ରାଜ୍ୟ

ଅଢେଇ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଦେଶୀ ମଦ ଓ ମହୁଲ ପୋଚ ଜବତ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଅବକାରୀ ଉପଅଧୀକ୍ଷକ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଉପଖଣ୍ଡ ଅବକାରୀ ରେଞ୍ଜ ପକ୍ଷରୁ ରାଇରଙ୍ଗପୁର ଅବକାରୀ ନିରୀକ୍ଷକ ବିନୟ ପ୍ରକାଶ ତୀର୍କୀ ଓ ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପିଠାକୁଟୁଣୀ ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ୧୨୦ ଲିଟର ଦେଶୀ ରନ୍ଧା ମଦ ଓ ୪୨୦୦ ଲିଟର ମହୁଲ ପୋଚ ଜବତ କରାଯାଇ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି।

୧୨୦ ଲିଟର ଦେଶୀ ରନ୍ଧା ମଦ ଓ ୪୨୦୦ ଲିଟର ମହୁଲ ପୋଚ ଜବତ କରାଯାଇ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି। ଜବତ ହୋଇଥିବା ଦେଶୀ ରନ୍ଧା ମଦ ଓ ମହୁଲ ପୋଚର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।
ଜବତ ହୋଇଥିବା ଦେଶୀ ରନ୍ଧା ମଦ ଓ ମହୁଲ ପୋଚର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଉକ୍ତ ଚଢ଼ାଉରେ କରଞ୍ଜିଆ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରଶ୍ମିରଞ୍ଜନ ନାୟକ, ବିଶୋଇ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପିଙ୍କି ମାରାଣ୍ଡି, ସହ ଉପନିରୀକ୍ଷକ ସୁଧାଂଶୁ ବେହେରା, କନେଷ୍ଟବଳ ଦିଲ୍ଲୀପ କୁମାର ଜେନା, ବିପ୍ଳବ କୁମାର ମଲ୍ଲିକ, ବୁଦ୍ଧଦେବ ମହନ୍ତ, ତମନ ପରିଡ଼ା, ସଂଜୀବ ମହାପାତ୍ର, ରାଜେନ୍ଦ୍ର ସେନାପତି, ଫୁଲମଣୀ ହାଁସଦା ପ୍ରଭୃତି ସାମିଲ ଥିଲେ। ଏନେଇ ରାଇରଙ୍ଗପୁର ଅବକାରୀ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button