବା ଅଶୁଭ ମନାଯାଇଥାଏ। ରାତି ସମୟରେ ଖରାପ ଚରିତ୍ରର ଲୋକମାନଙ୍କ ଠାରୁ ଦୂରରେ ରହିବା ଉଚିତ। କୁହାଯାଏ ଖରାପ ଚରିତ୍ର ର ଲୋକମାନେ ଅଧିକ ରାତି ପର‌୍ୟ୍ୟନ୍ତ ଅଧାର୍ମିକ ଏବଂ ଖରାପ କାମ କରିଥାନ୍ତି।ଯଦି କୌଣସି ଭଲ ବ୍ୟକ୍ତି ଏହିଭଳି ବ୍ୟକ୍ତିଙ୍କ ସହ ରୁହନ୍ତି ତେବେ ତାଙ୍କୁ କଷ୍ଟର ସାମ୍ନା କରିବାକୁ ପଡ଼ିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button